ବାଲିଗୁଡା: ପକେଟରେ ରଖିଥିବା ବିସ୍ପୋରକ ଫୁଟି ଦୁଇ ଛାତ୍ର ଗୁରୁତର

ବାଲୁଗୁଡା(କେନ୍ୟୁଜ୍): ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଂଚାୟତର କରୁମୁଣ୍ଡା ଗାଁରେ ଥିବା ସେଣ୍ଟ ଜାଭିଆର ହାଇସ୍କୁଲରେ ଅଘଟଣ। ପକେଟରେ ଧରିଥିବା ବିସ୍ପୋରକ ଫୁଟି ଦୁଇ ଜଣ ଛାତ୍ର ଗୁରୁତର ଓ ଜଣେ ଆହତ ହୋଇଛନ୍ତି ।  ତିନି ଛାତ୍ରଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରଥମେ ପ୍ରାଥମିକ ଚିକିତ୍ସା ପରେ ଜଣଙ୍କୁ ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲକୁ ଓ ଅନ୍ୟ ଜଣେ ଛାତ୍ରଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣେ ଛାତ୍ରକୁ ଚିକିତ୍ସା ପରେ ଘରକୁ ପଠା ଯାଇଛି।

ସୂଚନା ଅନୁଯାୟୀ  ଜଣେ ଛାତ୍ର ବିସ୍ପୋରକ ନିଜ ପକେଟରେ ରଖିଥିଲେ।  ବିଦ୍ୟାଳୟରେ ବିରତି ପରେ ଅନ୍ୟ ଦୁଇ ଜଣ ଛାତ୍ରଙ୍କ ସହ ଖେଳୁଥିବା ସମୟରେ ହଠାତ ବିସ୍ପୋରଣ ହୋଇଥିଲା ।  ବିସ୍ପୋରଣରେ ନିଜ ପକେଟରେ ଧରିଥିବା ଜଣେ ଛାତ୍ରଙ୍କ ହାତର ପାପୁଲି ଉଡି ଯାଇଥିବା ବେଳେ ଜଙ୍ଘ ଓ ମୁହଁରେ କ୍ଷତ ଲାଗିଛି। ସେହିପରି  ଆଉ ଜଣେ ଛାତ୍ରଙ୍କ ଛାତି ଓ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ତେବେ ଏହା କି ପ୍ରକାର ବିସ୍ପୋରକ ଏଯାବତ ସ୍ପଷ୍ଟ ହୋଇନାହିଁ। କେଉଁଠୁ ଛାତ୍ର ଜଣକ ଏହି ବିସ୍ପୋରକ ପାଇଲେ ଓ ବିଦ୍ୟାଳୟ ପରିସରକୁ ଆଣିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବିସ୍ପୋରକ କଉଠୁ ଆସିଲା ସେ ନେଇ ଅଧିକ ତଦନ୍ତ ଚଳାଇଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।

Leave A Reply

Your email address will not be published.