IGNOUରେ କରିବେ କି ଚାକିରି? ଆରମ୍ଭ ହେଲା ଜୁନିଅର ଆସିଷ୍ଟାଣ୍ଟ-କମ୍‌-ଟାଇପିଷ୍ଟ ନିଯୁକ୍ତିର ଆବେଦନ ପ୍ରକ୍ରିୟା

ଇଗ୍‌ନୁରେ ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ-କମ-ଟାଇପିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଇଗ୍‌ନୁରେ ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ-କମ-ଟାଇପିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ଏହି ନିଯୁକ୍ତିର ଆୟୋଜନ କରାଯାଉଛି।

ଏଜେନ୍ସି ଦ୍ୱାରା ମାର୍ଚ୍ଚ ୨୧ରେ ପ୍ରକାଶିତ ସଂକ୍ଷିପ୍ତ ବିଜ୍ଞପ୍ତି ଅନୁସାରେ, IGNOU JAT Recruitment ୨୦୨୩ ପାଇଁ ଆଜିଠାରୁ ଅର୍ଥାତ୍ ମାର୍ଚ୍ଚ ୨୨ ବୁଧବାରଠୁ ଆବେଦନ କରାଯାଇପାରିବ। ଆବେଦନର ଶେଷ ତାରିଖ ରହିଛି ଏପ୍ରିଲ ୨୦। ଏହି ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ଆବେଦନ ଶୁଳ୍କ ଦେବାକୁ ପଡିବ।

କେଉଁଠି ଏବଂ କିପରି କରିବେ ଆବେଦନ

ଇଗ୍‌ନୁରେ ଜୁନିଅର ଆସିଷ୍ଟାଣ୍ଟ-କମ-ଟାଇପିଷ୍ଟ ପଦବୀ ପାଇଁ ଆବେଦନ କରୁଥିବା ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ NTAର ନିଯୁକ୍ତି ପୋର୍ଟାଲ recrutement.nta.nic.inରେ ଉପଲବ୍ଧ ଅନଲାଇନ୍ ଆବେଦନ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା ଅନୁସାରେ, ଆଶାୟୀମାନଙ୍କୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ ଏବଂ ପରେ ପଞ୍ଜୀକୃତ ବିବରଣୀ ମାଧ୍ୟମରେ ଲଗ୍ ଇନ୍ କରି ନିଜର ଆବେଦନପତ୍ର ଦାଖଲ କରିବାକୁ ହେବ।

ଯଦି ଆବେଦନରେ କୌଣସି ତ୍ରୁଟି ଥାଏ କିମ୍ବା ପ୍ରାର୍ଥୀମାନେ ସେମାନଙ୍କ ଆବେଦନରେ କୌଣସି ସଂଶୋଧନ କରିବାକୁ ଚାହାଁନ୍ତି, ତା’ ହେଲେ ଏଥିପାଇଁ NTA ଦ୍ୱାରା ଆବେଦନ ସଂଶୋଧନ ୱିଣ୍ଡୋ ଏପ୍ରିଲ ୨୧ ଏବଂ ୨୨ ତାରିଖ ଖୋଲାଯିବ।

NTA ଇଗ୍‌ନୁ JAT ନିଯୁକ୍ତି ସମ୍ବନ୍ଧିତ କୌଣସି ବି ପ୍ରକାରର ସହାୟତା ପାଇଁ ହେଲ୍ପଲାଇନ ଜାରି କରିଛି। ପ୍ରାର୍ଥୀମାନେ ଟେଲିଫୋନ୍ ନମ୍ବର 011-69227700, 011-40759000 ରେ କଲ କରି କିମ୍ବା ଦିଆଯାଇଥିବା ଇମେଲ୍ id [email protected] କୁ ମେଲ୍ କରି ସହାୟତା ଲୋଡ଼ିପାରନ୍ତି।

https://recruitment.nta.nic.in/WebInfoIgnou/Page/Page?PageId=1&LangId=P 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.