କମ୍‌ ବୟସରେ ଚାକିରି କରି ଭଲ ରୋଜଗାର ଚାହୁଁଛନ୍ତି କି, ତେବେ ଜାଣନ୍ତୁ କଣ ପଢ଼ିବାକୁ ହେବ ଓ କଣ କରିବାକୁ ହେବ

କଣ ଆପଣ ଦଶମ, ଦ୍ୱାଦଶ ଏବଂ ଗ୍ରାଜୁଏସନ୍‌ ପାସ୍‌ କରି ଅଛନ୍ତି । ଆଉ ଭାବୁଛନ୍ତି ଏମିତି କଣ କରିବୁ ଯେମିତି ଆର୍ଲି ଏଜରେ ଭଲ ଚାକିରି କରିହେବ ।ବେଳେବେଳେ ଏମିତି ହୋଇଥାଏ ଯେ ଆମେ ସଠିକ ବିଭାଗ ଚୟନ କରିପାରନ୍ତିନି ଯାହାଫଳରେ ଚାକିରି ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ ।

କଣ ଆପଣ ଦଶମ, ଦ୍ୱାଦଶ ଏବଂ ଗ୍ରାଜୁଏସନ୍‌ ପାସ୍‌ କରି ଅଛନ୍ତି । ଆଉ ଭାବୁଛନ୍ତି ଏମିତି କଣ କରିବୁ ଯେମିତି ଆର୍ଲି ଏଜରେ ଭଲ ଚାକିରି କରିହେବ ।ବେଳେବେଳେ ଏମିତି ହୋଇଥାଏ ଯେ ଆମେ ସଠିକ ବିଭାଗ ଚୟନ କରିପାରନ୍ତିନି ଯାହାଫଳରେ ଚାକିରି ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । ତାସହିତ ବୟସ ବି ଗଡିଚାଲିଥାଏ । ତେଣୁ ଯଦି ଆପଣଙ୍କର ବି ଶୀଘ୍ର ଚାକିରି କରି କମ୍‌ ବୟସରୁ ଇନକମ୍‌ କରିବାର ଅଛି ତାହେଲେ ଆମେ ଆଜି ଆପଣଙ୍କୁ ଏକ ବହୁତ ବଢ଼ିଆ ଉପାୟ ଜଣାଇବୁ । ଯାହାପରେ ଆପଣଙ୍କୁ ଆଇଡିଆ ଆସିଯିବ ଯେ ଆପଣଙ୍କୁ କେଉଁଟା କଲେ ଶୀଘ୍ର ଚାକିରି ମିଳିବ । ଆମେ ଆଜି ଆପଣଙ୍କୁ ରେଲେଓ୍ଵରେ ଚାକିରି ପାଇବାର ଉପାୟ ବତାଇବୁ । କଣ କରିବାକୁ ହେବ, କଣ କଣ ସବୁ ବିଭାଗ ଅଛି ଏ ସବୁକିଛି ବତାଇବୁ । ଯାହାପରେ ଆପଣଙ୍କୁ ବୁଝିବା ସହଜ ହୋଇଯିବ । କିନ୍ତୁ ଦର୍ଶକବନ୍ଧୁ ଏଥିପାଇଁ ଆପଣଙ୍କୁ ଭିଡିଓକୁ ଆରମ୍ଭରୁ ଶେଷ ଯାଏଁ ଦେଖିବାକୁ ପଡିବ ।
ରେଳ ବିଭାଗରେ ଚାକିରି କରିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛାଥାଏ ଏବଂ ସ୍ବପ୍ନ ଥାଏ । ଏଥିପାଇଁ କଠିନ ପରିଶ୍ରମ ବି କରିବାକୁ ପଡେ। ପ୍ରତିଯୋଗିତା ମଧ୍ୟରେ ରେଳ ବିଭାଗରେ ଛୋଟମୋଟ ଚାକିରି ପାଇବା ବି ବହୁତ ବଡ କଥା। ଏଥିପାଇଁ ଦିନ ରାତି ଏକ୍ କରି ପ୍ରୟାସ କରନ୍ତି ଆଶାୟୀ । ତେବେ କଥା ହେଉଛି ଭାରତୀୟ ରେଳରେ ଚାକିରି ପାଇବା କଣ ଏତେ ସହଜ! କିଭଳି ପାଇବେ ରେଲଓ୍ବେ ଚାକିରି? କଣ ରହିଛି ଏଥିପାଇଁ ବ୍ୟବସ୍ଥା? ଶିକ୍ଷାଗତ ଯୋଗ୍ୟତା କେତେ ଆବଶ୍ୟକ? ଜାଣିବା ସବୁକିଛି ।

