ଆଇଭିଏଫ୍‌ କ୍ଷେତ୍ରରେ ଭୁବନେଶ୍ୱର ଉତ୍କଳ ହସପିଟାଲର ବିରଳ ସଫଳତା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲ ଏହା ମଧ୍ୟରେ ବେଶ୍‌ କିଛି ସଫଳତା ହାସଲ କରିଛି ଚିକିତ୍ସା କ୍ଷେତ୍ରରେ । ପିଲା ହେଉନଥିବା ଦୁଇ ଜଣ ମହିଳାଙ୍କର ସଫଳତାର ସହ ଗର୍ଭ ପରେ ସେମାନେ ମା ହେବାକୁ ସକ୍ଷମ ହୋଇଛନ୍ତି ।

ହସପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସମ୍ବଲପୁରର ଜଣେ ୩୦ ବର୍ଷ ବୟସ୍କା ମହିଳା ଛଅ ବର୍ଷ ହେଲା ମା ହେବାକୁ ଚାହିଁ ମଧ୍ୟ ହୋଇ ପାରୁନଥିଲେ । ଏମିତିକି କେତେକ ଆଇଭିଏଫ୍‌ ସେଣ୍ଟରକୁ ଯାଇ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । ସମସ୍ତେ ମନା କରି ଦେଇଥିଲେ ଯେ ସେ ମା ହୋଇ ପାରିବେ ନାହିଁ । ତେବେ ଉତ୍କଳ ହସପିଟାଲରେ ପହଞ୍ଚିବା ପରେ ସେଠାରେ ମହିଳାଙ୍କର ଏମ୍‌ଆରଆଇ କରାଗଲା । ହସପିଟାଲର ରେଡିଓଲୋଜି ଟିମ୍‌ ଭଲ ଭାବେ ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଏହା ହେଉଛି ଏକ UTERUS DIADELPHYS କେସ୍‌ । ତାଙ୍କର ଦୁଇଟି ଜରାୟୁ ରହିଛି । ଆଉ କିଛି ଶାରୀରିକ ସମସ୍ୟା ମଧ୍ୟ ରହିଥିଲା । ତେବେ ତାଙ୍କର ହରମୋନ ଥେରାପି କରାଯିବା ପରେ ସେ ଗର୍ଭବତୀ ହୋଇଥିଲେ । ତାଙ୍କ ଗର୍ଭ ସମୟ ୫ ମାସ ହେବା ପରେ ତାଙ୍କୁ ସମ୍ବଲପୁରରୁ ଭୁବନେଶ୍ୱରକୁ ଆଣି ଉତ୍କଳ ହସପିଟାଲରେ ରଖା ଯାଇଥିଲା । ଏଠାରେ ଖୁବ୍‌ ଯତ୍ନ ଭିତରେ ରହିଲା ମହିଳା ଜଣକ ଏବଂ ୩୩ ମାସ ପରେ ଜନ୍ମ ଦେଲେ ଏକ ଶିଶୁପୁତ୍ରକୁ । ଯାହାର ଓଜନ ଥିଲା ୧.୬ କେଜି । ପ୍ରାୟ ୧୫ ଦିନ ଏନ୍‌ଆଇସିୟୁରେ ରହିବା ପରେ ପରିବାର ଲୋକେ ପିଲାଟିକୁ ନେଇ ଖୁସିରେ ଘରକୁ ଫେରିଥିଲେ । ଏହି ସଫଳତା ପାଇଁ ଉତ୍କଳ ହସପିଟାଲର ଶିଶୁ ବିଶେଷଜ୍ଞ ଦଳ ଧନ୍ୟବାଦର ପାତ୍ର ।

ସେହିଭଳି ଜଣେ ୩୮ ବର୍ଷ ବୟସ୍କା ମହିଳା ତିନି ତିନିଥର ଗର୍ଭବତୀ ହେବା ପରେ ମଧ୍ୟ ଗର୍ଭରେ ପିଲା ରହିଲେ ନାହିଁ । ତାଙ୍କି ଅତ୍ୟଧିକ ହାଇପରଟେନସନ ଓ ହାଇପୋଥିରୋଡଇଡିଜିମ ଥିଲା । ତା ସହିତ ଗର୍ଭ କାଳୀନ ମଧୁମେହ ବା ଡାଇବେଟିଜ୍‌ ମଧ୍ୟ ଥିଲା । ଏସବୁ କାରଣରୁ ତାଙ୍କ ଗର୍ଭରେ ପିଲାର ବୃଦ୍ଧି ହୋଇ ପାରୁନଥିଲା । ତେବେ ଉତ୍କଳ ହସପିଟାଲରେ IUGR (IVF pregnancy) କରାଯାଇଥିଲା । ପ୍ରାୟ ୧୫ ଦିନ ଧରି ସେ ହସପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବା ପରେ ଗୋଟିଏ ସୁସ୍ଥ ସବଳ ୧.୪ କେଜିର ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ । ପିଲାଟି ୨୬ ଦିନ ଧରି ଡାକ୍ତରମାନଙ୍କ ନିରୀକ୍ଷଣରେ ରହିବା ପରେ ଡିସଚାର୍ଜ ହୋଇଥିଲା । ଉଭୟ ପରିବାର ଅତି ଆନନ୍ଦ ପ୍ରକାଶ କରି ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

ତେବେ ହସପିଟାଲର ଏହି ସଫଳତାରେ ଡାକ୍ତର କାହ୍ନ, ଡାକ୍ତର ସଦାଶିବ, ଡାକ୍ତର ଅନିରୁଦ୍ଧଙ୍କର ସବୁଠାରୁ ବେଶି ହାତ ରହିଛି । ସେମାନଙ୍କ ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଏହି ଦୁଇ ମହିଳା ମାତୃତ୍ୱ ଲାଭ କରି ପାରିଲେ । ସେହିପରି ଡାକ୍ତର ଲକ୍ଷ୍ମୀ, ଡାକ୍ତର ଇନ୍ଦୁ ଓ ଡାକ୍ତର ଜୟଶ୍ରୀ ଏବଂ ହସପିଟାଲର ପୂରା ଷ୍ଟାଫଙ୍କ ସହଯୋଗ ଓ ସହାୟତାକୁ ଭୁଲି ହେବ ନାହିଁ । ଯାହାଫଳରେ ଉତ୍କଳ ହସପିଟାଲର ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.