ବିଦେଶୀ ତରଭୂଜ ଚାଷ କରି ଲକ୍ଷ ଲକ୍ଷ ରୋଜଗାର, ଦୁଇ ଗୁଣା ଲାଭ ପାଉଛନ୍ତି ଚାଷୀ

ଦିନକୁ ଦିନ ବଢୁଛି ବିଦେଶୀ ତରଭୂଜ ଚାହିଦା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅଧୀନ ଦାନ୍ତିଆମୁହାଁ ଖଡିଶୋଲ୍ ପଞ୍ଚାୟତ ଏବେ ବିଦେଶୀ ତରଭୁଜ ହବ୍। ଅଢେଇ ମାସରେ ଚାଷୀ ହେଉଛନ୍ତି ଲକ୍ଷପତି। ମୟୂରଭଞ୍ଜ ବାଲେଶ୍ୱର ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ତରଭୂଜ ପଠାଇ ଲକ୍ଷ ଲକ୍ଷ ରୋଜଗାର କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଚାଷୀ ।

ବାରିପଦା(କେନ୍ୟୁଜ): ଦିନକୁ ଦିନ ବଢୁଛି ବିଦେଶୀ ତରଭୂଜ ଚାହିଦା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅଧୀନ ଦାନ୍ତିଆମୁହାଁ ଖଡିଶୋଲ୍ ପଞ୍ଚାୟତ ଏବେ ବିଦେଶୀ ତରଭୁଜ ହବ୍। ଅଢେଇ ମାସରେ ଚାଷୀ ହେଉଛନ୍ତି ଲକ୍ଷପତି। ମୟୂରଭଞ୍ଜ ବାଲେଶ୍ୱର ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ତରଭୂଜ ପଠାଇ ଲକ୍ଷ ଲକ୍ଷ ରୋଜଗାର କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଚାଷୀ ।

ଧାନଚାଷ ପରେ ପଡ଼ିଆ ଜମିରେ ଏଭଳି ଚାଷ ଦୁଇ ଗୁଣା ଲାଭ ଦେଇଥିଲା । ଯାହା ଅଞ୍ଚଳର ଚାଷୀଙ୍କୁ ଏଥିପ୍ରତି ଆକୃଷ୍ଟ କରିଥିଲା । ଏବେ ୧୫ରୁ ଊର୍ଦ୍ଧ୍ଵ ଚାଷୀ ୨୦ ଏକର ଜମିରେ ୪ ବିଦେଶୀ କିସମର ତରଭୂଜ ଚାଷ କରିଛନ୍ତି । ନୋନ୍-ୟୁ-ସିକ୍ସ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ବିହନ ଯୋଗାଇ ପାରମ୍ପରିକ କୃଷିରୁ ଊର୍ଦ୍ଧ୍ବକୁ ଇଠି କିଛି ନୂଆ କରିବାର ଲକ୍ଷ୍ୟ ଓ ଦୃଢ଼ ଇଚ୍ଛା ଶକ୍ତି ଫଳରେ ଏହା ହୋଇପାରିଛି ସମ୍ଭବ । ଚାଷୀମାନେ କେଇ ହଜାର ଟଙ୍କା ବିନିଯୋଗ କରି ଦୁଇରୁ ଅଢେଇ ମାସ ମଧ୍ୟରେ ଦୁଇଗୁଣା ଲାଭ ପାଉଛନ୍ତି ।

