ଗୁରୁବାରରେ ଏସବୁ କାମ କରିବା ମନା

ଗୁରୁବାରରେ ଏସବୁ କାମ କରୁଥିଲେ ଏବେଠୁ ବନ୍ଦ କରନ୍ତୁ, ନଚେତ ଆପଣଙ୍କ ଉପରେ ପଡ଼ିପାରେ ଅଭିଶାପ

ସପ୍ତାହର ଚତୁର୍ଥ ଦିନ ମାନେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଛି। କୁହାଯାଏ ଯେତେବଡ଼ ସମସ୍ୟା ଥାଉ ନା କାହିଁକି ଗୁରୁବାର ଦିନ ଶ୍ରୀ ହରିଙ୍କୁ ସତ୍‌ ମନରେ ଆରଧନା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ। ଧାର୍ମିକ ଶାସ୍ତ୍ର ଅନୁସାରେ, ଗୁରୁବାର ଦେବଗୁରୁ ବୃହସ୍ପତିଙ୍କୁ ଆରାଧ୍ୟା କରାଯିବା ସହ ଧନର ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ହେଉଛନ୍ତି ଦେବତାଙ୍କ ଗୁରୁ ଓ ମାତା ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ କୁହାଯାଇଥାଏ। ତେବେ ଆପଣ ଜାଣିଛନ୍ତି ଗୁରୁବାର କିଛି ନିର୍ଦ୍ଧିଷ୍ଟ କାମ ରହିଛି ଯାହାକୁ କରିବା ଦ୍ବାରା ଆପଣ ଲକ୍ଷ୍ମୀଛଡ଼ା ହୋଇଥାନ୍ତି। ତେବେ ଆସନ୍ତୁ ଜାଣବା ଗୁରୁବାର କଣ କରିବା ଅନୁଚିତ୍ ।

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବଦେବୀଙ୍କୁ ସମର୍ପିତ ହୋଇଛି। ଶାସ୍ତ୍ର ଓ ମାନ୍ୟତା ଅନୁସାରେ ସପ୍ତାହର ୪ର୍ଥ ଦିନ ମାନେ ଗୁରୁବାର ଯଦି ଆପଣ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୂ ପୂଜା କରିବେ ତେବେ ସମସ୍ତ କଷ୍ଟ ଦୂର ହୋଇଯିବ। ସେମିତି ଗୁରୁବାର ଦିନ କିଛି କାମ ରହିଛି ଯାହାକୁ କରିବାକୁ ବାରଣ କରାଯାଇଛି। ଏହାକୁ କରିବା ଦ୍ୱାରା ଜୀବନରେ ସମସ୍ୟା ଆସିଥାଏ। ତେଣୁ ଆପଣ ବି ଯଦି ଗୁ ରୁବାର ଦିନ ଏ ହିସବୁ ଭୁଲ କରୁଥାନ୍ତି ତେବେ ନିଶ୍ଚିତ ଭାବେ ଏହାକୁ କରିବା ବନ୍ଦ କରନ୍ତୁ। ଏମିତି କଲେ ଭଗବାନଙ୍କ ଆଶିର୍ବାଦ ମିଳିବ।

-ଗୁରୁବାର ଦିନ ହାତ -ପାଦର ନଖ କାଟନ୍ତୁ ନାହିଁ। ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରପା ପ୍ରଭାବ ପଡ଼ିଥାଏ। ଏହାସହ ଗୁରୁ ଗ୍ରହଙ୍କ ସ୍ଥିିତି ମଧ୍ୟ ଦୁର୍ବଳ ହୋଇ ଯାଏ।
-ମାନ୍ୟତା ଅନୁସାରେ ଗୁରୁବାର ଦିନ ମୁଣ୍ଡ କେଶ କିମ୍ବା ଦାଢ଼ୀ କୁ ମଧ୍ୟ କାଟନ୍ତୁ ନାହିଁ। ଏହା କଲେ ସନ୍ତାନ ସୁଖରେ ଅନେକ ପ୍ରକାରର ସମସ୍ୟା ଦେଖାଯାଏ। ଏହାସହିତ କାନ ସଫା ମଧ୍ୟ କରନ୍ତୁ ନାହିଁ।

-ଗୁୁୁରୁବାର ଦିନ ମହିଳାମାନେ ନିଜ କେଶ ଧୋଇବା ଉଚିତ ନୁହେଁ। ଏମିତିରେ କୁଣ୍ଡଳୀରେ ଗୁରୁଙ୍କ ସ୍ଥିତି ଦୁର୍ବଳ ହୋଇଯାଏ। ଏହାସହିତ ଦାମ୍ପତ୍ୟ ଜୀବନ ଓ ସନ୍ତାନ ସୁଖ ଉପରେ ଖରାପ ପ୍ରଭାବ ପଡ଼େ।
-ଗୁରୁବାର ଦିନ କପଡ଼ା ସଫା କରିବା , ପୋଛା ଲଗାଇବା ଉଚିତ ନୁହେଁ। କାରଣ ଏମିତିରେ ଗୁରୁଙ୍କ ଖରାପ ପ୍ରଭାବ ପଡ଼ିଥାଏ। ମାଆ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇନଥାନ୍ତି।
-ଗୁୁରୁବାର ଦିନ କଦଳୀ ଖାଆନ୍ତୁ ନାହିଁ। ଏହାବଦଳରେ ଆପଣ କଦଳୀ ଗଛର ପୂଜା କରନ୍ତୁ। ବିଧିବିଧାନରେ କଦଳୀ ଗଛର ପୂଜା କଲେ ଶୂୁଭ ଫଳ ମିଳିଥାଏ।
-ଗୁରୁବାର ଦିନ ଅଧିକ ଲୁଣ ଖାଇବା ଉଚିତ ନୁହେଁ। ଏମିତିରେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼େ। ସବୁ କାମ ରେ ବାଧା ଉପୁଜେ। ଲୁଣ ଖାଇଲେ ଗୁରୁ ଅସ୍ତ ହୋଇଯାନ୍ତି।
-ଗୁରୁବାର ଦିନ ପୂଜା ପାଠ ସହ ଜଡ଼ିତ ଜିନିଷ , ଆଖି ସହ ଜଡ଼ିତ କିଛି ବସ୍ତୁ କିମ୍ବା କୌଣସି ଧାରୁଆ ବସ୍ତୁ କୁ କିଣନ୍ତୁ ନାହିଁ। ଏମିତି କଲେ ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି।