ଚାଣକ୍ୟ ନୀତି : ଏହି ଲୋକଙ୍କ ଠାରୁ ଦୁରେଇ ଯିବା କିମ୍ବା ଅଧିକ ନିକଟତର ହେବା ହୋଇଥାଏ ମାରାତ୍ମକ, ସନ୍ତୁଳନ ରଖିବା ଆବଶ୍ୟକ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏମିତି କିଛି ଲୋକଙ୍କ ସମ୍ପର୍କରେ କହିଛନ୍ତି ଯାହାଙ୍କ ସହ ସର୍ବଦା ସନ୍ତୁଳନ ରକ୍ଷା କରିବା ଉଚିତ | ଏହି ଲୋକଙ୍କର ଅଧିକ ନିକଟତର ହେବା କିମ୍ବା ଅଧିକ ଦୂରେଇ ଯିବା ହୋଇଥାଏ ଖତରନାକ | କାରଣ ଏମାନଙ୍କ ସହ ଅଧିକ ବନ୍ଧୁତା କିମ୍ବା ଶତ୍ରୁତା ଉଭୟ ମାରାତ୍ମକ ହୋଇଥାଏ | ଏମାନଙ୍କ ସହ ସର୍ବଦା ସନ୍ତୁଳନ ରକ୍ଷା କରିବା ଉଚିତ | ଆସନ୍ତୁ ଜାଣିବା କିଏ ଏହି ଲୋକମାନେ |

ଶକ୍ତିଶାଳୀ ବ୍ୟକ୍ତି :

ଚାଣକ୍ୟ ନୀତି ଅନୁଯାଇ ରାଜା ବା ପ୍ରଶାସକ ଆଦି ବ୍ୟକ୍ତିଙ୍କ ଠାରୁ ଅଧିକ ନିକଟତର ହେବା କିମ୍ବା ଅଧିକ ଦୂରେଇ ଯିବା ହୋଇଥାଏ ଖତରନାକ | କାରଣ ଏମାନଙ୍କ ସହ ଅଧିକ ନିକଟତର ହେଲେ ସେମାନଙ୍କ କଥା ଅନୁଯାଇ କାମ କରିବାକୁ ପଡିଥାଏ ବା ସେମାନଙ୍କ ବୋଲହାକ କରିବାକୁ ପଡିଥାଏ | ଯଦି ଦୁରେଇ ଯିବେ ତେବେ ସେମାନଙ୍କ ଠାରୁ ମିଳୁଥିବା ସୁବିଧା ପାଇବାରୁ ବଂଚିତ ହେବେ | ତେଣୁ ଏମାନଙ୍କ ସହ ସର୍ବଦା ସନ୍ତୁଳନ ସମ୍ପର୍କ ରକ୍ଷା କରିବା ଉଚିତ |

ଅଗ୍ନି :

ଅଗ୍ନି ଏପରି ଏକ ଜିନିଷ ଯାହାକୁ ସନ୍ତୁଳିତ ଭାବେ ରଖିବାକୁ ହେବ ନଚେତ ଏହା କେବେ ବି ଆପଣଙ୍କୁ ଜଳାଇପାରେ | ତେଣୁ ଚାଣକ୍ୟ କହିଛନ୍ତି ନା ଅଗ୍ନି ଠାରୁ ବେଶୀ ଦୂରରେ ରହିବ କଥା ନା ଅଧିକ ନିକଟତର ହେବା କଥା |

ସ୍ତ୍ରୀ :

ଚାଣକ୍ୟ ନୀତି ଅନୁଯାଇ ସ୍ତ୍ରୀକୁ କେବେ ବି କମଜୋର ଭାବିବା କଥା ନୁହେଁ | ସମାଜରେ ପୁରୁଷଙ୍କର ଯେତିକି ଭୂମିକା ରହିଛି ସ୍ତ୍ରୀଙ୍କର ସେତିକି ଭୂମିକା ରହିଛି | ସେମାନଙ୍କର ଅତି ନିକଟକୁ ଗଲେ ଭୁଲ ବାଟରେ ଯାଇ ପାରନ୍ତି ଓ ଈର୍ଷାର ଶିକାର ହୋଇପାରନ୍ତି | ସେହିପରି ସେମାନଙ୍କ ଠାରୁ ଅଧିକ ଦୁରକୁ ଗଲେ ମଧ୍ୟ ସମସ୍ୟାର ଶିକାର ହୋଇପାରନ୍ତି | ତେଣୁ ମହିଳାଙ୍କ ସହ ସର୍ବଦା ସନ୍ତୁଳିତ ବ୍ୟବହାର ବନାଇ ରଖିବା ଉଚିତ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.