ସୂର୍ଯ୍ୟଙ୍କୁ ପ୍ରତିଦିନ ଜଳ ଅର୍ଘ୍ୟ ପ୍ରଦାନ କଲେ ମିଳିଥାଏ ବଡ଼ ସଫଳତା, ଦୂରେଇ ଯାଏ ସବୁ ସମସ୍ୟା

ଶାସ୍ତ୍ର ଅନୁଯାୟୀ ଆମ ହିନ୍ଦୁ ଧର୍ମରେ ଥିବା ଦେବଦେବୀଙ୍କ ସଂଖ୍ୟା ୩୩ କୋଟି। କିନ୍ତୁ ଏସମସ୍ତ ଦେବଦେବୀଙ୍କ ମଧ୍ୟରୁ ଆମେ କେବଳ ସୂର୍ଯ୍ୟ ଓ ଚନ୍ଦ୍ର ଦେବଙ୍କୁ ପୃଥିବୀ ପୃଷ୍ଠରେ ଦେଖିପାରୁ। ତେଣୁ ସୃଷ୍ଟିର ଆରମ୍ଭରୁ ହିଁ ଆମେ ଏଦୁହିଁଙ୍କୁ ପୂଜା କରିଥାଉ। ମହାଭାରତ ତଥା ରାମାୟଣରେ ମଧ୍ୟ ସୂର୍ଯ୍ୟଦେବଙ୍କ ପୂଜା କଥା ବର୍ଣ୍ଣନା କରାଯାଇଛି। ଭଗବାନ ରାମ ସ୍ୱୟଂ ସୂର୍ଯ୍ୟଦେବଙ୍କ ପୂଜା କରିଥିଲେ। ମହାଭାରତରେ କୁନ୍ତୀ ସୂର୍ଯ୍ୟଦେବଙ୍କର ଭକ୍ତ ଥିଲେ।

ତେବେ କୁହାଯାଏ ଯେ ସୂର୍ଯ୍ୟଙ୍କୁ ପ୍ରତିଦିନ ଅର୍ଘ୍ୟ ପ୍ରଦାନ କରିବା ଉଚିତ। ଏହାପଛରେ ଅନେକ ଶୁଭ ଫଳ ମିଳିଥାଏ। ଏହାସହିତ ଭଗବାନଙ୍କର ଶୁଭାଶିର୍ବାଦ ରହିଥାଏ। ତେବେ ଆଜି ଆମେ କହିବୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ୱାରା କେଉଁ ସବୁ ଶୁଭଫଳ ମିଳିଥାଏ।

ସୂର୍ଯ୍ୟଙ୍କ ଜଳ ଦେବାର ଠିକ୍‌ ତରିକା ସମ୍ପର୍କରେ ଖୁବ୍‌ କମ ଲୋକ ଜାଣିଥିବେ । ହେଲେ ପ୍ରାୟ ୯୦ ଭାଗ ଲୋକ ସୂର୍ଯ୍ୟଙ୍କୁ ଜଳ ବା ଅର୍ଘ୍ୟ ଦେବାର ଠିକ୍‌ ତରିକା ଜାଣି ନାହାଁନ୍ତି । ଆଗରୁ ମୁନି-ଋଷିମାନେ ଯେଉଁ ଉପାୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିଲେ ତାହାକୁ ଆଧୁନିକ ଯୁଗର ଡାକ୍ତରମାନେ ମଧ୍ୟ ଠିକ୍‌ ବୋଲି କହିଛନ୍ତି । ଯଦି ଆମେ ସୂର୍ଯ୍ୟଙ୍କୁ ଜଳ ଦେବାର ପ୍ରକୃତ ତରିକା ନ ଜାଣିବା ଏହା ଆମକୁ ଭଲ ଫଳ ଦେବା ପରିବର୍ତ୍ତେ ଖରାପ ଫଳ ଦେଇଥାଏ ।

ସୂର୍ଯ୍ୟଦେବ ଏକମାତ୍ର ଦେବତା ଯାହାଙ୍କୁ ଆମେ ଆଖିରେ ଦେଖି ପାରୁଛେ । ସୂର୍ଯ୍ୟଦେବ ପ୍ରକୃତି ଓ ଆମର ସ୍ୱାସ୍ଥ୍ୟର ଆଧାର ମଧ୍ୟ ଅଟନ୍ତି । ସୂର୍ଯ୍ୟଙ୍କର କିରଣରେ ବାକ୍ଟେରିଆ ଓ ଭାଇରସ ନଷ୍ଟ କରି ଆମକୁ ସବୁ ରୋଗରୁ ରକ୍ଷା କରିବାର ଶକ୍ତି ରହିଛି । ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ଜଳ ଦେବାର ଠିକ୍‌ ନିୟମ ।

ସୂର୍ଯ୍ୟଙ୍କୁ ଜଳ ଦେବାର ଠିକ ନିୟମ:

ସୂର୍ଯ୍ୟଙ୍କ ସପ୍ତ ରଂଗ କିରଣରୁ ଆମକୁ ଲାଭ ମିଳୁ,ଏଥିପାଇଁ ମୁନି-ଋଷିମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାର ନିୟମ ବନାଇଛନ୍ତି । ଶାସ୍ତ୍ରରେ କୁହାଯାଇଛି ସୂର୍ଯ୍ୟଙ୍କ କିରଣ ଯେବେ ଆଖିକୁ କଷ୍ଟ ଦିଏ, ସେତେବେଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ଲାଭ ନାହିଁ ।

ଜଳର ଗଡୁଥିବା ଧାର ଦେଇ ସୂର୍ଯ୍ୟଙ୍କୁ ଦେଖିବାର ନିୟମ ରହିଛି । ଯାହାଦ୍ୱାରା ଜଳର ଧାରରୁ ସୃଷ୍ଟି ୭ ରଂଗର କିରଣ ଆମର ଆଖି କଳା ପୁତୁଳା ଦେଇ ଶରୀର ଗ୍ରହଣ କରେ । ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଦେବା ଦ୍ୱାରା ୭ ରଂଗ ଆମର ଶରୀର ଗ୍ରହଣ କରି ଶରୀରରେ ସକରାତ୍ମକ ଶକ୍ତି ପ୍ରବାହିତ କରିଥାଏ ।

ଭୁଲ ତରିକାରେ ଅର୍ଘ୍ୟ ଖରାପ କରିପାରେ ଆଖି

ଭଗବାନ ସୂର୍ଯ୍ୟଙ୍କୁ ଜଳ ଦେବାର ଠିକ ତରିକା ଗ୍ରହଣ କରାନଗଲେ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ । ଏହାଦ୍ୱାରା ଆଖି ମଧ୍ୟ ଖରାପ ହୋଇପାରେ । ତେଣୁ ଜଳ ଧାର ଗଡିବା ପରେ ଜଳ ଧାର ମଧ୍ୟ ଦେଇ ସୂର୍ଯ୍ୟଙ୍କୁ ଦେଖିବା ନିୟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.