ଦେଖନ୍ତୁ ସ୍ୱେଟର ବୁଣିଲା ଭଳି କେମିତି ନିଜ ବସା ବୁଣୁଛି ଏହି ଚଢ଼େଇ, Video ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କେବେ ଆପଣ ଭାବିଛନ୍ତି କି, ଟେଲରବାର୍ଡ ଚଢ଼େଇର ନାମକରଣ କାହିଁକି ଏପରି ହୋଇଛି? ଏହା ଏଥିପାଇଁ କାରଣ ଟେଲରବାର୍ଡ ନିଜ ବସା ନିଜେ ବୁଣିଥାଏ। କିନ୍ତୁ କ’ଣ ଆପଣ କୌଣସି ଟେଲରବାର୍ଡକୁ ବସା ବୁଣୁଥିବାର ଅତି ପାଖରୁ ଦେଖିଛନ୍ତି? ଏବେ ସୋସିଆଲ ମିଡିଆରେ ୫୬ ସେକେଣ୍ଡର ଏମିତି ହିଁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ କି, ଟେଲରବାର୍ଡ ଖୁବ୍‌ ଯତ୍ନର ସହ ନିଜ ବସା ବୁଣୁଛି। ଚଢ଼େଇଟି ଥଣ୍ଟ ସାହାଯ୍ୟରେ ପତ୍ରରେ ଛେଦ କରି ଦୁଇଟି ପତ୍ରକୁ ସୂତାରେ ଯୋଡ଼ୁଛି। ସାଧାରଣତଃ ଏହି ସୂତା ଗଛର ଫାଇବର କିମ୍ବା ବୁଢ଼ିଆଣୀ ଜାଲ ହୋଇଥାଏ। ଚଢ଼େଇକୁ ବସା ତିଆରି କରିବାରେ ପାଖାପାଖି ୪ ଦିନ ସମୟ ଲାଗିଥିଲା।

ଏହି ଛୋଟିଆ କ୍ଲିପ୍‌କୁ ବୁଇଟେଙ୍ଗେବିଡେନ ନାମକ ୟୁଜର ନିଜ ଟ୍ଵିଟରରେ ସେୟାର କରିଛନ୍ତି। ୟୁଜର ଭିଡିଓ ସେୟାର କରି ଲେଖିଛନ୍ତି, ‘ଏ ହେଉଛି ସିଲେଇ କରୁଥିବା ଚଢ଼େଇ। ପ୍ରକୃତି ପ୍ରତ୍ୟେକ ଦିନ ଚକିତ କରୁଛି’। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଥିବା ବେଳେ ପାଖାପାଖି ୧୧୦୦୦ ଲୋକ ଲାଇକ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.