ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଫୋନ୍‌ ଜଣାଇଦେବ ଆପଣ ମଦ ପିଇଛନ୍ତି କି ନାହିଁ

ଯଦି ଜଣେ ଲୋକ ମଦ ପିଇଛନ୍ତି ଓ ସେହି ବ୍ୟକ୍ତି ଆପଣଙ୍କ ସହ ଫୋନ୍‌ରେ କଥା ହେଉଛନ୍ତି, ତାହେଲେ ଏବେ ଆପଣଙ୍କ ଫୋନ୍‌ ହି ଜାଣିପାରିବେ, ଯେ ଫୋନ୍‌ରେ କଥା ହେଉଥିବା ଲୋକ ମଦ ପିଇଛନ୍ତିି କି ନାହିଁ । ଏପରି ହୋଇପାରିବ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ତାହେଲେ ଆସନ୍ତୁ ଆମେ ଆଜି ଜାଣିବ ଯେ ଏହା କିପରି ଓ କେଉଁ ରିସର୍ଚ୍ଚରୁ ଏହା ଜଣା ପଡିଛି ।

ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏହି କଥା ତ ସବୁ ମଦ ବୋତଲ ଉପରେ ଲେଖା ହୋଇଥାଏ । ତଥାପି ଲୋକମାନେ ମଦ ପିଅନ୍ତି । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ମଦ ପିଇବା ପରେ ମଧ୍ୟ, ସାମ୍ନାରେ ଥିବା ଲୋକଙ୍କୁ ଜଣାଇବା ପାଇଁ ଚେଷ୍ଟା କରିଥାନ୍ତି ଯେ ସେ ମଦ ପିଇନାହାନ୍ତି ଏବଂ ଠିକ୍‌ ଅଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ଏପରି ହୋଇପାରିବ ନାହିଁ ।

କାରଣ ଯଦି ଜଣେ ଲୋକ ମଦ ପିଇଛନ୍ତି ଓ ସେହି ବ୍ୟକ୍ତି ଆପଣଙ୍କ ସହ ଫୋନ୍‌ରେ କଥା ହେଉଛନ୍ତି, ତାହେଲେ ଏବେ ଆପଣଙ୍କ ଫୋନ୍‌ ହି ଜାଣିପାରିବେ, ଯେ ଫୋନ୍‌ରେ କଥା ହେଉଥିବା ଲୋକ ମଦ ପିଇଛନ୍ତିି କି ନାହିଁ । ଏପରି ହୋଇପାରିବ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ତାହେଲେ ଆସନ୍ତୁ ଆମେ ଆଜି ଜାଣିବ ଯେ ଏହା କିପରି ଓ କେଉଁ ରିସର୍ଚ୍ଚରୁ ଏହା ଜଣା ପଡିଛି ।

ଷ୍ଟାନଫୋର୍ଡ ୟୁନିଭରସିଟିର ପ୍ରଫେସର ବ୍ରାଏନ୍ ସୁଫୋଲେଟୋ ଏବଂ ତାଙ୍କ ଟିମ୍ ଏହିପରି କିଛି ସେନ୍ସର ଉଦ୍ଭାବନ କରିଛନ୍ତି । ଯେତେବେଳେ ଏହି ସେନ୍ସର ଆପଣଙ୍କ ସ୍ମାର୍ଟଫୋନରେ ମଧ୍ୟ ଇନଷ୍ଟଲ୍ ହୋଇଥିବ । ତେବେ ଏହି ଉପାୟରେ ଆପଣ ମଧ୍ୟ ଜାଣି ପରିବେ ଯେ ଫୋନ୍‌ରେ କଥା ହେଉଥିବା ଲୋକ ମଦ ପିଇଛନ୍ତି କି ନାହିଁ । ଏହା ବ୍ୟତୀତ ସବୁ ଠାରୁ ବଡ କଥା ଏଇଟା ଯେ ସେମାନେ ଯେଉଁ ସିଷ୍ଟମ କରିଛନ୍ତିି, ତାହା ୯୮ % ପର୍ଯ୍ୟନ୍ତ କାମରେ ଆସିଥାଏ । ସେଥିପାଇଁ ଯଦି କେହି ଜଣେ ମଦ ପିଉଛନ୍ତି ଓ ସେହି ସେନ୍ସର ଥିବା ଫୋନ୍ରେ କଥା ହେଉଛନ୍ତି । ତାହେଲେ ୯୮ % ଚାନ୍ସ୍‌ ଅଛି କି ସାମ୍ନାରେ ଥିବା ଲୋକକୁ ଜଣାପଡିଯିବ, ଯେ ଫୋନ୍‌ରେ କଥା ହେଉଥିବା ଲୋକ ମଦ ପିଇଛି କି ନାହିଁ ।

ସୂଚନା ମୁତାବକ, ଏହି ରିସର୍ଚ୍ଚ କରିବା ପାଇଁ ରିସର୍ଚ୍ଚରମାନେ ୧୮ ଜଣ ଲୋକଙ୍କୁ ନେଇିଥିଲେ, ଯେଉଁମାନଙ୍କ ବୟସ ୨୧ ବର୍ଷରୁ ଅଧିକ ଥିଲା । ଏହା ପରେ ଅନୁସନ୍ଧାନକାରୀମାନେ ରିସର୍ଚ୍ଚ ଜରିଆରେ ସେହି ପିଲାମାନଙ୍କ ଭଏସେ୍‌ ମଦ ପିଇବା ପୂର୍ବରୁ ଓ ମଦ ପିଇବା ପରେ ରେକର୍ଡ କରିଥିଲେ । ତାପରେ ସେହି ଆଧାରରେ ଏକ ସେନ୍ସର ତିଆରି କରିଛନ୍ତି ଏବଂ ସ୍ମାର୍ଟଫୋନରେ ତାକୁ ଫିଟ୍‌ କରିଛନ୍ତି ।

ଏହି ଡିବାଇସ୍‌ ଯଦି ସବୁ ଲୋକ ଫୋନ୍‌ରେ ଲଗାଯିବ । ତାହେଲେ ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ଯୋଗୁ ହେଉଥିବା ଆକ୍ସିଡେଣ୍ଟ୍‌ କମ ହୋଇଯିବ । ପ୍ରାୟତଃ ଏପରି ହୋଇଥାଏ ଲୋକମାନେ ତାଙ୍କ ଘର ଲୋକଙ୍କୁ ମିଛ କହିଥାନ୍ତି ଯେ ସେମାନେ ମଦ ପିଇନାହାନ୍ତି ଓ ଡ୍ରାଇଭ୍‌ କରି ଯାଇପାରିବେ । ଯଦି ଆପଣଙ୍କ ଫୋନ୍‌ରେ ଏହି ଡିବାଇସ୍‌ ଲାଗିଥିବ, ତାହେଲେ ଆପଣଙ୍କୁ ଜଣା ପଡିଯିବ ଯେ ଫୋନ୍‌ରେ କଥା ହେଉଥିବା ଲୋକ ସତ କହୁଛି ନା ମିଛି । ଯାହଦ୍ୱାରା ଡ୍ରିଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ଯୋଗୁ ହେଉଥିବା ଆକ୍ସିଡେଣ୍ଟ୍‌ କମ ହୋଇଯିବ । ଏହା ପୋଲିସ ପାଇଁ ମଧ୍ୟ ସାହାର୍ଯ୍ୟକାରୀ ହେବ ସେହି ପରି ଲୋକଙ୍କୁ ଧରିବାକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.