ଭାରତୀୟ ରେଲୱେରେ ଚାକିରି ଏବେ ସବୁଠାରୁ ଅଧିକ ଲୋକପ୍ରିୟ। ଏଥିରେ ଗ୍ରୁପ୍ ଏ, ବି, ସି, ଡି ଏଭଳି ଭାବେ ମୋଟ ୪ଟି ସ୍ତର ବା ବିଭାଗ ରହିଛି। ଦେଶରେ ବର୍ତ୍ତମାନ ୧୧ଟି ରେଲୱେ ବୋର୍ଡ ରହିଛି। ଆପଣ ଗ୍ରାଜୁଏସନ ପରେ ଥିବା ଚାକିରି ସ୍ତର, ସାଲାରି ଓ ଅନ୍ୟ ସବୁ ତଥ୍ୟ ଜାଣି ପାରିବେ। ଭାରତୀୟ ରେଲୱେ ୧୨ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେଇଛି । ଏହା ପୂର୍ବରୁ ପଶ୍ଚିମକୁ ଓ ଉତ୍ତରରୁ ଦକ୍ଷିଣକୁ ଯୋଡୁଥିବା ବେଳେ ବିଶ୍ବରେ ୪ର୍ଥ ବୃହତ ନେଟୱର୍କ ହୋଇଥିବାରୁ ଯୁବବର୍ଗ ଏଥିରେ ଚାକିରି ପାଇଁ ଇଚ୍ଛୁକ ଥାନ୍ତି।

ଆଶାୟୀ ମାନେ ନିଜ ଗ୍ରାଜୁଏସନ୍ ସାରିବା ପରେ ରେଲୱେରେ ଥିବା ପଦବୀର ମଡ୍ୟୁଲ ଓ ଚାକିରି ପାଇଁ ଉପଲବ୍ଧ ଷ୍ଟଡି ମ୍ୟାଟେରିଆଲକୁ ଭଲଭାବେ ପଢିବା ଦରକାର। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୃପ ଏ ଏବଂବି ଅଫିସର କ୍ୟାଟୋଗରୀର ହୋଇଥାଏ ।

RRB Group A:

ଗ୍ରୁପ୍ ଏ ପଦବୀ ପାଇଁ ଆଶାୟୀ ମାନଙ୍କୁ UPSC ପରୀକ୍ଷା ଦେବାକୁ ପଡିଥାଏ। Prelims ଓ Mains ମାଧ୍ୟମରେ ପରୀକ୍ଷା କରାଯାଇଥାଏ। ଏହି ପଦବୀ ପାଇଁ ଉଭୟ Technical ଓ Non-Technical ପରୀକ୍ଷା ଦେବାକୁ ପଡିଥାଏ। ଏହି ବିଭାଗ ପାଇଁ Civil Service, Engineerng Service ଓ Combined Medical Service ପରୀକ୍ଷା ହୋଇଥାଏ।

