ବାଇସେପ୍‌ରେ ସେଓ ଫଟାଇ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ ରଚିଲେ ମହିଳା; ଦେଖନ୍ତୁ ମନ ଖୁସି ହେବା ଭଳି ଭିଡିଓ

ବାଇସେପ୍‌ରେ ସେଓ ଫଟାଇ ରେକର୍ଡ କଲେ ମହିଳା। ନିଜ ବାଇସେପ୍‌ରେ ସବୁଠୁ ଅଧିକ ସେଓ ଫଟାଇ ଜଣେ ମହିଳା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ନିଜ ନାଁରେ କରିଛନ୍ତି। ଗିନିଜ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ପକ୍ଷରୁ ମହିଳାଙ୍କ ସେଓ ଫଟାଉଥିବା ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି। ଲିନ୍‌ସେ ଲିଣ୍ଡବର୍ଗ ନାମକ ଏହି ମହିଳା ଏଭଳି ଭିନ୍ନ ରେକର୍ଡ କରିଛନ୍ତି।

ଭିଡିଓରେ ଦେଖାଯାଇଛି ଯେ କେମିତି ମହିଳା ଜଣକ ମାତ୍ର ଏକ ମିନିଟ୍‌ ମଧ୍ୟରେ ହିଁ ଅଧିକରୁ ଅଧିକ ସେଓକୁ ବାଇସେପ୍‌ରେ ଫଟାଇ ଏହି ରେକର୍ଡକୁ ନିଜ ନାଁରେ କରିଛନ୍ତି।

ଭିଡିଓ ସେୟାର କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ପକ୍ଷରୁ କୁହାଯାଇଛି, ଲିନ୍‌ସେ ଲିଣ୍ଡବର୍ଗ ଓରଫ୍‌ ମାମା ଲୁ ଏକ ମିନିଟ୍‌ରେ ବାଇସେପ୍‌ରେ ୧୦ଟି ସେଓକୁ ଫଟାଇ ରେକର୍ଡ କରିଛନ୍ତି।

ଏହି ଭିଡିଓ ସେୟାର ହେବା ପରେ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କରିଛନ୍ତି। ସେହିପରି ଶତାଧିକ ଲୋକ କମେଣ୍ଟ କରି ମହିଳାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉତ୍ସାହ ବଢ଼ାଇଛନ୍ତି। ଗିନିଜ ଓ୍ଵାର୍ଲ୍ଡ ରେକର୍ଡର ଏହି ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି- ଲିନ୍‌ସେ କଂସାସ୍‌ରେ ଜନ୍ମିତ ଜଣେ ଶକ୍ତିଶାଳୀ ମହିଳା, ସେ ମାମା ଲୁ ନାମେ ମଧ୍ୟ ଜଣାଶୁଣା। ସେ ମାତ୍ର ୧ ମିନିଟ୍‌ରେ ୫ଟି ଡେକ୍‌ କାର୍ଡ ଭାଙ୍ଗି ନିଜ ନାଁରେ ରେକର୍ଡ କରିଛନ୍ତି।

ମାତ୍ର କିଛି ଦିନ ପୂର୍ବରୁ ସେୟାର କରାଯାଇଥିବା ଏହି ଭିଡିଓରେ ଇତି ମଧ୍ୟରେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ ଓ କମେଣ୍ଟ କରିଛନ୍ତି। ଭିଡିଓଟିକୁ ଲୋକମାନେ ଖୁବ୍‌ ପସନ୍ଦ କରିବା ସହ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.