ପୋଷା କୁକୁର ନିଖୋଜ : ଖୋଜିବା ପାଇଁ ଲଣ୍ଡନରୁ ଭାରତ ଆସିଲେ ମାଲିକାଣୀ, ଘୋଷଣା କଲେ ପୁରସ୍କାର ରାଶି

କୁକୁରମାନେ ମଣିଷର ଅତି ବିଶ୍ବସ୍ତ ଓ ଘନିଷ୍ଠ ହୋଇଥାନ୍ତି । ସର୍ବଦା କୁହାଯାଏ, କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଏବଂ ସେ ନିଜର ବିଶ୍ୱସ୍ତତା ସବୁବେଳେ ପ୍ରମାଣ କରିଥାଏ । ବର୍ତ୍ତମାନ ସମୟରେ ମଣିଷ ପାଖରେ ଆଉ ମଣିଷ ପଣିଆ ଦେଖାଯାଉ ନାହିଁ। ଏମିତି କି ଯେଉଁ ଆଡେ ଦେଖିବ ସିଆଡେ ଖାଲି ମଣିଷ ମଣିଷ ଭିତରେ ଲଢ଼େଇ ଚାଲିଛି। କେଉଁଠି ଜନ୍ମ କଲା ବାପା ମାକୁ ସନ୍ତାନ ମାନେ ପଚାରୁ ନାହାନ୍ତି ତ ଆଉ କେଉଁଠି ଜୀବନରୁ ମାରିଦେବାକୁ ବି ଡରୁ ନାହାନ୍ତି। କିନ୍ତୁ ଏଭଳି ପରିସ୍ଥିତରେ ଉତ୍ତରପ୍ରଦେଶର ମେରୁଟରୁ ଏକ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଏକ ପୋଷା କୁକୁର ନିଖୋଜ ହୋଇଯିବା ପରେ ପରିବାର ଲୋକ ତାକୁ ଖୋଜି ଖୋଜି ନୟାନ୍ତ ହୋଇଗଲେଣି । ହେଲେ କୁକୁରର କୌଣସି ପତ୍ତା ମିଳୁନାହିଁ । ତେବେ ଏଥିପାଇଁ କୁକୁରକୁ ତା’ ମାଲିକାଣୀ ଖୋଜିବା ପାଇଁ ଏକ ସପ୍ତାହ ଛୁଟି ନେଇ ଲଣ୍ଡନରୁ ମିରଟ ଆସିଛନ୍ତି । ପୋଷା କୁକୁରକୁ ଖୋଜିବା ପାଇଁ ସେମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ଏହା ସହିତ ଯଦି କୌଣସି ବ୍ୟକ୍ତି କୁକୁରର ଠିକଣା ଦେଇଦିଅନ୍ତି ତେବେ ୧୫ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।

ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ ମିରଟ ସହରର ଏକ ପରିବାରର ପୋଷା କୁକୁର ଅଗଷ୍ଟ । ମିଶ୍ର ପରିବାରର ମେଘା ୮ ବର୍ଷ ପୂର୍ବେ ଦିଲ୍ଲୀର ଏକ ଏନଜିଓରୁ ଏକ କୁକୁର ଗ୍ରହଣ କରିଥିଲେ। ଗୃହପାଳିତ କୁକୁରର ନାମ ଅଗଷ୍ଟ। କୁକୁରର ବୟସ ପ୍ରାୟ ୮ ବର୍ଷ। ଦିଲ୍ଲୀରେ ପଢୁଥିବା ବେଳେ ମେଘା ତାକୁ ଘରକୁ ଆଣିଥିଲେ । ଆଉ ତା’ ପର ଠାରୁ ଅଗଷ୍ଟ ତାଙ୍କ ପରିବାର ସଦସ୍ୟଙ୍କ ପରି ହୋଇଯାଇଥିଲା । ଏହାରି ଭିତରେ ମେଘା ଲଣ୍ଡନ ଯାଇ ସେଠାରେ ଚାକିରି କରୁଛନ୍ତି । ଯେତେବେଳେ ମେଘା ଶୁଣିଲେ ଅଗଷ୍ଟ ହଜି ଯାଇଛି, ସେ ଆଉ ରହିପାରିଲେ ନାହିଁ । ଅଫିସରୁ ଏକ ସପ୍ତାହ ଛୁଟି ନେଇ ତାଙ୍କ ପ୍ରିୟ କୁକୁରକୁ ଖୋଜିବା ପାଇଁ ଘରକୁ ଆସିଛନ୍ତି ।

ଏହା ମଧ୍ୟ ମେଘା କହିଛନ୍ତି ଆମର ପୋଷା କୁକୁର ଅଗଷ୍ଟ ନବରାତ୍ରିର ପ୍ରଥମ ଦିନରେ ଘରୁ ବାହାରକୁ ବାହାରିଥିଲା। କିନ୍ତୁ, ମୋ ମା ମୋତେ କିଛି କହିନଥିଲେ। ସେ ଭାବିଥିଲେ ସେ ନିଶ୍ଚୟ ଏଇଠି କୋଉଠି ପାଖକୁ ଯାଇଥିବ ଏବଂ ଶୀଘ୍ର ଫେରି ଆସିବେ। ଯେତେବେଳେ ଅଗଷ୍ଟ ଘରକୁ ଫେରିନଥିଲା ମା ମୋତେ ଏହି ବିଷୟରେ କହିଥିଲେ।

ତେବେ ସେପ୍ଟେମ୍ବର ୨୪ରୁ ଅଗଷ୍ଟ କେଉଁଆଡ଼େ ଗାୟବ୍ ହୋଇଯାଇଛି । ଏଥିପାଇଁ ଏବେ ଅଗଷ୍ଟକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି ମେଘା । କେବଳ ମେଘା ନୁହେଁ ତାଙ୍କ ଭଉଣୀ ମଧ୍ୟ ଦିଲ୍ଲୀରୁ ଘରକୁ ଆସିଛନ୍ତି । ଦୁଇ ଭଉଣୀଙ୍କ ସହିତ ପୁରା ପରିବାର ଅଗଷ୍ଟକୁ ଖୋଜୁଛନ୍ତି । ଏଥିପାଇଁ ସେମାନଙ୍କୁ ବହୁ କସରତ କରିବାକୁ ପଡ଼ିଲାଣି । କୌତୁହଳ କଥା ହେଉଛି, କେବଳ ମେଘା ନୁହନ୍ତି, ତାଙ୍କ ସ୍ୱାମୀ ବି କୁକୁରକୁ ଖୋଜିବାକୁ ଲଣ୍ଡନରୁ ଆସିଛନ୍ତି । ଯିଏ ବି ଅଗଷ୍ଟ ସଂପର୍କରେ କିଛି ସୂଚନା ପାଏ, ତୁରନ୍ତ ଜଣାଇବାକୁ ଅନୁରୋଧ କରିଛନ୍ତି ମେଘା ଓ ତାଙ୍କ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.