ଦୁନିଆରେ ଏମିତି କିଛି ଜିନିଷ ଅଛି ଯାହାକି କଳ୍ପନା ବାହାରେ। ମଣିଷ ଏପରି ଜିନିଷକୁ ନିଜ ଆଖିରେ ଦେଖି ମଧ୍ୟ ବିଶ୍ଵାସ କରେନି। କିନ୍ତୁ ଏହା ସତ ଘଟଣା ହିଁ ହୋଇଥାଏ। ଆପଣ ଥରେ ଭାବନ୍ତୁ ତ, ଥଣ୍ଡା ସ୍ଥାନରେ କ’ଣ କେବେ ନିଆଁ ଲାଗିପାରେ। ସେ ପୁଣି ପ୍ରାକୃତିକ ଉପାୟରେ। ହେଲେ ଏପରି ଘଟିଛି ଆଇସଲ୍ୟାଣ୍ଡର ଆଗ୍ନେୟଗିରିରେ। ଗତ ବର୍ଷ ଆଇସଲ୍ୟାଣ୍ଡର ରାଜଧାନୀ ରେକଜାଭିକରେ ଘଟିଥିବା ଏକ ଆଗ୍ନେୟଗିରିରେ ପୁଣି ଥରେ ଲାଭ ବାହାରିବାକୁ ଲାଗିଛି।
ଫାଗ୍ରାଡାଲ୍ସଫଜାଲ୍ ମାଉଣ୍ଟେନ୍ରେ ଅବସ୍ଥିତ ଏହି ଆଗ୍ନେୟଗିରି ବର୍ତ୍ତମାନ ପର୍ଯ୍ୟଟନକୁ ଅଧିକ ମାତ୍ରାରେ ସୁନ୍ଦର୍ କରୁଛି। ହଜାର ହଜାର ଲୋକ ଏହି ଲାଭା ଦେଖିବାକୁ ଆସୁଛନ୍ତି। କିନ୍ତୁ ଏହି ବିସ୍ଫୋରଣ ଦ୍ଵାରା ପୃଥିବୀ ଭିତରେ ଏକ ନୂତନ ଦ୍ୱାର ଖୋଲିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହି ଦ୍ଵାରା ସିଧାସଳଖ ପୃଥିବୀର ମେଣ୍ଟାଲ ବା ପୃଥିବୀର ସରଫେସ୍ ସହିତ ସଂଯୁକ୍ତ। ଆଗ୍ନେୟଗିରି ରେକଜାଭିକର କେଫ୍ଲାଭିକ୍ ବିମାନବନ୍ଦରଠାରୁ ମାତ୍ର ୩୨ କିଲୋମିଟର ଦୂରରେ ରହିଛି।
euronews: #NoComment videos of the week:
🌋Lava spews out of a volcanic fissure in Iceland’s #Geldingadalir volcano
🇦🇺An Australian senator calls Queen Elizabeth II ‘colonising’
⛳️Two indigenous Aymara women play golf in traditional dress at the ex… pic.twitter.com/n1FLpKGbPb
— Radio Télé 6 Univers (@tele6cayes) August 7, 2022
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ସ୍ଥାନର ଫଟୋ-ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଟୋ ଦେଖିବାକୁ ଯେତେ ସୁନ୍ଦର ସେତେ ସମାନ ଭାବରେ ଭୟଙ୍କର। ପୂର୍ବରୁ ଜ୍ୱାଳାମୁଖୀ ସମାନ ସ୍ଥାନରୁ ଲାଭା ପ୍ରବାହିତ କରୁଥିଲା କିନ୍ତୁ ଏବେ ଏହାର ଏକ ବଡ଼ ମୁହଁ ଖୋଲିଛି। ଅନେକ ସ୍ଥାନରୁ ଲାଭା ବାହାରକୁ ଆସୁଛି। ଜ୍ୱାଳାମୁଖୀରୁ ଲାଭା ଏବଂ ଧୂଆଁ ବାହାରୁଛି। କିନ୍ତୁ ବିମାନବନ୍ଦରରୁ କୌଣସି ବିମାନ ବାତିଲ ହୋଇନାହିଁ। ବିମାନ ବନ୍ଦର ମଧ୍ୟ ଖୋଲା ଅଛି। ଚାରି ଦିନ ପୂର୍ବେ ସାମାନ୍ୟ ଭୂକମ୍ପ ପରେ ଏହି ଜ୍ୱାଲା ଉତ୍ପନ୍ନ ହୋଇଥିଲା। ସେବେଠାରୁ ଲାଭା ନଦୀ ଭାବେ କ୍ରମାଗତ ଭାବରେ ପ୍ରବାହିତ ହେଉଛି। ଗତ ବର୍ଷ ମାର୍ଚ୍ଚରେ ଘଟିଥିବା ସମାନ ସ୍ଥାନରେ ଏହି ବିସ୍ଫୋରଣ ଘଟୁଛି। ଗତ ବର୍ଷ ମଧ୍ୟ ଲଗାତାର ଅନେକ ମାସ ଧରି ଲାଭା ପ୍ରବାହିତ ହେଉଥିଲା।
ବାସ୍ତବରେ ଆଇସଲ୍ୟାଣ୍ଡ ଉତ୍ତର ଆଟଲାଣ୍ଟିକର ଆଗ୍ନେୟଗିରି କ୍ଷେତ୍ର ଉପରେ ଅବସ୍ଥିତ। ଏଠାରେ, ପ୍ରତି ଚାରି-ପାଞ୍ଚ ବର୍ଷର ବ୍ୟବଧାନରେ, ଏହିପରି ବଡ଼ ବଡ଼ ବିସ୍ଫୋରଣ ଘଟୁଛି। ୨୦୧୦ ର ସବୁଠାରେ ବିପଜ୍ଜନକ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଆଇଜାଫଜାଲାଜୋକୁଲ ଆଗ୍ନେୟଗିରିରେ ଘଟିଥିଲା। ଏହି କାରଣରୁ ୟୁରୋପ ଏବଂ ଉତ୍ତର ଆମେରିକାକୁ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା।
ବିଭିନ୍ନ ବିମାନବନ୍ଦରରେ କୋଟି କୋଟି ଯାତ୍ରୀ ଅଟକି ରହିଥିଲେ। କିନ୍ତୁ ଏବେ ଏପରି କିଛି ଘଟୁଥିବାର ଦେଖାଯାଏ ନାହିଁ। ପର୍ଯ୍ୟଟକଙ୍କ ବ୍ୟତୀତ ଏଠାରେ ବୈଜ୍ଞାନିକମାନେ ମଧ୍ୟ ଏକତ୍ରିତ ହୋଇଛନ୍ତି। ଲାଭାର ନମୁନା ନେଇ ପରୀକ୍ଷା ପାଇଁ ବୈଜ୍ଞାନିକଙ୍କ ଭିଡ ଜମିଛି। ତେବେ ଏହା ଥଣ୍ଡା ଅଞ୍ଚଳ ହୋଇଥିବାରୁ ଏଠାରେ ଏତେ ଗରମ ହେଉନାହିଁ। ଅଧିକ ମାତ୍ରାରେ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି ଓ ଏହା ସହିତ ଏହି ଦୃଶ୍ୟ ଉପୋଭୋଗ କରୁଛନ୍ତି। କାରଣ ଏହା ପୃଥିବୀର ଭୂପୃଷ୍ଠ ସହ ଯୋଡ଼ି ହୋଇଛି।
କିନ୍ତୁ ଏଠାରେ ଲଗାତାର ଲାଭା ଉତ୍ପନ୍ନ ହେଉଛି ଓ ଦୁର୍ଗନ୍ଧକାରୀ ଗ୍ୟାସ ବାହାରକୁ ଆସୁଛି। ସ୍ଥାନୀୟ ପ୍ରଶାସନ କହିଛି ଯେ ଏହା କାହାର କିଛି କ୍ଷତି କରିବ ନାହିଁ। ତେବେ ଏହି ଜ୍ୱାଳାମୁଖୀ ଫାଟିବା ପରେ ଏହାର ଭିଡିଓ ଓ ଫଟୋ ଭାଇରାଲ ହେବାକୁ ଲାଗିଛି। ଆଇସଲ୍ୟାଣ୍ଡକୁ ନିଆଁ ଓ ବରଫର ଦେଶ କୁହାଯାଏ। ଏଠାରେ ଲୋକ ଗ୍ଲେଶିଅର, ଜ୍ୱାଳାମୁଖୀ ଓ ଭୂମିକମ୍ପ ଦେଖି ଆସୁଛନ୍ତି। ତେବେ ଏହି ଜ୍ୱାଳାମୁଖୀକୁ ଟୁରିଷ୍ଟ ଜ୍ୱାଳାମୁଖୀ ମଧ୍ୟ କୁହାଯାଇଥାଏ।