ଅଲିମ୍ପିକ୍ସ ଗେମ୍ସରେ ପୁଣିଥରେ ଖେଳାଯିବ କ୍ରିକେଟ୍‌; ବଦଳିଲା ୧୨୮ ବର୍ଷର ଇତିହାସ

ଅଲିମ୍ପିକ୍ସ ଗେମ୍ସରେ ବର୍ତ୍ତମାନ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଖେଳାଯିବ। ୧୨୮ ବର୍ଷର ଇତିହାସ ଏବେ ବଦଳିବାକୁ ଯାଉଛି। ଦୀର୍ଘ ବ୍ୟବଧାନ ପରେ ଅଲିମ୍ପିକ୍ସ ଗେମ୍ସରେ କ୍ରିକେଟ୍‌କୁ ପୁଣିଥରେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଏହି ବଡ଼ ନିଷ୍ପତ୍ତି ନେଇଛି।

ଆଇଓସି ଶୁକ୍ରବାର ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ରିକେଟ୍‌କୁ ମଞ୍ଜୁରି ଦେଇଛି। ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍‌ ଏହା ଘୋଷଣା କରିଛନ୍ତି। ଥୋମାସ ବାକ୍‌ ଗୁରୁବାର ମୁମ୍ବାଇରେ କାର୍ଯ୍ୟକାରୀ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ସେ ଏହି ଘୋଷଣା କରିଥିଲେ।

ଆଇଓସି କ୍ରୀଡା ନିର୍ଦ୍ଦେଶକ କିଟ୍ ମ୍ୟାକନେଲ କହିଛନ୍ତି, ଲସ୍ ଏଞ୍ଜେଲସ୍ କମିଟି ୫ଟି ଖେଳର ପ୍ରସ୍ତାବ ରଖିଥିଲା, ଯାହା ଅଲିମ୍ପିକ୍ସର ଅଂଶ ହୋଇପାରେ। ଏଥିରେ କ୍ରିକେଟ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଲସ୍ ଏଞ୍ଜେଲସ୍-୨୦୨୮ ଅଲିମ୍ପିକ୍ସର ଆୟୋଜକମାନେ ୧୨୮ ବର୍ଷର ଅପେକ୍ଷା ପରେ ଅଲିମ୍ପିକ୍ସରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବାକୁ ସୁପାରିଶ କରିଥିଲେ। ପାଖାପାଖି ୧୨୮ ବର୍ଷ ତଳେ କ୍ରିକେଟ୍ ମ୍ୟାଚ୍ ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସରେ ଖେଳାଯାଇଥିଲା।

ଅକ୍ଟୋବର ୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ଅଫିସିଆଲ ବୟାନ ଜାରି କରି ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରିବାର ନିଜ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇଥିଲା। ଏହି ସମୟରେ କୁହାଯାଇଥିଲା ଯେ ଦୁଇ ବର୍ଷର ପ୍ରକ୍ରିୟା ସମୟରେ ଆଇସିସି ଲସ୍ ଏଞ୍ଜେଲସ୍-୨୦୨୮ କମିଟି ସହିତ ମିଶି କାର୍ଯ୍ୟ କରିଛି।

କହି ରଖୁଛୁ, ଭାରତ ପାଖାପାଖି ୪୦ ବର୍ଷର ବ୍ୟବଧାନ ପରେ ଆଇଓସି ଅଧିବେଶନ ଆୟୋଜନ କରିଛି। ଆଇଓସିର ୮୬ତମ ଅଧିବେଶନ ୧୯୮୩ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।