RRB Group B

ଏହି ବିଭାଗର ପଦବୀ ପଇଁ ଡାଇରେକ୍ଟ ଭର୍ତ୍ତି କରାଯାଏନାହିଁ । କିମ୍ବା କୌଣସି ଏଥିପାଇଁ ପରୀକ୍ଷା କରାଯାଏ ନାହିଁ, କେବଳ ପ୍ରମୋସନ ଜରିଆରେ ଏହି ବିଭାଗ ମିଳିଥାଏ। ଗ୍ରୁପ ସି ପଦରେ ଭର୍ତ୍ତି ହୋଇଥିବା କ୍ୟାଣ୍ଡିଡେଟଙ୍କୁ ରେଳ ଦ୍ୱାରା ଗ୍ରୁପ ବି ପାଇଁ ପ୍ରମୋଟ କରାଯାଏ ।

RRB Group C

ରେଲେଓ୍ଵର ଗ୍ରୁପ୍‌ ସି ପଦ ପାଇଁ ଆରଆରବି ଦ୍ୱାରା ଭର୍ତ୍ତି କରାଯାଏ । ଯଦି ଆପଣ ରେଳ ବିଭାଗର ଗ୍ରୁପ୍‌ ସ୍ତର ପଦରେ ଚାକିରି କରିବାକୁ ଚାହୁଁଛନ୍ତି । ଏହି ବିଭାଗରେ ପରୀକ୍ଷା ଦେବା ପାଇଁ ଆଶାୟୀ ମାନଙ୍କୁ ବୋର୍ଡ ୱେବସାଇଟରେ ଆବେଦନ କରିବାକୁ ହୋଇଥାଏ। ଏଥିପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ରହିଥାଏ। ଦ୍ୱାଦଶ କିମ୍ବା ଗ୍ରାଜୁଏସନ ହେବା ଜରୁରୀ । ସେହିପରି ଅଲଗା ଅଲଗା ପଦ ଅନୁସାରେ ଏଜୁକେସନ୍‌ କ୍ୱାଲିଫିକେସନ୍‌ ଏବଂ ଫିଟନେସ୍‌ ଆବଶ୍ୟକ ହୋଇଥାଏ ।

RRB Group D

ଏହି ବିଭାଗର ନିଯୁକ୍ତି Railway Recruitment Cell ସମ୍ଭାଳିଥାଏ। ଏହି ବିଭାଗରେ ସଫେଇ କର୍ମଚାରୀ, ଟ୍ରାକ ମ୍ୟାନ୍, ଚପରାସୀ ଆଦି ନିଯୁକ୍ତି ଦିଆଯାଏ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍‌ର ୧୦ମ କିମ୍ବା ଦ୍ବାଦଶ ରହିଛି ।
ଦ୍ୱାଦଶ ପରେ ରେଲେଓ୍ଵରେ ଚାକିରି ପାଇବା ପାଇଁ ଆପଣ ନିଜ ଯୋଗ୍ୟତାଅନୁସାରେ ଗ୍ରୁପ୍‌ ସି ଏବଂ ଗ୍ରୁପ ଡିର ବିଭିନ୍ନ ପଦ ପାଇଁ ଆବେଦନ କରିପାରିବେ । ଯଦିଓ ଗ୍ରୁପ ସି ପଦ ପାଇଁ ଗ୍ରାଜୁଏସନ୍‌ କୋର୍ସ ଜରୁରୀ ହୋଇଥାଏ । ଏହାବ୍ୟତୀତ ରେଳ ଗ୍ରୁପ୍‌ ଡି ପାଇଁ ମିନିମମ୍‌ କ୍ୱାଲିଫିକେସନ ଦଶମ ପାସ୍‌ ହୋଇଥିବା ଆବଶ୍ୟକ ।
ଏବେ ଆସନ୍ତୁ ଜାଣିବା ଦ୍ୱାଦଶ ପରେ ରେଲେଓ୍ଵ କେଉଁ କେଉଁପଦ ପାଇଁ ନିଯୁକ୍ତି ଦେଇଥାଏ ।

RRB NTPC

ଆରଆରବି ଏନଟିପିସି ପାଇଁ ଦଶମ ଏବଂ ଦ୍ୱାଦଶରେ ମିନିମମ୍‌ ୫୦% ମାର୍କରେ ପାସ୍‌ ହୋଇଥିବା ଆବଶ୍ୟକ । ଏହି ପରୀକ୍ଷାରେ ସିବିଟି ଏବଂ ଟାଇପିଙ୍ଗ ଟେଷ୍ଟ ସାମିଲ ରହିଛି । ଯାହାପରେ ଏହି ଏହି ପଦରେ ଭର୍ତ୍ତି କରାଯାଏ ଯେମିତିକି :

