ଏହି ୩ ପ୍ରକାର କାଠର ଜିନିଷ କେବେ ଘରେ ରଖନ୍ତୁ ନାହିଁ, ନଚେତ୍‌ ହେବ ଧନ ନଷ୍ଟ, ଘରକୁ ଆସିବ ବିପଦ

ଆମେ ଅଧିକାଂଶ ସମୟରେ କାଠର ବିଭିନ୍ନ ଘର କଳଣା ଓ ସାଜସଜା ଜିନିଷ ଘରକୁ ଆଣିଥାଉ । ତେବେ ସେ ସବୁକୁ ଆଣିବା ବେଳେ ବାସ୍ତୁ ଉପରେ ଗୁରୁତ୍ୱ ଦେଇ ନଥାଉ । ଏହି ଛୋଟିଆ ଭୁଲ ଆମ ପାଇଁ ବହୁ ଅସୁବିଧା ଆଣିପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସ୍ୱତନ୍ତ୍ର ପ୍ରକାରର କାଠ ଆମ ପାଇଁ ଅଶୁଭ ହୋଇଥିବାରୁ ଘରର ଆର୍ଥିକ ପରିସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ୩ ପ୍ରକାର କାଠ ।

୧. ଦୁଧିଆ ଗଛର କାଠ

ଆପଣ ଅଧିକାଂଶ ଯାଗାରେ ଦେଖିଥିବେ ଏହି ଗଛର ଡାଳକୁ ଭାଙ୍ଗିଲେ ଏଥିରୁ ଅଠାଳିଆ କ୍ଷୀର ବାହାରେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି କାଠରେ ତିଆରି କୌଣସି ଜିନିଷ ଘରକୁ ଆଣନ୍ତୁ ନାହିଁ ବା ଘରେ ରଖନ୍ତୁ ନାହିଁ । ଏହା ଘରର ଆର୍ଥିକ ଅବସ୍ଥା ଉପରେ ପ୍ରଭାବ ପକାଇବ । ଏହି କାଠ ଆପଣଙ୍କ ଧନହାନି କରିପାରେ । ପଣସ ଓ ଅନେକ ଏପରି ଗଛ ରହିଛି ଯାହା ଦେହରୁ କ୍ଷୀର ବାହାରେ ।

୨. ମଶାଣିରେ ବଢ଼ିଥିବା ଗଛ

ଯଦି ମଶାଣିରେ ଥିବା ଗଛରେ କିଛି ଘର କଳଣା ଜିନିଷ ବା ଘର ସଜାଇବା ଜିନିଷ ବନାଇବ ତେବେ ଏହା ଘରକୁ ବହୁ ଅନିଷ୍ଟ ଆଣିଥାଏ । ଏହି କାଠ ଘରେ ନେଗେଟିଭ ଶକ୍ତି ସୃଷ୍ଟି କରିଥାଏ । ମଶାଣିରେ ଥିବା ଗଛର କାଠକୁ ଘରେ ଜାଳନ୍ତୁ ନାହିଁ । ଏହା ଆପଣଙ୍କ ଧନହାନି କରିବା ସହ ଆପଣଙ୍କୁ କରଜରେ ବୁଡ଼ାଇ ଦେବ । ଏହି କାଠ ସର୍ବଦା ଘର ଠାରୁ ଦୂରରେ ରଖନ୍ତୁ ।

୩. ଦୁର୍ବଳ ଓ ଶୁଖିଲା ଗଛ

ଯଦି ଏକ ଦୁର୍ବଳ ବା ଶୁଖିଲା ଗଛର କାଠରେ ଯେ କୌଣସି ଜିନିଷ ବନାଯାଇଥାଏ, ତାକୁ କେବେ ବି ଘରକୁ ଆଣନ୍ତୁ ନାହିଁ । ଯେଉଁ ଗଛର ଡାଳ ମଧ୍ୟ ଶୁଖିଯାଇଛି ସେ କାଠରେ ତିଆରି ଜିନିଷ ଆଣନ୍ତୁ ନାର୍ହି । ଏଥିସହ ଯେଉଁ କାଠରେ ଉଇ ଲାଗି ପୋଲା କରିଦେଇଛି ସେ କାଠରେ ମଧ୍ୟ ଜିନିଷ ତିଆରି କରନ୍ତୁ ନାହିଁ । ଏହାକୁ ଭୁଲରେ ବି ଘରକୁ ଆଣନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.