କରୋନାର ସବୁ ଗାଇଡଲାଇନ୍ ମାନି ବାହା ହେବେ ବଙ୍ଗାଳି ଦମ୍ପତି: ଗୁଗଲ ମିଟରେ ବାହାଘର ପ୍ରସାରଣ, Zomatoରେ ଖାଇବା ପଠାଇବେ
ବର୍ତ୍ତମାନ ସାରା ଦୁନିଆରେ ବଢ଼ିବାକୁ ଲାଗିଛି କରୋନା । ପୁଣି ଏବେ ଅଧିକ ମାତ୍ରରେ ବାହାଘର ମଧ୍ୟ ହେଉଛି । କୋଭିଡ୍ ପାଇଁ ସରକାର ଗାଇଡଲାଇନ୍ କରିଛନ୍ତି । କିଏ ବିବାହ ପାଇଁ ଏହି ଗାଇଡନାଲିନ ମାନୁଛନ୍ତି ତ ପୁଣି ଆଉ କେହି ମନୁନାହାନ୍ତି। କିନ୍ତୁ ବିବାହ ପାଇଁ ହୋଇଥିବା ସବୁ ଗାଇଡଲାଇନ ମାନି ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ବଙ୍ଗଳା ଦମ୍ପତି ସନ୍ଦିପନ ଓ ଅଦିତି ।
ପଶ୍ଚିମବଙ୍ଗର ଏକ ଦମ୍ପତି ସନ୍ଦିପନ ସରକାର ଓ ଆଦିତି ଦାସ ନିଜ ବିବାହରେ ପ୍ରାୟ ୪୫୦ ଅତିଥିଙ୍କୁ ନିଜ ବିବାହରେ ନିମନ୍ତ୍ରଣ କରିବେ କିନ୍ତୁ କୋଭିଡ ନିୟମକୁ ଖଣ୍ଡନ ନକରି । ଯେତେବେଳେ ସନ୍ଦିପନ ଏବଂ ଆଦିତି ଜାନୁଆରୀ ୨୪ ରେ ବିବାହ କରିବେ, ଅତିଥିମାନେ ଗୁଗୁଲ୍ ମିଟ୍ ତାଙ୍କ ବିବାହ ଉତ୍ସବରେ ଯୋଗଦେବେ ଓ ଜୋମାଟୋ ମାଧ୍ୟମରେ ସମସ୍ତ ଅତିଥିଙ୍କୁ ଖାଦ୍ୟ ବିତରଣ କରାଯିବ ।
ସନ୍ଦିପନ କହିଛନ୍ତି ଯେ ଆମେ ଗତ ଏକ ବର୍ଷ ଧରି ବିବାହ କରିବାକୁ ଯୋଜନା କରିଥିଲୁ, କିନ୍ତୁ ଏହି କୋଭିଡ୍ ମହାମାରୀ ଆମ ସମସ୍ତଙ୍କ ପାଇଁ ଏକ ସମସ୍ୟା ହୋଇଗଲା। କିନ୍ତୁ ଆମେ ଯେତିକି ଅତିଥିମାନଙ୍କୁ ଡାକିବୁ ତାଙ୍କର ନିରାପତ୍ତା ବିଷୟରେ ମଧ୍ୟ ଚିନ୍ତା କରିବୁ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିବାହର ସବୁ ଗାଇଡଲାଇନ ମାନିବୁ।
ତେଣୁ ଏହି ଦମ୍ପତି ଗୁଗୁଲ୍ ମିଟ୍ ରେ ସେମାନଙ୍କର ବିବାହ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅତିଥିମାନେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ବ୍ୟବହାର କରି ବିବାହର ଲାଇଭ୍ ଟେଲିକାଷ୍ଟ ଦେଖିବା ପାଇଁ ସବୁ ବ୍ୟବସ୍ଥା କରଯାଇଛି ଓ ଏହା ସହିତ ଜୋମାଟୋ ମାଧ୍ୟମରେ ରାତ୍ରୀ ଭୋଜନ ମଧ୍ୟ ପଠାଯିବ । ଯାହାକୁ ନିଜ ଘରେ ବସି ଆରାମରେ ଅତିଥିମାନେ ଖାଇପାରିବେ।
ତେବେ ସନ୍ଦିପନ କହିଛନ୍ତି ଯେ କୋଭିଡ -୧୯ ଯେଉଁମାତ୍ରାରେ ବଢୁଛି ଓ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହି ପରିସ୍ଥିତିରେ ଡିଜିଟାଲ ବିବାହ ଆୟୋଜନ କରିବା ପାଇଁ ଆମେ ଭାବିଥିଲୁ। ମୁଁ ମୋ ପରିବାରର ସୁରକ୍ଷା ଏବଂ ମୋର ଅତିଥିମାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିଲି। ତେଣୁ ଏପରି କରିବା ପାଇଁ ମୁଁ ଭାବିଲି।