ରିଲେସନସିପ ଟିପ୍ସ : ଆପଣଙ୍କ ବୟଫ୍ରେଣ୍ଡ ଅନ୍ୟ ଝିଅଙ୍କ ସହ ବଢ଼ାଉଛନ୍ତି କି ସମ୍ପର୍କ, ଏମିତି କରନ୍ତୁ ତାଙ୍କୁ ପରିବର୍ତ୍ତନ

ପୁଅମାନେ ଝିଅଙ୍କ ସହ ସମ୍ପର୍କ ବଢ଼ାଇବା ଏକ ସାଧାରଣ ଘଟଣା । ହେଲେ ଯଦି ପୁଅ ରିଲେସନରେ ଥାଇ ଅନ୍ୟ ଝିଅଙ୍କ ସହ ମଧ୍ୟ ସମ୍ପର୍କ ବଢ଼ାଉଛନ୍ତି (ଫ୍ଲଟ କରୁଛନ୍ତି) ତେବେ ପାର୍ଟନର ପାଇଁ ଏହା ବଡ଼ ଚିନ୍ତାର କାରଣ ହୋଇଥାଏ । ବୟଫ୍ରେଣ୍ଡ ଫ୍ଲଟ କରିବା ସ୍ୱଭାବ ଆପଣଙ୍କ ସମ୍ପର୍କରେ ଦୁର୍ବଳତା ଆଣିପାରେ । ଆପଣଙ୍କ ସମ୍ପର୍କରେ ମଧ୍ୟ ଏଥିପାଇଁ ଅସୁରକ୍ଷାର ଭାବ ବଢ଼ିପାରେ । ଏମିତି ରିଲେସନସିପ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲି ପାରିନଥାଏ ।

ଯଦି ଆପଣ ନିଜକୁ ଏପରି ପରିସ୍ଥିତିରେ ପାଉଛନ୍ତି ଯେଉଁଠି ଆପଣଙ୍କ ବୟଫ୍ରେଣ୍ଡ ଅନ୍ୟ ଝିଅଙ୍କୁ ଫ୍ଲର୍ଟ କରୁଛନ୍ତି କିମ୍ବା ଅନ୍ୟ ଝିଅଙ୍କ ସହ ଅଧିକ ଫ୍ରେଣ୍ଡଲି ହେଉଛନ୍ତି । ଏପରି ପରିସ୍ଥିତିରେ ଆପଣ ଦୁଃଖିତ କିମ୍ବା ବିରକ୍ତ ନହୋଇ ବୁଝି ବିଚାରି କାମ କ ରିବା ଊଚିତ୍‌ । ଜାଣନ୍ତୁ ଏପରି ପରିସ୍ଥିତିରେ ଆପଣଙ୍କୁ କ’ଣ କରିବାକୁ ହେବ ।

ତରବରରେ କିଛି କରନ୍ତୁ ନାହିଁ : ଏପରି ପରିସ୍ଥିତିରେ କୌଣସି ନିଷ୍ପତ୍ତି ତରବରରେ ନିଅନ୍ତୁ ନାହିଁ । କାରଣ ସମ୍ପର୍କ ବିଗିଡି ଯାଇପାରେ । ଫ୍ଲଟ କରିବା ଅର୍ଥ ନୁହେଁ ଯେ ସର୍ବଦା କାହାକୁ ଧୋକ୍କା ଦେବା । ଏଥିରେ ଆପଣ ସମୟ ଦେଇ ଫ୍ଲର୍ଟ ର କାରଣ ଖୋଜିବା । ଏବଂ ଏ ସମ୍ପର୍କରେ ଖୋଲାଖୋଲି କଥା ହେବା ବରଂ ଭଲ ହେବ ।

ଆଲୋଚନା ମାଧ୍ୟମରେ ସୁଧାରନ୍ତୁ ପରିସ୍ଥିତି : ଏଭଳି ପରିସ୍ଥିତିରେ ଆପଣ ସର୍ବସାଧାରଣ ସ୍ଥାନରେ ଝଗଡ଼ା କରିବା ପରିବର୍ତ୍ତେ କଥାବାର୍ତ୍ତା ମାଧ୍ୟମରେ ପରିସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ।

ଭରଷା ତୁଟାନ୍ତୁ ନାହିଁ : ଯଦି ଆପଣଙ୍କ ବୟଫ୍ରେଣ୍ଡ ନିଜର ଫ୍ଲର୍ଟିଂ ଅଭ୍ୟାସ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ତାଙ୍କ ଉପରେ ଭରଷା ରଖନ୍ତୁ ଓ ତାଙ୍କୁ କିଛି ସମୟ ଦିଅନ୍ତୁ । ତାଙ୍କର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଯେତିକି ସମୟ ଚାହୁଁଛନ୍ତି ତାଙ୍କୁ ସମୟ ଦି ଅନ୍ତୁ ।

ସାବଧାନ ରହିବାକୁ ହେବ : ଭରଷା ରଖିବା ଅର୍ଥ ନୁହେଁ ଯେ ଆପଣ ନିଜର ଆଖି କାନ ବନ୍ଦ କରି ଦିଅନ୍ତୁ । ଆପଣଙ୍କୁ ତାଙ୍କ ଉପରେ ଭରଷା ରଖିବା ସହ ସତର୍କ ବି ରହିବାକୁ ହେବ । ତାଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଅଧିକ ସନ୍ଦେହ । ପବ୍ଲିକରେ ଆପଣଙ୍କ ବୟ ଫ୍ରେଣ୍ଡ ଉପରେ ନଜର ରଖନ୍ତୁ । ଉଚିତ ସମୟରେ ହିଁ ତାଙ୍କ ସହ ଏପରି କଥା ଉପରେ କଥା ହୁଅନ୍ତୁ । ଏହାଦ୍ୱାରା ଆପଣ ନିଜର ବୟଫ୍ରେଣ୍ଡଙ୍କୁ ସୁଧାରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.