ଚୀନ୍ ର ରେକର୍ଡ: ବିଶ୍ୱର ସବୁଠାରୁ ଅତ୍ୟାଧୁନିକ କ୍ୱାରେନଣ୍ଟାଇନ ସେଣ୍ଟର ତିଆରି କଲା ଚୀନ୍

ଗୋଟିଏ ପଟେ ସମଗ୍ର ବିଶ୍ୱରେ କୋଭିଡ -୧୯ ର ନିୟମକୁ କୋହଳ ଦିଆଯାଇଥିବା ବେଳେ ଅନ୍ୟ କେତେକ ଦେଶରେ ବର୍ତ୍ତମାନ ବିଦେଶୀମାନଙ୍କୁ ସ୍ୱାଗତ କରିବା ପାଇଁ ବାଟ ଖୋଲୁଛନ୍ତି । ଅପରପକ୍ଷେ, ଚୀନ୍ ସରକାର ନିଜ ଦେଶରେ zero-Covid strategyକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଘଟଣାଟି ହେଉଛି ଗୁଆଙ୍ଗଜୋ ସିଟି, ଯେଉଁଠାରେ ଚୀନ୍ ୨୬୦ ନିୟୁତ ଡଲାର ମୂଲ୍ୟରେ ୫୦୦୦ କ୍ୱାରେନଣ୍ଟାଇନ ସେଣ୍ଟରର ଏକ କେନ୍ଦ୍ର ନିର୍ମାଣ କରିଛି। ଚୀନ୍ ଆକଳନ କରିଛି ଯେ ଆଗାମୀ ଦିନରେ ବହୁ ସଂଖ୍ୟକ ବିଦେଶୀ ତାଙ୍କ ଦେଶକୁ ଆସିପାରନ୍ତି।

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ପାରମ୍ପାରିକ ଚୀନ୍ ଶୈଳୀରେ ବ୍ରାଉନ୍ ଛାତ ବିଶିଷ୍ଟ ତିନି ମହଲା କୋଠା ନିର୍ମାଣ କରାଯାଇଛି। ଏହାର ଆକାର ୪୬ ଫୁଟବଲ ମୈଦାନ କ୍ଷେତ୍ର ସହିତ ସମାନ । ସହରର ବାହାରେ ଏହି କେନ୍ଦ୍ର ନିର୍ମାଣ କରିବାକୁ ମାତ୍ର ତିନି ମାସରୁ କମ୍ ସମୟ ଲାଗିଥିଲା। ଏହା ଗୁଆଙ୍ଗଜୋ ସହରର ସେହି ହୋଟେଲଗୁଡ଼ିକୁ ସ୍ଥାନ ନେବ ଯେଉଁଠାରେ ବିଦେଶୀ ତଥା ଦେଶର ଅନ୍ୟାନ୍ୟ ସ୍ଥାନରୁ ଆସୁଥିବା ଯାତ୍ରୀମାନେ ପୂର୍ବରୁ ରହୁଥିଲେ। ଏହି ହୋଟେଲର ମୂଳ ଲକ୍ଷ ହେଉଛି ବଢୁଥିବା କୋଭିଡ ମାମଲାକୁ ହ୍ରାସ କରିବା ।

ଏଥି ସହିତ ଯାତ୍ରୀମାନଙ୍କୁ ବିମାନ ବନ୍ଦରରୁ ସିଧାସଳଖ ବସ୍ ମାଧ୍ୟମରେ ଅଣାଯିବ ଏବଂ ସେମାନେ ଅତି କମରେ ଦୁଇ ସପ୍ତାହ ପାଇଁ ଏଠାରେ ଅଲଗା ରହିବେ ରହିବେ । ସବୁ ରୁମ୍ ରେ ଭିଡିଓ ଚାଟ୍ କ୍ୟାମେରା ଏବଂ ଥର୍ମୋମିଟର ରହିବ । ରୋବଟ୍ ସାହାଯ୍ୟରେ ଦିନକୁ ତିନି ଥର ଖାଦ୍ୟ ସର୍ଚ୍ଚ କରିପାରିବେ। council foreign relationsରେ ଗ୍ଲୋବାଲ ହେଲ୍ଥର ବରିଷ୍ଠ ୟାଜୋଙ୍ଗ ହୁଆଙ୍ଗ କହିଛନ୍ତି ଯେ ଏହା ଦୁନିଆର ସବୁଠାରୁ ଅତ୍ୟାଧୁନିକ କ୍ୱାରେନଣ୍ଟାଇନ ସେଣ୍ଟର ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.