ନୟାଗଡ଼ ରାଜଗିରି ପାହାଡ ଉପରେ ଐତିହାସିକ ସିଦ୍ଧ ଗୁମ୍ଫା, ରହସ୍ୟମୟ ଗୁମ୍ଫାରୁ ଶୁଭେ ହରି ସଂକୀର୍ତ୍ତନ

ନୟାଗଡ଼ (କେନ୍ୟୁଜ୍‌) : ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନେକ ଗୁମ୍ଫା ଠାବ ହୋଇଛି । ଯାହା ପୁରାତନ କାଳର ବୋଲି ବିଶ୍ୱାସ କରାଯାଏ । ଏମିତିରେ ନୂଆଗାଁ ବ୍ଲକ୍‌ ମ।ଳିସାହି ନିକଟ ରାଜଗିରି ପାହାଡ ଉପରେ ଏକ ଗୁମ୍ଫାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଞ୍ଚ ଜଙ୍ଗଲ ଭିତରେ, ସୁଉଚ୍ଚ ପାହାଡ଼ ଉପରେ ଥିବା ଏହି ଗୁମ୍ଫାରେ ମହାବୀର ପୂଜା ପାଇ ଆସୁଛନ୍ତି । ପ୍ରାକୃତିକ ପରିବେଶ ସାଙ୍ଗକୁ ସୁନ୍ଦର ଝରଣା ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରି ତୋଳିଛି ।

GUMPHA-5GUMPHA-4

ବିଶ୍ଵାସ କରାଯାଏ , ଏହି ଗୁମ୍ଫାରେ ସାଧୁସନ୍ଥମାନେ ଗୁପ୍ତ ଭାବେ ରହୁଛନ୍ତି । କାରଣ କାର୍ତ୍ତିକ ମାସରେ ମଧ୍ୟରାତ୍ରରେ ଏଠାରୁ ହରି ନାମ ସଂକୀର୍ତ୍ତନ ଶୁଭିଥାଏ । ନୟାଗଡ ଜିଲା ନୂଆଗାଁ ବ୍ଲକ ମ।ଳିସାହି ପଞ୍ଚାୟତ ଅନ୍ତର୍ଗତ ରାଜଗିରି ପାହାଡ଼ରେ ରହିଛି ଏହି ଗୁମ୍ଫାଟି । ନୂଆଗାଁ, ନୟାଗଡ଼ ଏବଂ ଖଣ୍ଡପଡାର ସୀମାନ୍ତରେ ଥିବା ଏହି ପାହାଡ ଉପରେ କେଉଁ କାଳରୁ ମହାବୀର ହନୁମାନ ଠାକୁର ପୂଜା ପାଇ ଆସୁଛନ୍ତି । ତାଙ୍କ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପାଖରେ ଏତେ ତଥ୍ୟ ନାହିଁ ।

ପାହାଡ ଉପରୁ ଏକ ସୁନ୍ଦର ଝରଣା ତଳକୁ ବହି ଆସିଛି । ବର୍ଷ ସାରା ଝରଣାରେ ପ।ଣି ବହୁ ଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ତେବେ ବର୍ଷକୁ ଥରେ ଏଠାରେ ପ୍ରଭୁ ହନୁମାନଙ୍କ ପାଖରେ ହୋମ ପୂଜା ଆଦି କରାଯାଏ । ଆଖପାଖର କୋଡ଼ିଏ ଖଣ୍ଡ ମଉଜ।ର ଲୋକମାନେ ଏକାଠି ହୋଇ ପୂଜାରେ ଯୋଗ ଦିଅନ୍ତି । ଝରଣା ପ।ଣିରେ ଗ।ଧେଇବାର ମଜା ମଧ୍ୟ ନିଅନ୍ତି ।

