ଭାଦ୍ରବ ମାସର ଅଷ୍ଟମୀ ତିଥିରେ ପଡୁଛି ମହାଲକ୍ଷ୍ମୀ ବ୍ରତ, ଜାଣନ୍ତୁ କ’ଣ ରହିଛି ମାନ୍ଯତା ଏବଂ ମହତ୍ତ୍ବ

ଭାଦ୍ରବ ମାସ ଆରମ୍ଭ ହେଉ ହେଉ ବ୍ରତ ଏବଂ ଉତ୍ସବ ଲାଇନ ଲାଗିଯାଏ। ପ୍ରତିଦିନ କୌଣସି ନା କୌଣସି ପର୍ବ ପଡିଥାଏ। ଏହି ମାସରେ ଷୋଳହ ଦିନ ଧରି ଚାଲୁଥିବା ମହାଲକ୍ଷ୍ମୀ ବ୍ରତ ମଧ୍ୟ କରାଯାଏ। ଏହି ବ୍ରତ ଭାଦ୍ରବ ଶୁକ୍ଲ ଅଷ୍ଟମୀରୁ ଆରମ୍ଭ ହୋଇଥାଏ ଏବଂ ୧୬ ଦିନ ପର୍ଯ୍ଯନ୍ତ ଚାଲିଥାଏ। ବ୍ରତ ରଖୁଥିବା ବ୍ଯକ୍ତି ସଂପୂର୍ଣ୍ଣ ବିଧି ବିଧାନରେ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ଧନ, ଧାନ୍ଯ ଏବଂ ସମୃଦ୍ଧି ମନୋକାମନା ସହିତ ଏହି ବ୍ରତ ରଖାଯାଏ। ସାଧାରଣତଃ ଘରର ମହିଳା ଏହି ବ୍ରତ କରନ୍ତି ଏବଂ ପରିବାରର ସୁଖ ସମୃଦ୍ଧି କାମନା କରନ୍ତି। ଏହି ବ୍ରତ ରଖିବା ସମୟରେ ଅନ୍ନ ଖାଇବା ଉଚିତ ନୁହେଁ।

ବ୍ରତ ତିଥି ଓ ଶୁଭ ମୁହୂର୍ତ୍ତ: 

ସେପ୍ଟେମ୍ବର ୧୩ ତାରିଖରୁ ମହାଲକ୍ଷ୍ମୀ ବ୍ରତ ଆରମ୍ଭ ହେଉଛି। ଏହି ବ୍ରତ ସୋମବାରରୁ ଆରମ୍ଭ ହେବ। ଦିନ ୩ଟା ୧୦ ମିନିଟରୁ ଏହି ବ୍ରତର ଶୁଭ ସମୟ ଆରମ୍ଭ ହେଉଥିବା ବେଳେ ୨୮ ସେପ୍ଟେମ୍ବରକୁ ଶେଷ ହେବ।

ପୂଜା ବିଧି:

ମହାଲକ୍ଷ୍ମୀ ବ୍ରତ ରଖିବା ସମୟରେ ମା ଲକ୍ଷ୍ମୀଙ୍କ ଧନଲକ୍ଷ୍ମୀ ସ୍ବରୂପ ଏବଂ ସନ୍ତାନ ଲକ୍ଷ୍ମୀ ସ୍ବରୂପକୁ ପୂଜା କରିବା ଦରକାର। ପୂଜା ପାଇଁ ପ୍ରଥମେ ପୂଜା ସ୍ଥଳରେ ହଳଦୀରେ ପଦ୍ମ ଫୁଲ କରି ସେଥିରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ସ୍ଥାପନା କରନ୍ତୁ। ପୂଜାରେ ଶ୍ରୀଯନ୍ତ୍ର ନିଶ୍ଚିତ ରଖନ୍ତୁ। ଏହା ମା’ ଲକ୍ଷ୍ମୀଙ୍କ ପ୍ରିୟଯନ୍ତ୍ର। ଏହାସାଥିରେ ସୁନା ଓ ରୂପାର ଟଙ୍କା ଏବଂ ଫଳ ରଖନ୍ତୁ। ଗୋଟେ ସଫଳ କଳସରେ ପାଣି ଭଳି ପୂଜା ସ୍ଥଳରେ ରଖନ୍ତୁ। ଏହି କଳସରେ ପାନ ପତ୍ର ରଖି ତା ଉପରେ ନଡିଆ ରଖନ୍ତୁ। ପ୍ରତିଦିନ ମା ଲକ୍ଷ୍ମୀଙ୍କ ପୂଜା ସ୍ଥାନରେ ଫଳ, ଫୁଲ ଏବଂ ଅକ୍ଷତ ରଖି ପୂଜା କରନ୍ତୁ। ଶେଷ ଦିନ ଚନ୍ଦ୍ରକୁ ଘିଅ ଦୀପ ଦେଇ ବ୍ରତ ଉଦଯାପନ କରନ୍ତୁ।

ବ୍ରତ ମାନ୍ଯତା:

ଏହି ବ୍ରତ ପଛରେ ମାନ୍ଯତା ରହିଛି କି, ଯିଏ ଏହି ବ୍ରତ କରିଥାଏ ତାଙ୍କ ଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ। କୁହାଯାଏ, ନିଜେ ମା’ ଲକ୍ଷ୍ମୀ ଜଣେ ବ୍ରାହ୍ମଣ କୁ ଏହି ବ୍ରତ ବିଷୟରେ କହିଥିଲେ। ଯିଏକି ବିଷ୍ଣୁଙ୍କ ଭକ୍ତ ରହିଥିଲେ। ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ବର ମାଗିବା ପାଇଁ ମଧ୍ୟ କହିଥିଲେ। ଭକ୍ତ ଜଣଙ୍କ ମା’ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିବା ପାଇଁ ବର ମାଗିଥିଲେ। ବିଷ୍ଣୁ ବରଦାନ ଦେଇଦେଲେ କିନ୍ତୁ ମାତା ଲକ୍ଷ୍ମୀ ବ୍ରାହ୍ମଣକୁ ୧୬ ଦିନର ବ୍ରତ ରଖିବା ପାଇଁ କହିଥିଲେ। ବ୍ରତ ସଫଳ ହେବା ପରେ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.