ଦାରିଦ୍ର‌୍ୟ ଭାଙ୍ଗି ଦେଇଥିଲା ସବୁ ସ୍ବପ୍ନ , ବର୍ତ୍ତମାନ ରୋଜଗାର କରୁଛନ୍ତି ମାସକୁ ୧୩ ଲକ୍ଷ

ରାୟପୁର : ପରିଶ୍ରମ ଏବଂ ଧର‌୍ୟ୍ୟ ମଣିଷକୁ ଶୀର୍ଷରେ ପହଁଚାଇଥାଏ । ଏହିପରି ଏକ ମହିଳାଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯିଏ ସମସ୍ୟାକୁ ନିଜର କରି ପହଁଚିଛନ୍ତି ସଫଳତାର ଶୀର୍ଷରେ । ମହିଳା ଜଣଙ୍କ ହେଉଛନ୍ତି ରାୟପୁର ଅରଙ୍ଗ ବିକାଶଖଣ୍ଡର ଆମେରୀ ଗ୍ରାମର ରତ୍ନା ବର୍ମା । ଯିଏ ବିଭିନ୍ନ ସମସ୍ୟାର ସାମ୍ନା କରି ନିଜ ଚେଷ୍ଟା ବଳରେ ଏକ ବ୍ୟବହାର ଆରମ୍ଭ କରିଥିଲେ । ଏହା ସହିତ ଶ୍ରମିକ ପରିବାରର ମହିଳା ମାନଙ୍କୁ ନିଜ ସହିତ ଯୋଡି ସେମାନଙ୍କୁ ମଧ୍ୟ ଆର୍ଥିକ ରୂପରେ ମଜବୁତ୍ କରିପାରିଛନ୍ତି ।

ରତ୍ନାଙ୍କ ସଫଳତାର କାହାଣୀ :

ଅମେରୀ ଗାଁର ରତ୍ନା ଏକ ସ୍ବୟଂ ସହାୟକ ଗୋଷ୍ଠୀ ଚଲାଉଛନ୍ତି । ଯାହାଦ୍ବାରା ସେ ଛତୁ ଉତ୍ପାଦନ ଏବଂ ଜୈବିକ ସାର ତିଆରି କରି ମାସକୁ ୧୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସେ ମଧ୍ୟ ଜଣେ କୃଷି ମିତ୍ର । ତାଙ୍କ ଗୋଷ୍ଠୀରେ ୧୩ଜଣ ମହିଳା ଅଛନ୍ତି , କିନ୍ତୁ ଅପ୍ରତ୍ୟକ୍ଷ ଭାବେ ୫୦ରୁ ଅଧିକ ପରିବାରକୁ ତାଙ୍କ ବ୍ୟବସାୟ ଦ୍ବାରା ଲାଭ ମିଳୁଛି । ରତ୍ନା ବର୍ମା କହନ୍ତି କି ତାଙ୍କ ଘରର ମାଲିକଙ୍କ ଅବସ୍ଥା ଠିକ୍ ନଥିଲା । ସେତେବେଳେ ସେ ନିଜେ ଘରେ କିଛି କରିବା ପାଇଁ ଭାବିଲେ । ଏହାଦ୍ବାରା ଗାଁରେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ କି ଛତୁ ଚାଷରେ ଭଲ ରୋଜଗାର କରାଯାଇପାରିବ । ଏହାପରେ ସେ ଏହି କାମ ଆରମ୍ଭ କଲେ କିନ୍ତୁ ଆରମ୍ଭରୁ ଟଙ୍କାର ଅଭାବ ଦେଖାଗଲା । ଏହାପରେ ସେ ଆଜୀବିକା ମିଶନ୍ ବିହାନ୍ ସହ ଯୋଡିହେଲେ । ଏହାପରେ ନିଜେ ସ୍ବୟଂ ସହାୟତା ଗୋଷ୍ଠୀ ତିଆରି କରି ଅନ୍ୟ ମହିଳା ମାନଙ୍କୁ ଏଥିରେ ସାମିଲ କଲେ ।