GUMPHA-2
ସ୍ଥାନୀୟ ଲୋକମାନେ ବିଶ୍ଵାସ କରନ୍ତି କି ଏହି ଗୁମ୍ଫାରେ ବହୁ ଆଗରୁ ସିଦ୍ଧ ମୁନୀ ରୁଷିମାନେ ରହୁଥିଲେ । ଦୁଇ ଫୁଟ ଓସାରର ଏହି ଗୁମ୍ଫା ଭିତରକୁ ପ୍ରାୟ ୭ ଫୁଟ ପାଖାପାଖି ଗଲା ପରେ ଆଗକୁ ଆଇ ଯାଇ ହେଉନି। ଲୋକମାନଙ୍କ ମନରେ କୌତୁହଳ ସୃଷ୍ଟି ହେବାରୁ ତା ଭିତରକୁ ଏକ ଲମ୍ବ ବାଉଁଶ ଭର୍ତ୍ତି କରିଥିଲେ । ହେଲେ ଗୁମ୍ଫାର ଲମ୍ବ କେତେ ମାପି ପାରିଲେ ନ।ହିଁ ।

ଜଙ୍ଗଲ ଭିତରେ ପ୍ରାୟ ୭ କିଲୋମିଟର ରାସ୍ତା ଚାଲି ଚାଲି ଗଲେ ଏହି ଗୁମ୍ଫା ନିକଟରେ ପହଞ୍ଚି ହୁଏ । ପାହାଡ ଉପରେ ପ୍ରାୟ ତିରିଶ ଫୁଟ ଉଚ୍ଚରେ ଗୁମ୍ଫାଟି ରହିଛି । ଏଠାକୁ ଯିବା ପାଇଁ କୌଣସି ରାସ୍ତା ନଥିବାରୁ ବିପଜ୍ଜନକ ଭାବେ ଗଛରେ ଚଢି ଗୁମ୍ଫା ନିକଟକୁ ଯିବାକୁ ହୁଏ । ବହୁ କଷ୍ଟରେ ଲୋକମାନେ ଗୁମ୍ଫା ନିକଟରେ ପହଞ୍ଚି ପାରିଥିଲେ ମଧ୍ୟ ଗୁମ୍ଫା ଭିତରକୁ ଯାଇ ପାରି ନଥିଲେ ।

GUMPHA-6GUMPHA-3

ଏବେ ଗୁମ୍ଫାକୁ ନେଇ ନୟାଗଡ ଜିଲ୍ଲାରେ ଖୁବ୍‌ ଚର୍ଚ୍ଚା ଚାଲିଛି । ତେଣୁ ଉତ୍କଣ୍ଠାର ସହ ଦୂରଦୂରନ୍ତରୁ ପ୍ରତ୍ୟେକ ଦିନ ଲୋକେ ଏହି ଗୁମ୍ଫା ଦେଖିବାକୁ ଆସୁଛନ୍ତି । ମହାବୀରଙ୍କ ମୂର୍ତ୍ତି, ଝରଣା, ଗୁମ୍ଫା ଆଉ ସବୁଜ ବନାନୀ ଖୁବ୍‌ ମନୋରମ ଲାଗେ । ଏହି ସ୍ଥାନଗୁଡ଼ିକ ଅଳ୍ପ ବ୍ୟବଧାନରେ ରହିଥିବାରୁ ଏଠାରେ ସାଧୁ ସନ୍ଥ ରହିଥିବାର ଅନୁମାନ କରାଯାଏ । ସେହିଭଳି ସ୍ଥାନୀୟ ଲୋକମାନେ କୁହନ୍ତି, କି କାର୍ତ୍ତିକ ମାସରେ ମଧ୍ୟରାତ୍ରରେ ଏହି ସ୍ଥାନରେ ହରିନାମ ସଂକୀର୍ତ୍ତନ ସେମାନେ ଶୁଣିଛନ୍ତି । ଯଦିଓ ଏଠାରେ ସେଭଳି କିଛି ବ୍ୟବସ୍ଥା ନାହିଁ ତଥାପି ବିଭିନ୍ନ ସମୟରେ ଲୋକମାନେ ଏଠାରେ ରାତ୍ରି ଯାପନ କରିଥାନ୍ତି । ସେହି ସମୟରେ ହରି ନାମ ସଂକୀର୍ତ୍ତନ ସେମାନେ ଶୁଣିଥିବା କହିଛନ୍ତି ।

ତେବେ ସ୍ଥାନୀୟ ଲୋକମାନେ ଦାବି ରଖିଛନ୍ତି କି ଯଦି ସରକାରଙ୍କ ଦ୍ୱାରା ଏହି ଗୁମ୍ଫା ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଗଲେ ଅନେକ ରହସ୍ୟ ପଦାକୁ ଆସି ପାରନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.