ଏହି ରାଶିର ବ୍ୟକ୍ତିଙ୍କ ଉପରେ ସବୁବେଳେ ପ୍ରସନ୍ନ ଥାଆନ୍ତି ମହାଦେବ, ମିଳେ ଖାସ୍ ଆଶୀର୍ବାଦ

ଆରମ୍ଭ ହୋଇଛି ଶ୍ରାବଣ ମାସ। ଏହି ମାସ ଭଗବାନ ଶିବଙ୍କର ସବୁଠୁ ପ୍ରିୟ ମାସ ବୋଲି କୁହାଯାଏ। ଏଣୁ ଶ୍ରାବଣରେ ଶିବ ଓ ପାର୍ବତୀଙ୍କ ଆରାଧନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କେତେକ ରାଶିର ବ୍ୟକ୍ତିଙ୍କ ଉପରେ ଶିବଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ। ଏମାନଙ୍କ ପ୍ରତି କାମରେ ଶିବ ସନ୍ତୁଷ୍ଟ ହୋଇଥାନ୍ତି। ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଶିବଙ୍କ କୃପା ସବୁବେଳେ ରହିଥାଏ…
ମେଷ: ମେଷ ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କ କୃପା ସବୁବେଳେ ରହିଥାଏ। ଏଣୁ ଏହି ରାଶିର ବ୍ୟକ୍ତି ଶିବଙ୍କ ଆରାଧନା କରିବା ଉଚିତ୍। ଏମାନେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଶୁଭ ହୋଇଥାଏ।
ମକର: ମକର ରାଶିଯୁକ୍ତ ବ୍ୟକ୍ତିଙ୍କ ଉପରେ ଶିବଙ୍କ ଆଶୀର୍ବାଦ ସଦାସର୍ବଦା ରହିଥାଏ। ଏମାନେ ପ୍ରତିଦିନ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିବା ଆବଶ୍ୟକ। ଏମାନେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ଭଗବାନ ଶିବଙ୍କ ପ୍ରିୟ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ଶିବ ଲିଙ୍ଗରେ ଜଳ ଲାଗି କରିବା ଉଚିତ୍। ଏମାନେ ନିଜ କ୍ଷମତା ଅନୁସାରେ ଦାନ କଲେ ସମସ୍ତ ରିଷ୍ଟ ଖଣ୍ଡନ ହେବ।