ମୃତ୍ୟୁ ପରେ କବରରୁ ଗାୟବ ହୋଇଯାଇଥିଲା ଚାର୍ଲି ଚାପଲିନଙ୍କ ମୃତଦେହ, ଜାଣନ୍ତୁ କିଏ ରଚିଥିଲା ଏହି କାଣ୍ଡ

ଚାର୍ଲି ଚାପଲିନଙ୍କ ନାଁ ଶୁଣିବା ମାତ୍ରକେ ଓଠରେ ହସ ଖେଳିଯାଏ। ସେ ସାରା ଜୀବନ ଲୋକଙ୍କ ଓଠରେ ହସ ଫୁଟାଇଥିଲେ। ମୁକ ଫିଲ୍ମରେ ଚମତ୍କାର ଅଭିନୟ କରି ଚାର୍ଲି ଦର୍ଶକଙ୍କ ହୃଦୟରେ ନିଜ ଛାପ ଛାଡ଼ିଯାଇଛନ୍ତି। ସାରା ଜୀବନ ଲୋକଙ୍କୁ ହସାଇ ହସାଇ ବେଦମ୍ କରିଥିଲା ଚାର୍ଲି ଚାପଲିନଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ଥିଲା ଖୁବ ଜଞ୍ଜାଳମୟ। ସେ ନିଜ ଜୀବନରେ ବହୁ ଘାତପ୍ରତିଘାତର ସାମ୍ନା କରିଥିଲେ। ଏମିତିକି ମୃତ୍ୟୁ ପରେ ମଧ୍ୟ ତାଙ୍କ ମୃତଦେହକୁ ବି ଶାନ୍ତିରେ ମାଟି ମିଶିବାକୁ ସୁଯୋଗ ମିଳିନଥିଲା।

Charlie Chaplin - Movies, Children & Quotes - Biography

 

ଜୀବନ ଯାକ ଲୋକଙ୍କୁ ହସାଇଥିବା ଏହି ମହାନ କଳାକାରଙ୍କ ଜନ୍ମ ୧୮୮୯ ମସିହା ଏପ୍ରିଲ ୧୬ ରେ ହୋଇଥିଲା। ତାଙ୍କ ଜୀବନ ଅବସାଦଭରା ଥିଲା। ଚାର୍ଲିଙ୍କ ପିତା ଜଣେ ମଦୁଆ ଥିଲେ ଓ ମା’ ଥିଲେ ଷ୍ଟେଜ ଡ୍ୟାନ୍ସର।ଚିନ୍ତା ଓ ରୋଗ ଯୋଗୁ ଚାର୍ଲିଙ୍କ ମା’ ପାଗଳ ହୋଇଯାଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ତାଙ୍କୁ ପାଗଳଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା।

Tears of a clown: Peter Ackroyd's biography of Charlie Chaplin

ଚାର୍ଲି ଚାପଲିନଙ୍କ ଜୀବନରେ ସୁଖ ଦୁଃଖ ଲାଗିରହିଥିଲା। ଏକ ରିପୋର୍ଟ ମୁତାବକ ଚାର୍ଲି ନିଜ ଜୀବନ କାଳ ମଧ୍ୟରେ ୨୦୦୦ରୁ ଊର୍ଦ୍ଧ୍ଵ ମହିଳାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ଚାର୍ଲି ନିଜେ ଏହା ସ୍ୱୀକାର କରିଥିଲେ ବୋଲି କୁହାଯାଉଛି।

Chaplin's 'degrading' sex demands with teen wife | Page Six

ଲୋକଙ୍କୁ ହସେଇ ହସେଇ କନ୍ଦାଇ ପକାଉଥିବା ଚାର୍ଲି ୮୮ ବର୍ଷ ବୟସରେ ୧୯୭୭ ଡିସେମ୍ବର ୨୫ ତାରିଖରେ ସବୁଦିନ ପାଇଁ ନିଜ ଫ୍ୟାନଙ୍କୁ କନ୍ଦାଇ ଇହଲୀଳା ସମ୍ବରଣ କରିଥିଲେ। ସ୍ୱିଜରଲ୍ୟାଣ୍ଡର ଲେକ ଜେନେଭା ନିକଟସ୍ଥ ସ୍ୱିସ ଭିଲେଜରେ ତାଙ୍କୁ କବର ଦିଆଯାଇଥିଲା। ମାତ୍ର ୩ ମାସ ପରେ ଅର୍ଥାତ ୧୯୭୮ ମସିହା ମାର୍ଚ୍ଚ ୨ ତାରିଖରେ କବରରୁ ହଠାତ ତାଙ୍କ ଶବ ଗାୟବ ହୋଇଯାଇଥିଲା। କେହି ମୃତଦେହକୁ ଚୋରି କରି ନେଇଥିବା ଜଣାପଡ଼ିଥିଲା।

ତଦନ୍ତ ପରେ ଜଣାପଡ଼ିଥିଲା ଯେ ବୁଲଗେରିଆର ଦୁଇ ଜଣ ବ୍ୟକ୍ତି ଏହି କାଣ୍ଡ ଭିଆଇଥିଲେ। ସେମାନେ ଚାର୍ଲିଙ୍କ ମୃତଦେହକୁ ବିକ୍ରି କରି ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ। ମାତ୍ର ଏହା ପୂର୍ବରୁ ହିଁ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.