ଆଜି ଭଗବାନ ଗଣେଶଙ୍କ ଦିନ…ବିଶେଷ କୃପା ପାଇବା ପାଇଁ ଏମିତି ଉପାୟରେ କରନ୍ତୁ ପୂଜା

ବୁଧବାର ପୂଜା ଭଗବାନ ଗଣେଶଙ୍କୁ ସମର୍ପିତ ରହିଛି। ଏହି ଦିନ ବିଧି ବିଧାନର ସହ ଗଣେଶଙ୍କ ପୂଜା କଲେ ଭକ୍ତଙ୍କର ସମସ୍ତ ଦୁଃଖ, ଯନ୍ତ୍ରଣା ଦୂର ହୋଇ ଯାଇଥାଏ ଏବଂ ମନସ୍କାମନା ପୂରଣ ହୋଇଥାଏ। ହିନ୍ଦୁ ଧର୍ମରେ କୌଣସି ବି ଶୁଭ ତଥା ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ଭଗବାନ ଗଣେଶଙ୍କ ପୂଜାରୁ ହୋଇଥାଏ। ଏମିତି ମାନ୍ୟତା ରହିଛି ଯେ କୌଣସି କାର୍ଯ୍ୟ ଆରମ୍ଭରୁ ଯଦି ଗଜାନନଙ୍କ ଆରାଧନା କରାଯାଏ, ତେବେ ବ୍ୟକ୍ତିଙ୍କର କାର୍ଯ୍ୟ ନିର୍ବିଘ୍ନରେ ପୂରଣ ହୋଇଥାଏ। ବୁଧବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଭଗବାନ ଗଣେଶଙ୍କ କୃପା ସହଜରେ ମିଳିଥାଏ। ଆସନ୍ତୁ ଜାଣିବା ପୂଜାବିଧି।

-ବୁଧବାର ଦିନ ସବୁଜ ରଙ୍ଗର ଜିନିଷ ବ୍ୟବହାର କରିବା ଶୁଭ ହୋଇଥାଏ। ବୁଧ ଗ୍ରହ ଦୁର୍ବଳ ଥିଲେ ବ୍ୟକ୍ତିଙ୍କୁ ସବୁବେଳେ ନିଜ ପାଖରେ ସବୁଜ ରଙ୍ଗର କପଡ଼ା କିମ୍ବା ରୁମାଲ ରଖିବାକୁ ପରାମର୍ଶ ଦିଆଯାଇଥାଏ। ଏହି ଦିନ କୌଣସି ଗରିବ ଲୋକକୁ ସବୁଜ ମୁଗ ଡାଲି ଦାନ କରନ୍ତୁ।

-ଗଣେଶ ଭଗବାନଙ୍କୁ ବୃଦ୍ଧିର ଦାତା ରୂପେ ମଧ୍ୟ ଜଣାଯାଇଥାଏ। ଏଥି ସହିତ କୁହାଯାଏ, ଗଣେଶଙ୍କର ଦୂର୍ବା ଅଧିକ ପ୍ରିୟ ଜିନିଷ। ପ୍ରତ୍ୟେକ ବୁଧବାର ଆପଣ ନିୟମିତ ରୂପରେ ଭଗବାନଙ୍କୁ ଦୂର୍ବା ଅର୍ପଣ କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

-ଶାସ୍ତ୍ରରେ ମାନ୍ୟତା ରହିଛି ଯେ ଭଗବାନ ଗଣେଶଙ୍କର ଅତି ପ୍ରିୟ ହୋଇଥାଏ ଲଡ଼ୁ ଓ ମୋଦକ। ତେଣୁ ଏହି ଦିନ ଗଣେଶଙ୍କୁ ଲଡୁ ଓ ମୋଦକ ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ। ଏହି ଭୋଗ ଲଗାଇବା ଦ୍ୱାରା ଗଣପତିଙ୍କ କୃପା ପ୍ରାପ୍ତ ହୋଇଥାଏ। ବ୍ୟକ୍ତିର ସମସ୍ତ ମନବାଞ୍ଛା ଭଗବାନ ପୂରଣ କରି ଥାଆନ୍ତି।

-ଗଜାନନଙ୍କର ଶମି ଗଛ ମଧ୍ୟ ବହୁତ ପ୍ରିୟ ହୋଇଥାଏ। ଯଦି ସମ୍ଭବ ହୁଏ, ତେବେ ବୁଧବାର ଦିନ ଗଣେଶଙ୍କୁ ଶମି ଗଛ ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଘର ଧନଧାନ୍ୟରେ ପୂରି ଉଠିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.