ଥରେ ଦେଖନ୍ତୁ ଏହି ଭିଡିଓ, ଥରି ଉଠିବ ଆପଣଙ୍କ ଛାତି
![trean](https://knewsodisha.com/wp-content/uploads/2022/01/tren.jpg)
ନିଜ ଉପରେ ବିଶ୍ୱାସ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ଆଜି ଏହି ଭିଡିଓରୁ ଆପଣ ଜାଣିପାରିବେ । ସମୟ ଯେତେ କଷ୍ଟସାଧ୍ୟ ହେଉନା କାହିଁକି, କିନ୍ତୁ ଯଦି ଆପଣଙ୍କର ନିଜ ଉପରେ ବିଶ୍ୱାସ ଅଛି ତେବେ ପ୍ରତ୍ୟେକ ଅସୁବିଧାରୁ ମୁକ୍ତି ପାଇପାରିବ। ଜୀବନରେ ଆସୁଥିବା ପରିସ୍ଥିତିକୁ ଦେଖି ଡରି ଯାଆନ୍ତୁ ନାହିଁ କେବଳ ସାମ୍ନା କରିବା ଜାରି ରଖନ୍ତୁ। ଆପଣ ଦେଖୁଥିବା ଭିଡିଓରେ ଦୁଇଟି ଟ୍ରେନ ମଝିରେ ଦୌଡୁଥିବା ଘୋଡ଼ାକୁ ଦେଖି କିଛି ଶିକ୍ଷା ମଧ୍ୟ ପାଇପାରିବେ ।
ସୋସିଆଲ ମିଡିଆରେ ଘୋଡାର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଦୁଇଟି ଟ୍ରେନ୍ ମଧ୍ୟରେ ଗୋଟିଏ ଘୋଡା ଦୌଡୁଥିବାର ଦେଖାଯାଉଛି। ଉଭୟ ଟ୍ରେନ୍ ବିପରୀତ ଦିଗରେ ଚାଲୁଚି ଏବଂ ଟ୍ରେନ୍ ଫାଙ୍କରେ ଘୋଡା ଦୌଡୁଛି । ଘୋଡାକୁ ଦେଖି ଟ୍ରେନରେ ବସିଥିବା କିଛି ଲୋକ ପାଟି କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ଘୋଡାଟି ଧିରେ ଧିରେ ଚାଲୁଥିଲା କିନ୍ତୁ ଲୋକଙ୍କ ସ୍ୱର ଶୁଣିବା ପରେ ଉଚ୍ଚ ବେଗରେ ଦୌଡିବା ଆରମ୍ଭ କଲା । ଲୋକଙ୍କ କୋଳାହଳ ପରେ ମଧ୍ୟ ଘୋଡା ରାସ୍ତା ପରିବର୍ତ୍ତନ ନକରି ଏକ ସିଧା ଲାଇନରେ ଚାଲିଥାଏ ଏବଂ ଶେଷରେ ଦୁଇଟି ଟ୍ରେନ୍ ମଧ୍ୟରେ ସୁରକ୍ଷିତ ଭାବରେ ଯାଉଥାଏ ।
घोड़ा 2 ट्रेनों के बीच फंस गया. उसे दौड़ना आता था, रास्ता बदले बिना दौड़ता रहा और अंत में बाहर निकल आया.
छोटे से वीडियो में मानो ज़िन्दगी का सबक है. मुश्किलों के बीच फंसकर विचलित ना हो, बस खुदपर भरोसा रख के आगे बढ़ते रहो. pic.twitter.com/pXrd69KYlO
— Dipanshu Kabra (@ipskabra) January 22, 2022
ଭିଡିଓ ଦେଖିବା ଦ୍ୱାରା, ଆପଣ ଏକ ଧାରଣା ପାଇପାରିବେ ଯେ ଏପରି ପରିସ୍ଥିତିରେ ଯେ କୌଣସି ମଣିଷ ନିଜର ଭାରସାମ୍ୟ ହରାଇ ପାରିଥାନ୍ତେ, କିନ୍ତୁ ଘୋଡା ପଶୁ ହେଲେ ବି ତାର ବିଶ୍ୱାସକୁ ଛାଡିବାକୁ ଦେଇନଥିଲା । ଏହି ଭିଡିଓ ଏକ ଶିକ୍ଷା ଦେଉଛି ଯେ ଯେତେବେଳେ କୌଣସି ପ୍ରାଣୀ ଏହି କଷ୍ଟଦାୟକ ପରିସ୍ଥିତିରୁ ନିଜକୁ ବାହାର କରିପାରେ କିନ୍ତୁ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ମଣିଷର ବୁଦ୍ଧି ଏବଂ ଚତୁରତାର ବଳରେ ବୋଧ ହୁଏ ନିଜକୁ ବଞ୍ଚାଇ ପାରିନଥାନ୍ତା ।ସେଥିପାଇଁ ସର୍ବଦା ନିଜ ଉପରେ ବିଶ୍ୱାସ ରଖିବା ଉଚିତ ଯାହା ଦ୍ୱାରା ଅପାଣ ଗନ୍ତବ୍ୟସ୍ଥଳକୁ ସହଜରେ ପହଞ୍ଚିପାରିବେ ।
ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦିପାନସୁ କାବ୍ରା ସେୟାର କରିଛନ୍ତି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି – ଘୋଡା ୨ ଟି ଟ୍ରେନ୍ ମଧ୍ୟରେ ଅଟକି ଯାଇଛି । ତାକୁ ଦୌଡିବା ବି ଆସୁଥିଲା କିନ୍ତୁ ନିଜର ପଥ ପରିବର୍ତ୍ତନ ନକରି ଦୌଡ଼ିବାରେ ଲାଗିଥାଏ ଏବଂ ଶେଷରେ ବାହାରକୁ ଆସିଲା । ଏହି ଛୋଟ ଭିଡିଓରେ ଜୀବନରେ ଏକ ଶିକ୍ଷା ଦେଉଛି । ଅସୁବିଧାର ସମ୍ମୁଖୀନ ହୋଇ ବ୍ୟସ୍ତ ହୁଅନ୍ତୁ ନାହିଁ, କେବଳ ନିଜ ଉପରେ ବିଶ୍ୱାସ କରି ଆଗକୁ ବଢନ୍ତୁ । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଭିଡିଓରେ ୟୁଜର୍ସ ମାନେ ଅନେକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।