  • ଆକାଉଣ୍ଟ କ୍ଲର୍କ କମ୍‌ ଟାଇପିଷ୍ଟ
  • ଜୁନିୟର କ୍ଲର୍କ କମ୍‌ ଟାଇପିଷ୍‌ଟ
  • ଟ୍ରେନ୍‌ କ୍ଲର୍କ
  • କମର୍ସିଆଲ କମ୍‌ ଟିକେଟ କ୍ଲର୍କ
  • ଜୁନିୟର ଟାଇମ କିପର୍‌
RRB ALP

ଆରଆରବି ଆସିଷ୍ଟାଣ୍ଟ ଲୋକୋ ପାଇଲଟପାଇଁ ଦଶମ ପାସ୍‌ ଆଇଟିଆ କିମ୍ବା ଫିଜିକ୍ସ ଏବଂ ମ୍ୟାଥମ୍ୟାଟିକ୍ସ ସହ ଦଶମ ଏବଂ +୨ରେ ମିନିମମ୍‌ ୫୦% ମାର୍କ ରଖିଥିବା ଉଚିତ ।

ଆସନ୍ତୁ ଜାଣିବା ରେଲେଓ୍ଵରେ ଟେକ୍ନିକାଲରେ କେଉଁ କେଉଁ ଜବ୍‌ ରହିଥାଏ

  • IRSME ଇଣ୍ଡିଆନ୍‌ ରେଲେଓ୍ଵ ସର୍ଭିସ ଅଫ୍‌ ମେକାନିକାଲ ଇଞ୍ଜିନିୟର୍ସ
  • IRSE ଇଣ୍ଡିଆନ୍‌ ରେଲେଓ୍ଵ ସର୍ଭିସ ଅଫ୍‌ ସିଭିଲ୍‌ ଇଞ୍ଜିନିୟର୍ସ
  • IRSEE ଇଣ୍ଡିଆନ୍‌ ରେଲେଓ୍ଵ ସର୍ଭିସ ଅଫ୍‌ ଇଲେକଟ୍ରିକାଲ ଇଞ୍ଜିନିୟର୍ସ
  • IRSS ଇଣ୍ଡିଆନ୍‌ ରେଲେଓ୍ଵ ଷ୍ଟୋର୍ସ ସର୍ଭିସ
  • IRSSE ଇଣ୍ଡିଆନ୍‌ ରେଲେଓ୍ଵ ସର୍ଭିସ ଅଫ୍‌ ସିଗନାଲ ଇଞ୍ଜିନିୟର୍ସ
ନନ୍‌ ଟେକ୍ନିକାଲ ଜବ୍‌ ପାଇଁ କଣ ରହିଥାଏ ଜାଣନ୍ତୁ

1. IRAS ଇଣ୍ଡିଆନ୍‌ ରେଲେଓ୍ଵ ଆକାଉଣ୍ଟ ସର୍ଭିସ୍‌
2. IRTS ଇଣ୍ଡିଆନ୍‌ ରେଲେଓ୍ଵ ଟ୍ରାଫିକ ସର୍ଭିସ୍‌
3. TRPS ଇଣ୍ଡିଆନ୍‌ ରେଲେଓ୍ଵ ପର୍ସନାଲ ସର୍ଭିସ୍‌
4. RPF ରେଲେଓ୍ଵ ପ୍ରୋଟେକସନ୍‌ ଫୋର୍ସ