କୃଷି ବିଭାଗ ପରାମର୍ଶରେ ଅଞ୍ଚଳର ୨ ରୁ ୩ଜଣ ଚାଷୀ ମିଠାମକା ବା ସୁଇଟ କର୍ଣ୍ଣ, ବେବିକର୍ଣ୍ଣ ଚାଷ ଆରମ୍ଭ କରିଥିଲେ । ତାପରେ ୪ ବର୍ଷ ପୂର୍ବେ ଆରମ୍ଭ କଲେ ବିଦେଶୀ ତରଭୂଜ ଚାଷ। ବାହାର ଧଳା ଭିତର ଲାଲ୍ (ସରସ୍ଵତୀ), ବାହାର ସବୁଜ ଭିତର ହଳଦିଆ (ଆରୋହୀ) ଏବଂ ବାହାର ହଳଦିଆ ଭିତର ଲାଲ (ଭିଶାଲା) ଭଳି ବିଦେଶୀ ପ୍ରଜାତିର ତରଭୂଜ ଚାଷ ଆରମ୍ଭ କରିଥିଲେ । ଚଳିତବର୍ଷ ପ୍ରଥମ କରି ‘ମସ୍କମିଲନ’ କିସମ ଲଗାଇଛନ୍ତି ଚାଷୀ। ତରଭୂଜ ଚାଷ ନିମନ୍ତେ ଏକର ପିଛା ହାରାହାରି ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଆୟ ହେଉଛି ୧ ଲକ୍ଷରୁ ୧ ଲକ୍ଷ ୨୦ ହଜାର ଯାଏ ।

farmer

ମଞ୍ଜି ପୋତିବା ଠାରୁ ରକ୍ଷଣାବେକ୍ଷଣ ଅମଳ ପାଇଁ ପାଖାପାଖୁ ଅଢେଇମାସ ସମୟ ଲାଗୁଛି । ଧାନ ଅମଳପରେ ଡିସେମ୍ବର ଶେଷଭାଗରେ ମଞ୍ଜି ପୋଡିଲେ ମାର୍ଚ୍ଚ ୧୫ ସୁଦ୍ଧା ତରଭୂଜ ଅମଳକ୍ଷମ ହୋଇଯାଉଛି । ଅମଳପରେ ପୁନର୍ବାର ଧାନଚାଷ ହେବାକୁ ଚାଷୀ ହାତରେ ଆହୁରି ଅଢେଇ ମାସ ସମୟ ରହୁଛି । ତେଣୁ ତରଭୁଜ ଚାଷ ପରେ କ୍ଷେତରେ ସଲରା ଏବଂ ମରିସଖଡା ଶାଗ ଚାଷ ମଧ୍ୟ କରାଯାଇପାରୁଛି ବର୍ଷକରେ ଗୋଟିଏ ଜମିରୁ ୩ ପର୍ଯ୍ୟାୟରେ ଫସଲ ଉତ୍ପାଦନ କରି ଚାଷୀ ବେଶ୍ ଲାଭବାନ ହୋଇପାରୁଛନ୍ତି । ଆରୋହୀ, ଭିଶାଲା ଏବଂ ସରସ୍ବତୀ କିଲୋ ପିଛା ୩୫ରୁ ୪୦ଟଙ୍କାରେ ବିକ୍ରି ହେଉଛି ।

ସେହିପରି ମସ୍ତମିଲନ ଦର ୬୦ ଟଙ୍କା ପ୍ରତି କିଲୋ ରହିଛି । ଦର ଅଧିକ ରହୁଥିଲେ ହେଁ ମସ୍କମିଲନ୍ ଚାହିଦା ଅଧିକ ବୋଲି ଚାଷୀ କହିଛନ୍ତି । ଏପରିକି ଏଭଳି ବିଦେଶୀ ତରଭୂଜ ଚାହିଦା ଦିନକୁ ଦିନ ବଢ଼ୁ ଥିବାରୁ ଫଳ ବ୍ୟବସାୟୀ ମାନେ ମଧ୍ୟ ଛୁଟି ଆସୁଛନ୍ତି ଏହି ଚାଷୀ ମାନଙ୍କ ପାଖକୁ । ଲକ୍ଷ ଲକ୍ଷ ଟଙ୍କାର ମଞ୍ଜି କିଣି ଏଭଳି ବିଦେଶୀ ତରଭୂଜ ଚାଷ କରିବା ଚାଷୀଙ୍କ ପାଇଁ ଏକ ବଡ ଆହ୍ବାନ ଥିବା ବେଳେ ଏହି ଖଡ଼ିଶୋଲ ପଞ୍ଚାୟତ ଚାଷୀ ନିଜ ପରିଶ୍ରମ ବଳରେ ସଫଳ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.