ମ୍ୟାଲେରିଆକୁ ନେଇ ୧୦୦ ବର୍ଷ ପୁରୁଣା ରହସ୍ୟର ସମାଧାନ କଲେ ବୈଜ୍ଞାନିକ

ବୈଜ୍ଞାନିକମାନେ ମସ୍ତିଷ୍କର ଚିତ୍ର ଉତ୍ତୋଳନ କରୁଥିବା କୌଶଳ ବ୍ୟବହାର କରି 100 ବର୍ଷ ପୁରୁଣା ରହସ୍ୟର ସମାଧାନ କରିଛନ୍ତି ବୋଲି ଦାବି କରିଛନ୍ତି ଯାହା ହେଉଛି ମ୍ୟାଲେରିଆ ମସ୍ତିଷ୍କ ଉପରେ କିପରି ପ୍ରଭାବ ପକାଇଥାଏ । ଓଡିଶାର ରାଉରକେଲାରେ କରାଯାଇଥିବା ଏହି ଅଧ୍ୟୟନରେ ‘ସେଣ୍ଟର ଫର ଦ ଷ୍ଟଡି ଅଫ୍ କମ୍ପ୍ଲେକ୍ସ’ ମ୍ୟାଲେରିଆର ବୈଜ୍ଞାନିକମାନେ ବି ଜଡିତ ଥିଲେ । ବୈଜ୍ଞାନିକମାନଙ୍କୁ ମିଳିଥିବା ଏହି ସଫଳତା ପ୍ରକାଶ କରିଛି ଯେ ଏହି ମାରାତ୍ମକ ରୋଗ କିପରି ବୟସ୍କ ଏବଂ ପିଲାମାନଙ୍କ ଉପରେ ଭିନ୍ନ ପ୍ରଭାବ ପକାଇଥାଏ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ପ୍ଲାଜମୋଡିୟମ୍ ଫାଲସିପାରମ୍ ପରଜୀବୀ ଦ୍ୱାରା ହୋଇଥିବା ମ୍ୟାଲେରିଆ ଭୟଙ୍କର ଏବଂ ସାଂଘାତିକ ହୋଇଥାଏ , ଯାହା ମଣିଷକୁ ଏନୋଫିଲିସ ମଶା କାମୁଡ଼ିବା କାରଣରୁ ହୋଇଥାଏ। ତାଙ୍କ କହିବାନୁସାରେ, ଏହି ରୋଗରେ ପୀଡିତ ପ୍ରାୟ 20 ପ୍ରତିଶତ ଲୋକ ଚିକିତ୍ସା ସତ୍ତ୍ୱେ ବି ମୃତ୍ୟୁ ବରଣ କରନ୍ତି। ସେମାନେ ଆହୁରି କହିଛନ୍ତି ଯେ ମସ୍ତିଷ୍କ ଉପରେ ମ୍ୟାଲେରିଆର ପ୍ରଭାବର ରହସ୍ୟ, ଗତ 100 ବର୍ଷ ଧରି ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା।

ଏହି ଅଧ୍ୟୟନରେ ମ୍ୟାଲେରିଆ ସହିତ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମସ୍ତିଷ୍କ ଉପରେ ହେଉଥିବା ପ୍ରଭାବକୁ ତୁଳନା କରିବା ପାଇଁ ଅତ୍ୟାଧୁନିକ ଏମଆରଆଇ ସ୍କାନ ବ୍ୟବହାର କରାଯାଇଥିଲା। ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ଏବଂ ଅଧ୍ୟୟନର ପ୍ରମୁଖ ଲେଖକ ସାମ ୱାସମର୍ କହିଛନ୍ତି ଯେ, ଜୀବନ୍ତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ଅଧ୍ୟୟନ କରିବା ପାଇଁ ଆମେ ନ୍ୟୁରୋଇମେଜିଂ କୌଶଳ ବ୍ୟବହାର କରି ବୟସ୍କମାନଙ୍କଠାରେ ଏହି ରୋଗ ପାଇଁ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜାଣିବାରେ ସକ୍ଷମ ହୋଇଛୁ। ‘ସେଣ୍ଟର ଫର ଷ୍ଟଡି ଅଫ୍ କମ୍ପ୍ଲେକ୍ସ’ ମ୍ୟାଲେରିଆ ବୈଜ୍ଞାନିକ ତଥା ଅଧ୍ୟୟନର ଲେଖକ ସଞ୍ଜୀବ ମହାନ୍ତି କହିଛନ୍ତି ଯେ ଅନୁସନ୍ଧାନର ଫଳାଫଳ ପରେ ବର୍ତ୍ତମାନ କ୍ଲିନିକାଲ୍ ପରୀକ୍ଷଣ ପାଇଁ ଯୋଜନା କରାଯାଉଛି। ସେ କହିଛନ୍ତି ଯେ ଯଦି ଏହା ସଫଳ ହୁଏ ତେବେ ଏହା ବିଶ୍ୱର ମାରାତ୍ମକ ରୋଗ ମଧ୍ୟରେ ଥିବା ଏହି ରୋଗ ହେତୁ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

You might also like