ଟ୍ରାଫିକ୍ ନିୟମ ପାଳିଲେ ଗଣେଶ ଠାକୁର ,  ସିଟ ବେଲ୍ଟ ଭିଡି ଗଲେ ବିସର୍ଜନ ହେବାକୁ

କେନ୍ୟୁଜ୍ ବ୍ୟୁରୋ:  କିଛି ଦିନ ହେବ  ନୂଆ  ଟ୍ରାଫିକ ନିୟମ ସମସ୍ତ ଗାଡି ଚାଳକଙ୍କୁ  ଅସୁବିଧାରେ ପାକାଇଛି। ଯହା ମାଧ୍ୟମରେ ଗାଡି ଧରି ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ବିଶେଷ କରି ଗାଡିର କାଗଜ ପତ୍ର ନଥିବା ଚାଳକ, ହେଲମେଟ ପିନ୍ଧିନଥିବା ଚାଳକ ଓ ସିଟ ବେଲ୍ଟ  ମାରିନଥିବା ଚାଳକଙ୍କୁ  ବେଶୀ ହରଡ ଘଣାରେ ପକାଉଛି ଏହି ନିୟମ। ଏହି ନିୟମ ପାଳନ କରିବାର ନେଇ କିଛି ଭିଜୁଆଲ ବ୍ୟଙ୍ଗାତ୍ମକ ଶୈଳୀରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ମଦସୋରରେ।

ganesh 2

ଜଣେ ଟ୍ରାଫିକ ପୋଲିସ କର୍ମଚାରୀ ଏକ ଗଣେଷ ମୂର୍ତ୍ତୀକୁ ବିସର୍ଜନ କରିବାକୁ ନେବା ପାଇଁ ନଦୀକୁ ଯାଉଥିବା ବେଳେ ଗଣେଷଙ୍କୁ ସିଟ ବେଲ୍ଟ ବାନ୍ଧି ନେଇଥିଲେ। ଏହା କରିବାର ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକମାନେ ସଚେତନ ହେବେ ବୋଲି ପୋଲିସ କର୍ମଚାରୀ କହିଥିଲେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.