ଜୀବନରେ ଏହି କାମ ପାଇଁ ଜରୁର କରନ୍ତୁ ଧନର ବ୍ୟବହାର,ସଫଳତା ପାଇବା ହେବ ସୁନିଶ୍ଚିତ

ଚାଣକ୍ୟ ତାଙ୍କ ନୀତିବାଣୀରେ ଧନର ଗତି ସମ୍ପର୍କରେ କହିଛନ୍ତି ଯାହା ବ୍ୟକ୍ତିର ଭବିଷ୍ୟତ ସହ ଯୋଡି ହୋଇ ରହିଥାଏ । ତାଙ୍କ ସିଦ୍ଧାନ୍ତକୁ ଠିକ ପାଳନ କଲେ,କେବଳ ସୁଖ ଜୀବନ ପାଇ ନଥାନ୍ତି ଧନ ଓ ଉନ୍ନତି ମଧ୍ୟ ପ୍ରାପ୍ତ ହୋଇଥାଏ ।
ଦାନ କଲାବେଳେ ଲାଳସାର ଭାବନା ସୃଷ୍ଟି ହେବା କଥା ନୁହେଁ । କାରଣ ଏହାର ପରିଣାମ ମିଳିନଥାଏ । ତେଣୁ ଚାଣକ୍ୟଙ୍କ ଏହି ତରିକାର ପାଳନ କଲେ ଜୀବନରେ ଖୁସୀ ମିଳିବା ସହ ଧନ ଓ ଉନ୍ନତି ମଧ୍ୟ ମିଳିଥାଏ ।

ଜାଣନ୍ତୁ ଚାଣକ୍ୟଙ୍କ ସୁଖୀ ଜୀବନ ଯାପନର ମୂଳ ମନ୍ତ୍ର

୧. ଚାଣକ୍ୟ କୁହନ୍ତି ଧନର ୩ ଗତି ଯଥା ଦାନ, ଭୋଗ ଓ ନଷ୍ଟ ହୋଇଥାଏ । ଯେଉଁ ମନୁଷ୍ୟ ଧନର ଉପଯୋଗ କେବଳ ନିଜର ଇଚ୍ଛା ପୂର୍ତ୍ତି ପାଇଁ ଲଗାଇଥାନ୍ତି ଓ ଦାନ କରିନଥାଏ,ତା’ର ସମସ୍ତ ପୁଞ୍ଜି ନଷ୍ଟ ହୋଇଥାଏ । ନିଜ ରୋଜଗାରର ଏକ ଭାଗ ସତ କର୍ମ ଓ ଲୋକଙ୍କ ସେବାରେ ଜରୁର ଲଗାନ୍ତୁ । ସୁଖ, ପୂଣ୍ୟ ଓ ମୋକ୍ଷ ପାଇଁ ଦାନ ଅତି ଆବଶ୍ୟକ ଅଟେ ।

୨. ଚାଣକ୍ୟ ଦାନ ସମ୍ପର୍କରେ କହିଛନ୍ତି, ଦାନ କରୁଥିବା ହାତ କୌଣସି ମହଙ୍ଗା ଆଭୂଷଣ ପିନ୍ଧିବା ହାତ ଠାରୁ ଅଧିକ ସୁନ୍ଦର ହୋଇଥାଏ । ଯେମିତି ସ୍ନାନ ପରେ ଶରୀର ଶୁଦ୍ଧ ହୋଇଥାଏ, ଚନ୍ଦନ ଲେପ ଲଗାଇଲେ ମଧ୍ୟ ଶରୀର ସୁଦ୍ଧ ହୋଇ ନଥାଏ । ଦାନ କଲେ ଧନ କମିନଥାଏ ବରଂ ବଢ଼ିଥାଏ । ସେମିତି ଭୋଜନରେ ମନ ତୃପ୍ତି ହୋଇ ନଥାଏ, ସନ୍ତୁଷ୍ଟି ପାଇଁ ମାନ ସମ୍ମାନ ର ଆବଶ୍ୟକ ହୋଇଥାଏ । ସେହିପରି ସଜେଇ ହେଲେ ମୋକ୍ଷ ପ୍ରାପ୍ତ ହୋଇ ନଥାଏ , ଏଥିପାଇଁ ମୋକ୍ଷର ପ୍ରାପ୍ତି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.