ବର୍ଷା ପବନରେ ଉଡିଯାଉଥିଲା ପିଚ୍‌ରୁ ପାଲ୍‌, ଗ୍ରାଉଣ୍ଡ ଷ୍ଟାଫଙ୍କ ସହିତ ମିଶି ପିଚ୍‌ କଭର କଲେ ଏହି ମହିଳା କ୍ରିକେଟ ଟିମ୍‌: ଭିଡିଓ ଭାଇରଲ

କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ଯଦି ବର୍ଷା ହୁଏ, ତେବେ ମ୍ୟାଚ ବନ୍ଦ ହୋଇଯାଏ। ଆଉ ପିଚକୁ ଶୁଖିଲା ରଖିବା ପାଇଁ ଗ୍ରାଉଣ୍ଡ ଷ୍ଟାଫ ଦୌଡି ଯାଇ ତାକୁ କଭର କରିଦେଉଥିବା ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ କେବେ କୌଣସି ଟିମ୍‌ର ଖେଳାଳି ଦୌଡି ଯାଇ ଗ୍ରାଉଣ୍ଡ କର୍ମଚାରୀଙ୍କ ସହିତ ମିଶି ପିଚକୁ କଭର କରୁଥିବା ଆପଣ ହୁଏତ ଦେଖିନଥିବେ। କିନ୍ତୁ ଏହି ଭିଡିଓ ଦେଖିବା ପରେ ହୁଏତ ଆପଣଙ୍କ ଚିନ୍ତାଧାରା ବଦଳିଯାଇପାରେ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଦେଖି କ୍ରିକେଟ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି।

ଖବର ଅନୁଯାୟୀ, ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମୟରେ ମହିଳା ରାଷ୍ଟ୍ରୀୟ କ୍ରିକେଟ ଲିଗ୍‌ ୨୦୨୧-୨୨ ଖେଳାଯାଉଛି। ଏହି ସମୟରେ ବର୍ଷା ହେବା ଯୋଗୁଁ ଭିକ୍ଟୋରିଆ ଏବଂ ନ୍ୟୁ ସାଉଥ େଓ୍ଵଲସ ମହିଳା ଟିମ୍‌ ମ୍ୟାଚ ପ୍ରଭାବିତ ହେଉଛି।

ବର୍ଷା ଏବଂ ପବନ ହେବା ଯୋଗୁଁ ଗ୍ରାଉଣ୍ଡ ଷ୍ଟାଫ ପିଚକୁ କଭର କରିବା ପାଇଁ ବହୁତ ସଂଘର୍ଷ କରୁଛନ୍ତି। ଗ୍ରାଉଣ୍ଡ କର୍ମଚାରୀଙ୍କ ସଂଘର୍ଷକୁ ଦେଖି ଭିକ୍ଟୋରିଆ ମହିଳା ଟିମ୍‌ର ଅଧିନାୟକ ଏଲିସ ପେରିଙ୍କ ସହିତ ନ୍ୟୁ ସାଉଥ େଓ୍ଵଲସର କିଛି ଖେଳାଳି ସାହାଯ୍ୟ ପାଇଁ ଦୌଡି ଆସିଛନ୍ତି। ତାଙ୍କ ଗ୍ରାଉଣ୍ଡ କର୍ମଚାରୀଙ୍କ ସହିତ ମିଶି ପିଚ୍‌ କଭର କରିବାକୁ ସାହାଯ୍ୟ କରୁଛନ୍ତି। ଏହି ଭିଡିଓକୁ ଦେଇ ସମସ୍ତେ ପ୍ରଶଂସା କରିଛନ୍ତି।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଦେଖି ଖେଳାଳିଙ୍କ ଠାରୁ ଫ୍ୟାନ୍ସ ସମସ୍ତେ ପ୍ରଶଂସା କରିବାରେ ଲାଗିପଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.