ପ୍ରଥମ ଦିନିକିଆରେ ଇଣ୍ଡିଆ ହାତରୁ ମ୍ଯାଚ ଛଡାଇ ନେଲା କଙ୍ଗାରୁ ଟିମ୍, ୬୬ ରନ୍ ରେ ଜିତିଲା ଅଷ୍ଟ୍ରେଲିଆ

ପ୍ରଥମ ଦିନିକିଆରେ ଇଣ୍ଡିଆକୁ ମାତ୍ ଦେଇଛି କଙ୍ଗାରୁ ଟିମ୍। ଅଷ୍ଟ୍ରେଲିଆ ୬୬ ରନ୍ ରେ ମ୍ଯାଚ ଜିତିଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ଯାଟିଂ କରିଥିଲା। ଏହି ମ୍ଯାଚରେ ଅଷ୍ଟ୍ରେଲିଆ ଭାରତ ସାମ୍ନାରେ ୩୭୪ ରନ୍ ର ଟାର୍ଗେଟ ରଖିଥିଲା। ଅଷ୍ଟ୍ରେଲିଆର ବିଶାଳ ସ୍କୋରକୁ ପିଛା କରି ଭାରତ ଭଲ ଓପନିଂ କରିଥିଲା। ଶିଖର ଧୱନ ଏବଂ ମୟଙ୍କ ଅଗ୍ରୱାଲ ଓପନିଂ କରିଥିଲେ। ଦୁହେଁ ମାତ୍ର ୪ ଓଭର ୫୦ ରନ୍ କରିଥିଲେ। ପ୍ରଥମରୁ ଭାରତର ରନ୍ ରେଟ୍ ଭଲ ରହିଥିଲା। ଏହା ପରେ ମୟଙ୍କ ୧୮ଟି ବଲ୍ ରେ ୨୨ ରନ କରି ଆଉଟ ହୋଇଯାଇଥିଲେ। ତା’ ପରେ ବିରାଟ ମଇଦାନକୁ ଓହ୍ଲାଇଥିଲେ କିନ୍ତୁ କୋହଲି ୨୧ ରନ୍ କରି ପାଭେଲିଅନକୁ ଫେରିଯାଇଥିଲେ।

ବିରାଟଙ୍କ ପରେ ଶ୍ରେୟସ ଆୟର ୨ ରନ୍ କରି ଆଉଟ ହୋଇଯାଇଥିଲେ। ଭାରତକୁ ଚତୁର୍ଥ ଝଟକା କେଏଲ୍ ରାହୁଲଙ୍କ ୱିକେଟ ଦେଇଥିଲା। ମାତ୍ର ୧୨ ରନ କରି ରାହୁଲ ଆଉଟ ହୋଇଥିଲେ। ଓପନର ଧୱନଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ଯା ମ୍ଯାଚକୁ ସମ୍ଭାଳିଥିଲେ। ଦୁହେଁଙ୍କ ଯୋଡି ଭାରତର ସ୍କୋର ବୋର୍ଡକୁ ଆଗକୁ ନେଇଥିଲା। ପାଣ୍ଡ୍ଯା ୯୦ ରନ କରି ଏଡମ ଜାମ୍ପାଙ୍କ ବଲରେ ଆଉଟ ହୋଇଥିଲେ। ତା’ ପରେ ଧୱନ ୭୪ ରନ୍ ରେ ଆଉଟ ହୋଇଥିଲେ।

aus

ଅଷ୍ଟ୍ରେଲିଆ ଇନିଂସରେ ଓପନର ଭାବେ ଅଧିନାୟକ ଫିଞ୍ଚ ଏବଂ ସ୍ମିଥ ମିଶି ଶତକ କରିଥିଲେ। ପ୍ରଥମ ୧୦ ଓଭରରେ ବିନା ଉଇକେଟ ହରାଇ ଅଷ୍ଟ୍ରେଲିଆ ଟିମ୍ ୫୧ ରନ୍ କରିଥିବା ବେଳେ ଫିଞ୍ଚ ୧୨୪ ବଲ୍ ରେ ୧୧୪ ଶତକ କରି ଆଉଟ ହୋଇଥିଲେ। ସେହିପରି ୱାର୍ଣ୍ଣର ମଧ୍ୟ ୫୪ ବଲ୍ ରେ ଅର୍ଦ୍ଧଶତକ କରିଥିଲେ। ୱାର୍ଣ୍ଣର ୭୬ ବଲ୍ ରେ ୬୯ ରନ୍ କରି ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ: ୩୭୪/୬(୫୦ ଓଭର)
ଭାରତ: ୩୦୮/୮(୫୦ ଓଭର)

SCORE-1

 

SCORE-2

 

SCORE-3

SCORE-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.