ଗ

ସେ ଆଉ ମଧ୍ୟ କହିଛନ୍ତି କି, ନିଜ ବ୍ୟବସାୟରେ ତାଙ୍କର ପ୍ରଥମ ମାସରେ ସାଢେ ଚାରି ହଜାର ଇନକମ୍ ହୋଇଥିଲା । ସେତେବେଳେ ତାଙ୍କ ପ୍ରଡକ୍ଟ କେବଳ ଲୋକଙ୍କ ଘରେ ବିକ୍ରୀ କରିବାରେ ସୀମିତ ଥିଲା । ଏହାସହ କିଛି ଦିନ ବିତିଯିବାପରେ ଛତୁକୁ ପ୍ୟାକେଜିଙ୍ଗ କରି ଏହାକୁ ହୋଟେଲ ଏବଂ ଦୋକାନ ମାନଙ୍କରେ ଦେବାକୁ ଲାଗିଲେ । ଏହାଦ୍ବାରା ଆୟ ବଢିବାରେ ଲାଗିଲା । ଭଲ କ୍ବାଲିଟି ଥିବା କାରଣରୁ ଡିମାଣ୍ଡ ମଧ୍ୟ ବଢିବାରେ ଲାଗିଲା । ସଫଳତା ସ୍ବରୂପ ବର୍ତ୍ତମାନ ଛତୁ ଆଡଭାନ୍ସରେ ବୁଙ୍କିଂ ହେବାରେ ଲାଗିଛି। ରତ୍ନା ବର୍ତ୍ତମାନ ଛତୁର ଆଚାର, ଛତୁର ପୋଷଣ ଆହାର , ପାଉଡର ଏବଂ ଫେସପ୍ୟାକ୍ ତିଆରି କରୁଛନ୍ତି । ଏହି ପ୍ରଡକ୍ଟ ପାଇଁ ଅଭିଯାନ ଯୋଜନା ମାଧ୍ୟମରେ ପ୍ୟାକେଜିଙ୍ଗ, ଲେବରିଙ୍ଗ୍ ସହିତ ମାର୍କେଟରେ ଉପଲବ୍ଧ କରାଯାଉଛି ।

କୃଷି ମେଳାରେ ହେଉଛନ୍ତି ସାମିଲ :

ରତ୍ନା ବର୍ମା କହିଛନ୍ତି ଜଣେ ସ୍ବୟଂ ସହାୟତା ଗୋଷ୍ଠୀର ମଡେଲ ହିସାବରେ ସେ ବିଭିନ୍ନ ମେଳାରେ ନିଜର ଷ୍ଟଲ କରିସାରିଛନ୍ତି । ରତ୍ନା ନିଜ ଗାଁରେ କୃଷି ମିତ୍ର ରୂପେ ନିଯୁକ୍ତି ପାଇଛନ୍ତି । ସେ ଘର ଘର ବୁଲି ମହିଳାମାନଙ୍କୁ ସ୍ବରୋଜଗାରର ବାଟ ବତାଉଛନ୍ତି । ଏହାଛଡା କୃଷି କାର‌୍ୟ୍ୟ କରିବା ପାଇଁ ଲୋକମାନଙ୍କୁ ପ୍ରେରିତ ମଧ୍ୟ କରୁଛନ୍ତି । ଏହା ସହ ସେ ଗୋବର, ଗୋ-ମୂତ୍ର, ଗଛ ପତ୍ରରୁ ଜୈବିକ ଔଷଧ ପ୍ରସ୍ତୁତ କରୁଥିବା କହିଛନ୍ତି । ଜଣେ ମାଷ୍ଟର ଟ୍ରେନର ରୂପେ ୧୨୦୦ରୁ ଅଧିକ ମହିଳାମାନଙ୍କୁ ସେ ଟ୍ରେଣ୍ଡ କରିସାରିଲେଣି ।

Leave A Reply

Your email address will not be published.