ଅଧ ରାତିରେ ମହିଳାଙ୍କ ଘରେ ପଶିଲେ ଦୁଇ ଚୋର, Toiletରେ ଝାଡ଼ା କରି ହୋଇଗଲେ ଫେରାର୍‌, ଦାମୀ ଜିନିଷକୁ ଛୁଇଁ ସୁଦ୍ଧା ନାହାନ୍ତି

ବ୍ରିଟେନରେ ରହୁଥିବା ଜଣେ ମହିଳାଙ୍କ ସହିତ ଅଜବ ଘଟଣା ଘଟିଛି। ରାତି ପାଖାପାଖି ୨ଟାରେ ଯେତେବେଳେ ମହିଳାଙ୍କ ନିଦ ଭାଙ୍ଗିଥିଲା, ତ ତାଙ୍କୁ ବାଥ୍‌ରୁମରୁ କିଛି ଶବ୍ଦ ଶୁଣିବାକୁ ମିଳିଥିଲା, ଯେମିତିକି, କେହି ଜଣେ ଟଏଲେଟ ବ୍ୟବହାର କରୁଛି। ଘରେ ଦୁଇଜଣ ହିଁ ଥିଲେ ଏବଂ ଦୁଇଜଣ ଏକାଠି ଶୋଇଥିଲେ। ତେବେ ଶବ୍ଦ ଶୁଣି ମହିଳା ଅନୁମାନ କରୁଥିଲେ କି, ଚୋରମାନେ ଘର ଭିତରେ ପଶି ଯାଇଛନ୍ତି। ସେ କୌଣସି ପ୍ରକାର ଡରି ଡରି ବାଥ୍‌ରୁମ ପର୍ଯ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ସେଠି ଯାହା ଦେଖିଲେ, ତାହା ବହୁତ ଅଜବ ଥିଲା।

ମହିଳା ଜଣକ ହେଉଛନ୍ତି ୩୬ ବର୍ଷୀୟା କ୍ରିଷ୍ଟି ମ୍ୟାକଡୋନାଲ୍ଡ। ଚୋର ଘରେ ପଶିଥିବାର ଜାଣି କ୍ରିଷ୍ଟି କିଛି କରିବା ପୂର୍ବରୁ ହିଁ ଦୁଇଜଣ ବ୍ୟକ୍ତି ଘରର ସିଡି ଦେଇ ବାହାରକୁ ଖସି ପଳାଇଥିଲେ। ଏହାପରେ କ୍ରିଷ୍ଟି ଆହୁରି ବି ଅଧିକ ଡରି ଯାଇଥିଲେ। କିନ୍ତୁ ପରେ ସେ ଦେଖିବାକୁ ପାଇଲେ ଯେ ଘରର ସମସ୍ତ ଦାମୀ ଜିନିଷ ନିଜ ଜାଗାରେ ହିଁ ରହିଛି। ହେଲେ ଘର ଭିତରୁ ଅଜବ ପ୍ରକାର ଦୁର୍ଗନ୍ଧ ବାହାରୁଛି। ସେ ସିଧା ବାଥ୍‌ରୁମ ଯାଇ ଦେଖିଲା ପରେ ଅଜଣା ବ୍ୟକ୍ତିଦ୍ୱୟଙ୍କ କାରନାମା ସାମ୍ନାକୁ ଆସିଥିଲା।

ଅଜଣା ବ୍ୟକ୍ତିମାନେ କ୍ରିଷ୍ଟିଙ୍କ ଇଂଲିଶ୍‌ କାଉଣ୍ଟି West Midlandsସ୍ଥିତ ଘରେ କେବଳ ଝାଡ଼ା କରିବାକୁ ହିଁ ପଶିଥିଲେ। ସେମାନେ କୌଣସି ବି ଦାମୀ ଜିନିଷରେ ହାତ ମାରି ନ ଥିଲେ। କ୍ରିଷ୍ଟିଙ୍କ କହିବା ହେଲା, ବାଥ୍‌ରୁମ ସମ୍ପୂର୍ଣ୍ଣ ଭାବେ ଅପରିଷ୍କାର ହୋଇଯାଇଥିଲା ଏବଂ ଭୟାନକ ଦୁର୍ଗନ୍ଧ ବାହାରୁଥିଲା। ଶୋଇବା ପୂର୍ବରୁ ପୂରା ଘରକୁ ତାଙ୍କୁ ସଫା କରିବାକୁ ପଡ଼ିଥିଲା। ଯଦିଓ ସେ ଏହାକୁ ନେଇ ଖୁସି ଥିଲେ ଯେ ଘରୁ କୌଣସି ଜିନିେ ଚୋରି ହୋଇନାହିଁ।

ସେପଟେ କ୍ରିଷ୍ଟି ଯେତେବେଳେ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ, ତ ଅଧିକାରୀମାନଙ୍କ ବ୍ୟବହାର ବହୁତ ଚକିତ କଲା ଭଳି ଥିଲା। ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧିକାରୀମାନେ ହସି ହସି କ୍ରିଷ୍ଟିଙ୍କୁ କହିଥିଲେ ଯେ ଏହି ମାମଲାରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତୁ ନାହିଁ ଏବଂ ସେମାନେ ଏ ନେଇ କୌଣସି ମାମଲା ରୁଜୁ କରିପାରିବେ ନାହିଁ।

Leave A Reply

Your email address will not be published.