ସୁର-ତାଳ-ଲୟରେ ଗାଉଛି ଏହି ଶୁଆ, ଶୁଣିଲେ ଆପଣ ବି କରିପାରିବେନି ବିଶ୍ୱାସ; ଦେଖନ୍ତୁ ଭିଡିଓ

ଶୁଆର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କେଉଁ ଭିଡିଓରେ ଶୁଆ କଥା କହୁଥାଏ ତ ଆଉ କେଉଁଥିରେ ମାଲିକର ପ୍ରତିଟି କଥା ମାନିଥାଏ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଶୁଆ ନିଆରା ଉପାୟରେ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଏହି ଶୁଆକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଶୁଆର ଭିଡିଓ:


ଭିଡିଓରେ ଗୀତ ଗାଉଥିବା ଏହି ଶୁଆଟି ସବୁଜ ରଙ୍ଗର ହୋଇଥିବା ବେଳେ ଏହାର ମୁଣ୍ଡ ହଳଦିଆ ରଙ୍ଗର। ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ଗୀତାର ବଜାଉଛନ୍ତି। ସାମ୍ନାରେ ଖଟ ଉପରେ ଶୁଆ ବସିଛି। ଗୀତର ଧୂନ୍‌ ସହ ଶୁଆ ବି ତାଳରେ ତାଳ ମିଶାଇ ସୁରରେ ସୁର ମିଶାଇ ଗାଉଛି। ଶୁଆର ସୁର ପୂରାପୂରି ଗୀତାରର ଧୂନ୍‌ ସହ ମିଶିଯାଉଛି।

ସୋସିଆଲ ମିଡିଆରେ ଏହି ଭିଡିଓକୁ PastorAlexLove ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ଏହା ଏକ ବହୁତ ଭଲ ଶୁଆ। ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଭିଡିଓକୁ ୨୮ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଥିବା ବେଳେ ୨.୫ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ କରିଛନ୍ତି।

ଏଥିରେ ଲୋକମାନେ ମଜାଦାର କମେଣ୍ଟ ମଧ୍ୟ ଦେଉଥିବା ଦେଖାଯାଇଛି। ନଜର ପକାନ୍ତୁ କିଛି କମେଣ୍ଟ ଉପରେ…

You might also like