ରେଲେଓ୍ଵ ପ୍ରୋଟେକସନ୍‌ ଫୋର୍ସରେ କେଉଁ କେଉଁ ପଦ ଥାଏ ?
  • କନଷ୍ଟେବଳ
  • ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର
  • ଇନ୍ସପେକ୍ଟର
  • ହେଡ୍‌ କନଷ୍ଟେବଳ
  • ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆସିଷ୍ଟାଣ୍ଟ
  • ସିକ୍ୟୁରିଟୀ କମିଶନର
  • ସିନିୟର ଡିଭିଜନାଲ ସିକ୍ୟୁରିଟୀ କମିଶନର
  • ଡେପୁଟି ଚିଫ୍‌ ସିକ୍ୟୁରିଟୀ କମିଶନର

ଏହିଭଳି ଭାବେ ରେଲେଓ୍ଵ ପୋଲିସ ଫୋର୍ସରେ ବହୁତ ପଦ ରହିଥାଏ ଯେଉଁଥିରେ ଆପଣ ଆବେଦନ କରିପାରିବେ ।

ଗ୍ରୁପ୍‌ ସିରେ କେଉଁ କେଉଁ ଜବ୍‌ ଥାଏ

ରେଲେଓ୍ଵ ଗ୍ରୁପ୍‌ ସିରେ ଟେକ୍ନିକାଲ ଜବ୍‌ ଗୁଡିକ ହେଉଛି

  • ଇଞ୍ଜିନିୟରିଙ୍ଗ ଜବ୍‌
  • ଇଲେକ୍ଟ୍ରିକାଲ
  • ସିଗନାଲ ଏବଂ ଟେଲିକମ୍ୟୁନିକେସନ୍‌
  • ସିନିୟର ସେକ୍ସନ ଇଞ୍ଜିନିୟର
  • ଜୁନିୟର ଇଞ୍ଜିନିୟର
  • ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ ଟେକ୍ନସିଆନ୍‌
ରେଲେଓ୍ଵ ଗ୍ରୁପ୍‌ ସିରେ ନନ୍‌ ଟେକ୍ନିକାଲ ଜବ୍‌ ଗୁଡିକ କଣ?
  • ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟର
  • କମର୍ସିଆଲ ଆପ୍ରେଣ୍ଟିସ୍‌
  • ଗୁଡ୍ସଗାର୍ଡ
  • ଟ୍ରାଫିକ ଆପ୍ରେଣ୍ଟିସ
  • ଇଂକ୍ୱାରୀ/ରିଜର୍ଭେନ କ୍ଲର୍କ
  • ଟିକେଟ କଲେକ୍ଟର ବା ଟିସି
  • ସିନିୟର କ୍ଲର୍କ ଟାଇପିଷ୍ଟ
ରେଲେଓ୍ଵ ଚାକିରି ପାଇଁ କଣ ପଢ଼ିବାକୁ ପଡିବ ?

ରେଳ ବିଭାଗ ଅଲଗା ଅଲଗା ପଦରେ ଚାକିରି ପାଇଁ ଏଜୁକେସନ କ୍ୱାଲିଫିକେସନ କ୍ରାଇଟେରିୟା ଅଲଗା ଅଲଗା ରହିଛି । ଯଦି ଆପଣ ରେଲେଓ୍ଵ ଗ୍ରୁପ୍‌ A ପଦରେ ଚାକିରି କରିବା ପାଇଁ ଚାହୁଁଛନ୍ତି, ତାହେଲେ ଇଞ୍ଜିନିୟରିଙ୍ଗ, ମେଡିକାଲ ଡିଗ୍ରୀ କିମ୍ବା ପୋଷ୍ଟ ଗ୍ରାଜୁଏସନ୍‌ ଡିଗ୍ରୀ କରିଥିବା ଉଚିତ ।

ରେଲେଓ୍ଵ ଗ୍ରୁପ୍‌ ସି ପଦ ପାଇଁ ଅତିକମରେ ଦ୍ୱାଦଶ କିମ୍ବା ଗ୍ରାଜୁଏସନ୍‌ କରିଥିବା ଉଚିତ । ତେବେ ଯାଇ ଆପଣ ଆବେଦନ କରିପାରିବେ । ଗ୍ରୁପ୍‌ ଡି ପଦରେ ଦଶମ ଏବଂ ଆଇଟିଆଇ ପରେ ଆପଣ ଚାକିରି କରିପାରିବେ ।

ରେଲେଓ୍ଵ ଭର୍ତ୍ତି ପାଇଁ ଯୋଗ୍ୟତା କଣ ରହିବା ଉଚିତ୍‌ ?

ଆମେ ଆପଣଙ୍କୁ ପୂର୍ବରୁ ହିଁକହିସାରିଛୁ ଯେ ରେଳ ବିଭାଗରେ ଗ୍ରୁପ୍‌ ବ ପାଇଁ ୟୁପିଏସସି ଦ୍ୱାରା ଭର୍ତ୍ତି କରାଯାଏ । ସେହିପରି ଗ୍ରୁପ୍‌ ସି ଏବଂ ଡି ଆରଆରବି ଦ୍ୱାରା ଭର୍ତ୍ତି କରାଯାଏ ।
RRB ଦ୍ୱାରା ପରୀକ୍ଷାର ଆୟୋଜନ କରାଯାଏ ।

• RRB NTPC ଏଗଜାମ୍‌
• RRB ଜୁନିୟର ଇଞ୍ଜିନିୟର ଏଗଜାମ୍‌
• RRB ଆସିଷ୍ଟାଣ୍ଟ ଲୋକୋପାଇଲଟ ଏଗଜାମ୍‌
• RRB ଗ୍ରୁପ୍‌ ଡି ଏଗଜାମ୍‌

RRB NTPC ପାଇଁ ଯୋଗ୍ୟ ପାଇଁ ଛାତ୍ରୀଙ୍କ ବୟସ ୧୮ ରୁ ୩୧ ବର୍ଷ ହୋଇଥିବା ଆବଶ୍ୟକ। ଏଥିସହ ଆଶାୟୀ ପ୍ରାର୍ଥୀ ଅତିକମରେ ଅଣ୍ଡର ଗ୍ରାଜୁଏଟ କୋର୍ସ କରିଥିବା ଉଚିତ । ଆରଆରବି ଜୁନିୟର ଇଞ୍ଜିନିୟ ଏଗଜାମ୍‌ ପାଇଁ ଆଶାୟୀଙ୍କ ବୟସ ୧୮ ରୁ ୩୩ ବର୍ଷ ହେବା ଉଚିତ ।

ଜଣେ ପ୍ରାର୍ଥୀ ଗୋଟେ ଥରରେ ଅଧିକଥର ଆବେଦନ କରିପାରିବା କି?

ଆଜ୍ଞା ନାଁ ଆପଣ ଗୋଟେ ସମୟରେ କେବଳ ଥରେ ହିଁ RRBରେ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ RRBର ଅଫିସିଆଲ େଓ୍ଵବସାଇଟ ଜରିଆରେ ଅନଲାଇନ୍‌ ଆବେଦନ ପ୍ରକ୍ରୀୟାକୁ ସମ୍ପନ୍ନ କରିବାକୁ ହେବ ।

ରେଲେଓ୍ଵ ଚାକିରି ପାଇଁ କେମିତି ପ୍ରସ୍ତୁତ କରିବେ?

ରେଲେଓ୍ଵରେ ଚାକିରି ପାଇବା ପାଇଁ ବହୁତ କଠିନ୍‌ ପରିଶ୍ରମ କରିବାକୁ ପଡିଥାଏ । ଆପଣ କୌଣସି ଏକ କୋଚିଙ୍ଗ ସେଣ୍ଟର କିମ୍ବା ଅନୁଶାସନରୁ ପରୀକ୍ଷା ପାଇଁ ସଫଳତା ହାସଲ କରିପାରିବେ । ସବୁଠୁ ଭଲ ହେବ ଯଦି ଆପଣ କିଛି ବର୍ଷର ପୁରୁଣା ପ୍ରଶ୍ନପତ୍ରକୁ ଫଲୋ କରି ସଲଭ୍‌ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.