ଏଇ ଦୀପାବଳିରେ ନିଜ ରାଶି ଅନୁସାରେ କିଣନ୍ତୁ ଏହି ରଙ୍ଗର ଜିନିଷ, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ଦୀପାବଳିରେ ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ନୂଆ ବସ୍ତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ଭାଗ୍ୟ ଉଦୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଦୀପାବଳିରେ ଯଦି ବ୍ୟକ୍ତି ନିଜ ରାଶି ଅନୁସାରେ ରଙ୍ଗ ଉପରେ ଗୁରୁତ୍ୱ ଦେଇ କୌଣସି ଜିନିଷ କିଣୁଛନ୍ତି ତେବେ ତାଙ୍କୁ ବିଶେଷ ଲାଭ ହେବ ଓ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ତାଙ୍କ ଉପରେ ବର୍ଷିବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗର ଜିନିଷ କିଣିବା ଶୁଭ ହୋଇଥାଏ…

ମେଷ: ମେଷ ରାଶିର ବ୍ୟକ୍ତି ଲାଲ୍‌ ଏବଂ ହଳଦିଆ ରଙ୍ଗର ଜିନିଷ କିଣିବା ଶୁଭ ହୋଇଥାଏ। ଏହି ରାଶିର ବ୍ୟକ୍ତିଙ୍କ ଶୁଭ ବାର ମଙ୍ଗଳବାର। ଏମାନଙ୍କ ପାଇଁ ମୁଙ୍ଗା, ମାଣିକ, ମୋତି ଏବଂ ପୋଖରାଜ ଅତ୍ୟନ୍ତ ଲାଭକାରୀ।

ବୃଷ: ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ସବୁଜ, ଧଳା ଓ କଳା ରଙ୍ଗ ଶୁଭ ହୋଇଥାଏ। ଏମାନଙ୍କ ଶୁଭ ବାର ହେଉଛି ବୁଧ, ଶୁକ୍ର ଓ ଶନିବାର। ହୀରା, ପନ୍ନା, ମୋତି ଓ ନୀଳା ଅତ୍ୟନ୍ତ ଲାଭକାରୀ।

ମିଥୁନ: ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ଓ ବାଦାମୀ ରଙ୍ଗ ଶୁଭ ହୋଇଥାଏ। ଏମାନଙ୍କ ଶୁଭ ବାର ହେଉଛି ରବି, ବୁଧ ଓ ଶୁକ୍ର। ପନ୍ନା, ମାଣିକ, ହୀରା ଓ ମୋତି ଏମାନଙ୍କ ପାଇଁ ଲାଭଦାୟକ ହୋଇଥାଏ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଧଳା, ସବୁଜ, ଗୋଲାପୀ ଓ ହଳଦିଆ ରଙ୍ଗ ଏବଂ ସୋମ ଓ ବୁଧବାର ଅତ୍ୟନ୍ତ ଶୁଭ ହୋଇଥାଏ। ପନ୍ନା, ମୋତି, ହୀରା ଓ ଧାତୁରେ ଚାନ୍ଦି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ।

ସିଂହ: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ ଓ ହଳଦିଆ ରଙ୍ଗ ଏବଂ ସୋମ, ମଙ୍ଗଳ, ଗୁରୁ ଓ ରବିବାର ଅତ୍ୟନ୍ତ ଶୁଭ ହୋଇଥାଏ। ମୁଙ୍ଗା, ମାଣିକ, ମୋତି ଓ ପୋଖରାଜ୍‌ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ।

କନ୍ୟା: କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସବୁଜ, ଧଳା, ଗୋଲାପୀ ଓ ଛିଟ ରଙ୍ଗ ଏବଂ ବୁଧ, ଶୁକ୍ର ଓ ରବିବାର ଶୁଭ ହୋଇଥାଏ। ପନ୍ନା, ମୋତି ଓ ହୀରା ଏମାନଙ୍କ ପାଇଁ ଶୁଭ।

ତୁଳା: ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଧଳା, ସବୁଜ ଓ କଳା ରଙ୍ଗ ତଥା ବୁଧ, ଶୁକ୍ର ଓ ଶନିବାର ଶୁଭ ହୋଇଥାଏ। ପନ୍ନା, ନୀଳା ଓ ଚାନ୍ଦି କିଣିବା ଲାଭକାରୀ ହୋଇଥାଏ।

ବିଛା: ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ, ହଳଦିଆ, ଧଳା ରଙ୍ଗ ଓ ରବି, ସୋମ, ମଙ୍ଗଳ ଓ ଗୁରୁବାର ଶୁଭ ହୋଇଥାଏ। ମୁଙ୍ଗା, ପୋଖରାଜ୍‌ ଓ ମୋତି ଏମାନଙ୍କ ପାଇଁ ଲାଭକାରୀ ହୋଇଥାଏ।

ଧନୁ: ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ, ଧଳା, ଲାଲ ରଙ୍ଗ ଓ ରବି, ସୋମ, ମଙ୍ଗଳ ଓ ଗୁରୁବାର ଅତ୍ୟନ୍ତ ଶୁଭ ହୋଇଥାଏ। ପୋଖରାଜ୍‌, ମାଣିକ ଓ ମୋତି ତଥା ସୁନା କିଣିବା ଏମାନଙ୍କ ପାଇଁ ଲାଭଦାୟକ।

ମକର ଓ କୁମ୍ଭ: ମକର ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କଳା, ସବୁଜ ଓ ଧଳା ରଙ୍ଗ ଓ ବୁଧ, ଶୁକ୍ର ଏବଂ ଶନିବାର ଶୁଭ ହୋଇଥାଏ। ନୀଲମ୍‌, ପନ୍ନା ଓ ହୀରା ଲାଭକାରୀ ହୋଇଥାଏ।

ମୀନ: ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ, ଧଳା, ଲାଲ୍‌ ରଙ୍ଗ ଓ ଗୁରୁ, ସୋମ, ମଙ୍ଗଳ ଓ ରବିବାର ଶୁଭ ହୋଇଥାଏ। ପୋଖରାଜ, ମାଣିକ, ମୋତି ଓ ସୁନା କିଣିବା ଲାଭଦାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.