ବଲିଉଡ ଜଗତରେ ପ୍ରଥମ ର‍୍ୟାପ୍‌ ସଙ୍ଗ ଗାଇଥିବା କଳାକାର ଗଲେ କୁଆଡେ?

୯୦ଦଶକର ଗୀତରେ କିଛି ଅଲଗା ପ୍ରକାର ଉନ୍ମାଦନା ରହିଥାଏ । ଯାହାକୁ ଆଜିକାଲିର ଯୁବ ପିଢ଼ି ମଧ୍ୟ ଶୁଣି ମଜା ନିଅନ୍ତି। ସେହିପରି ୯୦ ଦଶକର ଏମିତି ଏକ ର‍୍ୟାପ୍‌ ସଙ୍ଗ୍‌ ସେତେବେଳେ ଖୁବ୍‌ ମାର୍କେଟ ନେଇଥିଲା । ତାହା ଥିଲା ବହୁ ଚର୍ଚ୍ଚିତ ର‍୍ୟାପ୍‌ର ବାବା ସହଗଲଙ୍କ ‘ଥଣ୍ଡା ଥଣ୍ଡା ପାନି’ । ହିନ୍ଦୀ ସିନେମାର ପ୍ରଥମ ର୍ୟାପ ସଙ୍ଗର କ୍ରେଡିଟ ବାବା ସହଗଲଙ୍କୁ ହିଁ ଯାଇଥାଏ। ତେବେ ନିକଟରେ ବାବା ସହଗଲଙ୍କର ଜନ୍ମଦିନ ସରିଛି । ଆଜି ଆସନ୍ତୁ ଜାଣିବା ୯୦ ଦଶକରେ ନିଜ ର୍ୟାପ ସଙ୍ଗରେ ତହଲକା ମଚାଇଥିବା ସେହି ବାବା ସହଗଲଙ୍କ ବିଷୟରେ କିଛି ଖାସ୍ କଥା ।

baba3

ସେହି ସମୟରେ ଉଦିତ୍ ନାରାୟଣ ଓ କୁମାର ସାନୁଙ୍କ ଭଳି ଖ୍ୟାତନାମା ଗାୟକଙ୍କର ରୋମାଣ୍ଟିକ ଗୀତ ଦର୍ଶକ ଶୁଣୁଥିଲେ ଓ ଗାଉଥିଲେ। ଠିକ୍ ଏହି ସମୟରେ ବଲିଉଡ ଜଗତରେ ବାବା ସହଗଲ ଏଣ୍ଟ୍ରି କରିଥିଲେ। ଏହାପରେ ଲୋକଙ୍କୁ ଏମିତି କିଛି ନୂଆ ଜିନିଷ ସେ ଶୁଣାଇଥିଲେ ଯାହା ପୂର୍ବରୁ ବଲିଉଡ ସଙ୍ଗୀତ ଜଗତରେ ଦେଖାଯାଇନଥିଲା। ୯୦ ଦଶକରେ ରୋମାଣ୍ଟିକ ଏବଂ ଦୁଃଖ ଗୀତ ମଧ୍ୟରେ ସହଗଲଙ୍କ ର‍୍ୟାପ୍ ସଙ୍ଗ୍‌ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

କିନ୍ତୁ ସମୟାନୁକ୍ରମେ ଆଜି ବାବା ସହଗଲ ବଲିଉଡ ଜଗତରୁ କୁଆଡେ ହଜି ଯାଇଛନ୍ତି। ଆଜି ମଧ୍ୟ ସେ ଟ୍ରେଣ୍ଡିଙ୍ଗ ଟପିକ୍କୁ ନେଇ ର‍୍ୟାପ୍ କରନ୍ତି ଓ ତାଙ୍କର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି। କିନ୍ତୁ ୯୦ ଦଶକ ଭଳି ପପ୍ୟୁଲାରିଟି ଆଉ ତାଙ୍କୁ ମିଳି ପାରୁନାହିଁ। କେବଳ ସେତିକି ନୁହେଁ ବାବା ସହଗଲ ର‍୍ୟାପ୍ ସଙ୍ଗ ଗାଇବା ସହିତ ଅନେକ ବଲିଉଡ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି। ମିସ ୪୨୦, ମାଇ ଫ୍ରେଣ୍ଡ ଗଣେଶା ଏବଂ ହେଲିକାପ୍ଟର ଭଳି ଅନେକ ଫିଲ୍ମରେ ନଜର ଆସିଛନ୍ତି। ଏହା ସହିତ ସେ ରିଆଲିଟି ସୋ ବିଗ୍ ବସ୍‌ର ପ୍ରଥମ ସିଜିନ୍‌ରେ ପ୍ରତିଯୋଗୀ ଭାବରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.