ଭାରତର ଏହି ସବୁ ଜାଗାରେ ଲୁଚି ରହିଛି ଶହ ଶହ ବର୍ଷର ପୁରୁଣା ରହସ୍ୟ, ଜାଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ

ଭାରତରେ ଅନେକ ଜାଗା ଏମିତି ରହିଛି, ଯାହା ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ଖ୍ୟାତ। ତେବେ ଏହି ସବୁ ଜାଗାର ସୁନ୍ଦରତା ସହିତ ସେଠାରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି, ଯାହା ବିଷୟରେ ଜାଣିବା ପାଇଁ ଲୋକେ ସଦାବେଳେ ଇଚ୍ଛୁକ ରହିଥାଆନ୍ତି। ରହସ୍ୟମୟ ଦେଶ ଭାରତରେ ଅନେକ କାହାଣୀ, କିମ୍ବଦନ୍ତୀ ରହିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆଜି ଆମେ ଆପଣଙ୍କୁ ଏହିଭଳି ୫ଟି ଜାଗାର ରହସ୍ୟ ବିଷୟରେ କହିବୁ।

୧. ହିମାଳୟ

ଉତ୍ତରାଖଣ୍ଡରେ ଏମିତି ଏକ ରହସ୍ୟମୟ ସ୍ଥାନ ଅଛି, ଯାହାକୁ ଦେବସ୍ଥାନ କୁହାଯାଏ। ଆଉ ଏହାର କେନ୍ଦ୍ର ହିମାଳୟରେ ଅବସ୍ଥିତ। ଏହି ଦୁର୍ଗମ ଅଞ୍ଚଳକୁ ସ୍ଥଳ ଶରୀରଧାରୀ ସାଧାରଣ ବ୍ୟକ୍ତି ପହଞ୍ଚି ପାରିବେ ନାହିଁ।

୨: ସୁନ୍ଦରବନ ଜଙ୍ଗଲ

ଭାରତରେ ଅନେକ ଜଙ୍ଗଲ ଅଛି। କିନ୍ତୁ ସୁନ୍ଦରବନ ଜଙ୍ଗଲ ନିଜ ଭିତରେ ଅନେକ ରହସ୍ୟକୁ ଜାବୁଡ଼ି ଧରିଛି। ଏହି ଜଙ୍ଗଲରେ ଯେଉଁ ଶାନ୍ତି, ରହସ୍ୟ ଓ ରୋମାଞ୍ଚ ଅନୁଭବ ହୋଇଥାଏ, ତାହା ଅନ୍ୟ କୌଣସି ଜଙ୍ଗଲରେ ହୋଇ ନ ଥାଏ। କୁହାଯାଏ, ଏ ଜଙ୍ଗଲ ହେଉଛି ଭୂତଙ୍କ ଚରାଭୂଇଁ।

sundar
photo credit: Beyonder Travel

୩. ଅଜନ୍ତା-ଏଲୋରା ଗୁମ୍ଫା

ଅଜନ୍ତା-ଏଲୋରା ଗୁମ୍ଫା ବିଷୟରେ ବୈଜ୍ଞାନିକ କୁହନ୍ତି, ଏହା ଏଲିୟନ୍ସମାନେ ତିଆରି କରିଛନ୍ତି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଅନୁସାରେ, ଏହି ଗୁମ୍ଫାକୁ ଅତି କମ୍‌ରେ ୪ ହଜାର ବର୍ଷ ପୂର୍ବ ବୋଲି କୁହାଯାଉଛି। ଏମିତି ବି କୁହାଯାଏ, ଏଲୋରା ଗୁମ୍ଫା ତଳେ ଏକ ସିକ୍ରେଟ ସହର ଅଛି।

୪. ମହାବଳୀପୁରମ୍‌

ବାମନ ଭଗବାନ ଦୈତ୍ୟରାଜ ବଳୀଙ୍କୁ ପୃଥିବୀର ଦାନ ଏହି ସ୍ଥାନରେ ଦେଇଥିଲେ। ଏଠାରେ ବିଶାଳକାୟ ଏବଂ ଅଦ୍ଭୁତ ମନ୍ଦିରର ଏକ ଶୃଙ୍ଖଳା ରହିଛି, ଯାହାର ଏକ ଭାଗ ଏବେ ସମୁଦ୍ରରେ ମିଶିଯାଇଛି। ଏଠାରେ ଶହ ଶହ ମନ୍ଦିର ଏବଂ ଗୁମ୍ଫା ଅଛି, ଯାହା ଆପେ ହିଁ ରହସ୍ୟମୟ।

୫. ଦ୍ୱାରିକା ନଗରୀ

ଭାରତର ସବୁଠୁ ପ୍ରାଚୀନ ନଗର ମଧ୍ୟରୁ ଗୋଟିଏ ହେଉଛି ଦ୍ୱାରିକା। ସମୟ ଥିଲା, ଯେବେ ଲୋକେ କହୁଥିଲେ କି, ଦ୍ୱାରିକା ନଗରୀ ଏକ କାଳ୍ପନିକ ନଗର। ପ୍ର. ରାଓ ଏବଂ ତାଙ୍କ ଟିମ୍‌ ୧୯୭୯-୮୦ରେ ସମୁଦ୍ରରେ ୫୬୦ ମିଟର ଲମ୍ବା ଦ୍ୱାରିକା କାନ୍ଥର ସନ୍ଧାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.