Below header

ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା, ଏବେ ଘୁଷୁରୀ ହାର୍ଟ ଲଗାଇ ବି ବଞ୍ଚି ଯିବ ମଣିଷ

ଆମେରିକୀୟ ଡାକ୍ତରମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟକୁ ସଫଳତାର ସହିତ ପ୍ରତିରୋପଣ କରାଯାଇଛି। ଏହା ଦ୍ୱାରା ଚିକିତ୍ସା ବିଜ୍ଞାନରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି। ତେବେ ଏହି ପ୍ରକ୍ରିୟା ଅଙ୍ଗଦାନର ଏକ ଉନ୍ନତ ବିକଳ୍ପ ହୋଇପାରିବ ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି । ଏହି ଖବର ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି ।

ୟୁନିଭର୍ସିଟି ଅଫ୍ ମେରୀଲ୍ୟାଣ୍ଡ୍ ମେଡିକାଲ୍ ସ୍କୁଲ ପକ୍ଷରୁ ସୋମବାର ଦିନ ଏକ ବୟାନ ଜାରି କରି କୁହାଯାଇଛି ଯେ, ଏହି ଐତିହାସିକ ଟ୍ରାନ୍ସଫ୍ଲାଣ୍ଟ୍ ଶୁକ୍ରବାର ଦିନ କରାଯାଇଛି । ହେଲେ ସେମାନେ ଏହାବି କହିଛନ୍ତି ଯେ, ଟ୍ରାନ୍ସପ୍ଲାଣ୍ଟ ପରେ ମଧ୍ୟ ରୋଗୀଙ୍କ ଚିକିତ୍ସା ନେଇ କୌଣସି ନିଶ୍ଚିତତା ନାହିଁ । କିନ୍ତୁ ପଶୁଙ୍କ ଠାରୁ ଜଣେ ମଣିଷରେ ଟ୍ରାନ୍ସପ୍ଲାଣ୍ଟ୍ କରିବା ପ୍ରକ୍ରିୟା ସବୁଠାରୁ ଦୁର୍ଲଭ ।

ଚିକିତ୍ସା ବିଜ୍ଞାନ ପାଇଁ ଏହା ଏକ ବଡ଼ ଖବର। ଏହା ଦ୍ୱାରା ହୃଦୟ ପ୍ରତିରୋପଣ କ୍ଷେତ୍ରରେ ବିପ୍ଳବ ଆସିବାର ଆଶା ରହିଛି। ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ହାର୍ଟ ପ୍ରତିରୋପଣ ପାଇଁ ଏହା ଏକ ନୂତନ ପଥ ଖୋଲିଛି। ଆମେରିକାର ଔଷଧ ନିୟାମକ ଏଫଡିଏ ଏହି ଅସ୍ତ୍ରୋପଚାର ପାଇଁ ଅନୁମୋଦନ ପ୍ରଦାନ କରିଥିଲା। ଘୁଷୁରି ହାର୍ଟ ପ୍ରତିରୋପଣ ପାଇଁ ଏହି ଜରୁରୀକାଳୀନ ଅନୁମୋଦନ କ୍ରମେ ୫୭ ବର୍ଷୀୟ ପୀଡିତାର ଜୀବନ ବଞ୍ଚାଇବା ପାଇଁ ଶେଷ ବିକଳ୍ପ ଥିଲା।

ଖବର ଅନୁଯାୟୀ ପୀଡିତା ଡେଭିଡ ବେନେଟଙ୍କ ଅବସ୍ଥା ଗୁରୁତର ଥିଲା। ତେଣୁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟ ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଡେଭିଡଙ୍କ ଅବସ୍ଥାରେ ବର୍ତ୍ତମାନ ସୁଧୁରୁଛି ଏବଂ ନୂତନ ଅଙ୍ଗ କିପରି କାମ କରୁଛି ତାହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବେନେଟଙ୍କର ହାର୍ଟ ପ୍ରତିରୋପଣ ସାଧାରଣ ଭାବେ ହେବା ସମ୍ଭବ ନ ଥିଲା। ତେଣୁ ଡାକ୍ତରମାନେ ଏହି ବଡ ନିଷ୍ପତ୍ତି ନେଇ ଏକ ଘୁଷୁରୀର ହୃଦୟକୁ ପ୍ରତିରୋପଣ କରିବାକୁ ଯୋଜନା କରିଥିଲେ।

ଘୁଷୁରି ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବା କ୍ଷେତ୍ରରେ ଡାକ୍ତରୀ ଦଳର ନେତୃତ୍ୱ ନେଇଥିବା ସର୍ଜନ ବାର୍ଟଲି ଗ୍ରିଫିଥ କହିଛନ୍ତି ଯେ ଏହା ଅସ୍ତ୍ରୋପଚାର ଇତିହାସରେ ଏକ ବଡ଼ ସଫଳତା। ଏହା ଅଙ୍ଗ ଦାନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ। କୁହାଯାଉଛି ଯେ, ଡେଭିଡ୍ ଙ୍କ ଶରୀରରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟରେ ସେ ଠିକ୍ ଅଛନ୍ତି । ନୂତନ ଅଙ୍ଗ ତାଙ୍କ ଶରୀରରେ କିପରି କାମ କରୁଛି ତା ଉପରେ ଡାକ୍ତର ମାନେ କଡ଼ା ନଜର ରଖିଛନ୍ତି । ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ହାର୍ଟ-ଲଙ୍ଗସ୍ ବାଇପାସ୍ ମେସିନ୍ ସାହାରାରେ ଥିଲା । ଡେଭିଡ୍ ଙ୍କ ପାଖରେ ଦୁଇଟି ବିକଳ୍ପ ରହିଥିଲା ଗୋଟିଏ ହେଉଛି, ମୃତ୍ୟୁ ଓ ଅନ୍ୟଟି ହେଲା ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ । ଏନେଇ ସେ ଏକ ବୟାନରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.