ରେଷ୍ଟୁରାଣ୍ଟ ଦେଲା ମନଲୋଭା ଅଫର୍; କେବଳ ଗୋଟିଏ ଶବ୍ଦ କୁହନ୍ତୁ…ଆଉ ପାଆନ୍ତୁ ବିଲ୍ରେ ରିହାତି!

ଅନେକ ବାର ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ନିଜ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ମନଲୋଭା ଅଫର ସବୁ ଆଣି ଥାଆନ୍ତି, ଯେପରି ଅଧିକରୁ ଅଧିକ ଗ୍ରାହକ ସେଠାକୁ ଆସି ପାରିବେ। ଏବେ ଏମିତି ହିଁ ଏକ ରେଷ୍ଟୁରାଣ୍ଟ ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ହାଇଦ୍ରାବାଦରେ ଥିବା ଏକ ରେଷ୍ଟୁରାଣ୍ଟ ନିଜ ଗ୍ରାହକଙ୍କ ପାଇଁ ବଢ଼ିଆ ଅଫର ଆଣିଛି। ଏହି ଅଫର୍ ଅଧୀନରେ, ଯଦି ଗ୍ରାହକମାନେ ସେଠାରେ ପହଞ୍ଚି କିଛି ଶବ୍ଦ ପ୍ରୟୋଗ କରିବେ, ତ ସେମାନଙ୍କୁ ବିଲରେ ରିହାତି ଦିଆଯିବ।
ରିପୋର୍ଟ ମୁତାବକ, ଏହି ରେଷ୍ଟୁରାଣ୍ଟ ହାଇଦ୍ରାବାଦର ଖାଜାଗୁଡାରେ ରହିଛି। ରେଷ୍ଟୁରାଣ୍ଟଟି ନିଜ ଗ୍ରାହକଙ୍କୁ ସେତେବେଳେ ରିହାତି ଦେବ, ଯେତେବେଳେ ଗ୍ରାହକମାନେ ଖାଦ୍ୟ ଅର୍ଡର କଲା ବେଳେ ‘ଧନ୍ୟବାଦ’ ଏବଂ ‘ଦୟାକରି’ ଭଳି ଶବ୍ଦ ବ୍ୟବହାର କରିବେ। କେବଳ ଏତିକି ନୁହେଁ, ଗ୍ରାହକମାନେ ‘Good Afternoon’ ଏବଂ ‘Good Day’ ଭଳି ଶବ୍ଦ ପ୍ରୟୋଗ କଲେ ମଧ୍ୟ ସେମାନଙ୍କୁ ରିହାତି ମିଳିବ। ଏଥିପାଇଁ ଏକ ମେନୁ ମଧ୍ୟ ବନା ଯାଇଛି।
ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି, ଏହା ଏକ ନୂଆ ଆଇଡିଆ, ଯାହା ଗ୍ରାହକ ଏବଂ କର୍ମଚାରୀମାନଙ୍କୁ ଅଧିକ ଭଦ୍ର ତଥା ନମ୍ର ହେବାକୁ ସୁଯୋଗ ଦେବ। ଜଣେ କର୍ମଚାରୀ କହିଛନ୍ତି ଯେ ଆମେ ଏହି ସଂସ୍କୃତିକୁ ବହୁତ ଛୋଟ ଉପାୟରେ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ରିହାତି ବିଷୟରେ ରେଷ୍ଟୁରାଣ୍ଟ ଏଠାରେ ବୋର୍ଡ ମଧ୍ୟ ଲଗାଇଛି। ତେବେ ରିପୋର୍ଟ ମୁତାବକ, ଏହି ରେଷ୍ଟୁରାଣ୍ଟ ପ୍ରତିଦିନ ଖୋଲେ ଏବଂ ଏଠାକାର କର୍ମଚାରୀ ବହୁତ ବ୍ୟସ୍ତ ରୁହନ୍ତି। ରେଷ୍ଟୁରାଣ୍ଟର ଅଫର୍ ଏବେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ କହିଛନ୍ତି କି, ଏହା ଆମ ସଂସ୍କୃତିକୁ ବିକଶିତ କରିବାରେ ସାହାଯ୍ୟ କରିବ।