ଚାଣକ୍ୟ ନୀତି : ପତି-ପତ୍ନୀ ଏପରି କାମ କରୁଥିଲେ ବରବାଦ ହୋଇଯିବ ବୈବାହିକ ଜୀବନ, ଜରୁର ଜାଣନ୍ତୁ କ’ଣ ?

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଭଲ ବୈବାହିକ ଜୀବନ ପାଇଁ ଉଭୟେ ପତି-ପତ୍ନୀ କିଛି ଜରୁରୀ କଥା ପାଳନ କରିବା ଉଚିତ୍‌ । ଏହି କଥା ତାଙ୍କ ଦାମ୍ପତ୍ୟକୁ ମଜବୁତ କରିଥାଏ । ଚାଣକ୍ୟଙ୍କ ନୀତି ଯଦି ପତି-ପତ୍ନୀ ନିଜ ଜୀବନରେ ଲଗାନ୍ତି ତ ସର୍ବଦା ଖୁସିରେ ଜୀବନ କଟିବ । ଆସନ୍ତୁ ଜାଣିବା କ’ଣ ସେହି ନୀତି ।

ଏହି ସବୁ କଥାରୁ ଦୂରେ ରୁହନ୍ତୁ ପତି-ପତ୍ନୀ :

ଭିତିରି କଥା କହିଦେବା : ପତି-ପତ୍ନୀ ନିଜ ଜୀବନର କିଛି ଭିତିରି କଥା ଜଣେ ଅନ୍ୟ ଜଣଙ୍କୁ ନ କହିବା ଭଲ । କାରଣ ଯଦି ଏହି ରାଜ ଖୋଲିଯାଏ ଉଭୟଙ୍କ ଜୀବନ ବରବାଦ ହୋଇପାରେ । ସବୁଠୁ ବୁଦ୍ଧିମାନ ହେବ ଯେ ଉଭୟେ ଉଭୟଙ୍କ ରାଜ ନିଜ ଭିତରେ ରଖିବା ।

କ୍ରୋଧ : ପତି-ପତ୍ନୀଙ୍କ ଭିତରେ ଛୋଟ ମୋଟ କଳି ହେବା ସାଧାରଣ ଘଟଣା । ତେବେ ଏହାକୁ ନେଇ କେହି ଅଧିକ କ୍ରୋଧ କରିବା ଖତରନାକ ହୋଇପାରେ । କ୍ରୋଧି ବ୍ୟକ୍ତି ପୁରା ପରିବାରକୁ ଦୁଃଖ ଓ ଭୟ ଭିତରକୁ ନେଇଯିବା ପାଇଁ ମଜବୁର କରିଥାଏ । ଏମାନେ ନିଜ ପାର୍ଟନରଙ୍କ ସହ ମଧ୍ୟ ଭଲ ସମ୍ପର୍କ ରଖି ପାରି ନଥାନ୍ତି । ତେଣୁ ସର୍ବଦା କ୍ରୋଧ ଠାରୁ ଦୂରରେ ରୁହନ୍ତୁ ।

ଅଯଥା ଖର୍ଚ୍ଚ : ପତି-ପତ୍ନୀ ନିଜ ଜୀବନ ଛଡ଼ା ପୁରା ପରିବାର ପାଇଁ ଚିନ୍ତା କରିଥାନ୍ତି । ତେଣୁ ସର୍ବଦା ଖର୍ଚ୍ଚରେ ସନ୍ତୁଳନ ରଖିବା ଉଚିତ୍‌ । ଏହାଛଡ଼ା ଭବିଷ୍ୟତ ପାଇଁ ସଂଚୟ କରିବା ଉଚିତ୍‌ ।

ମର୍ଯ୍ୟାଦା ଉଲଂଘନ : ପତି-ପତ୍ନୀ ଯଦି ନିଜ ସମ୍ପର୍କର ମର୍ଯ୍ୟାଦା ଉଲଂଘନ କରନ୍ତି ତେବେ ସେମାନଙ୍କ ସମ୍ପର୍କ ତିଷ୍ଠି ରହିପାରେନାହିଁ । ଯଦି ସମ୍ପର୍କ ନ କଟେ ବି ସେଥିରେ ଫାଟ ସୃଷ୍ଟି ହୋଇଥାଏ ଯାହା କେବେ ମିଶିନଥାଏ । ତେରୁ ପତି-ପତ୍ନୀ ନିଜର ମର୍ଯ୍ୟାଦା ଓ ସଂସ୍କାର ଭୁଲିବା ଉଚିତ ନୁହେଁ ।

ବେଇମାନ ଓ ମିଛ : ବିବାହ ସମ୍ପର୍କ ଇମାନଦାର ଓ ସତ୍ୟର ବୁନିଆଦ ଉପରେ ତିଷ୍ଠି ରହିଥାଏ । ଯଦି ଏଥିରେ ବେଇମାନୀ ଓ ମିଛ ପ୍ରବେଶ କରେ ତେବେ ସମ୍ପର୍କ ତିଷ୍ଠି ରହିନଥାଏ ।

ଧୈର୍ଯ୍ୟ ରଖିବା : ଜୀବନରେ ବହୁତ କିଛି ଅସୁବିଧା ଆସିଥାଏ । ତେଣୁ ଅସୁବିଧା ସମୟରେ ପତି-ପତ୍ନୀ ଉଭୟେ ଉଭୟଙ୍କୁ ସହଯୋଗ କରିବା ଉଚିତ୍‌ । ଅସୁବିଧା ସମୟରେ ଧୈର୍ଯ୍ୟ ରଖିବା ଜରୁରୀ ହୋଇଥାଏ । ଏହା ଦୁଇ ଜଣଙ୍କୁ ଭଲ ମନ୍ଦ ସମୟରେ ଯୋଡି ରଖିଥାଏ ।

Leave A Reply

Your email address will not be published.