ଲଭଗୁରୁ ଧୋନୀଙ୍କ ପରାମର୍ଶରେ ହିଁ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ ଦୀପକ ଚହର, ଯାହାକୁ ଦେଖିଥିଲେ ୧୫୦ ଦେଶର ଲୋକ

ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୫୩ତମ ମ୍ୟାଚରେ ଧୋନୀ ବାହିନୀକୁ ୬ ଓ୍ବିକେଟରେ ପରାସ୍ତ କରିଛି ପଞ୍ଜାବ । କିନ୍ତୁ ଏହି ମ୍ୟାଚରେ ସୁପର କିଙ୍ଗସ୍‌ର ଷ୍ଟାର ବୋଲର ଦୀପକ ଚହର ମ୍ୟାଚ୍‌ ସରିବା ପ‌ରେ ଷ୍ଟାଣ୍ଡକୁ ଯାଇ ଜଣେ ଯୁବତୀଙ୍କୁ ପ୍ରପୋଜ୍‌ କରିଥିଲେ । ସେଠାରେ ଷ୍ଟାଣ୍ଡରେ ଉପସ୍ଥିତ ସମସ୍ତେ ଛିଡା ହୋଇ ଦୀପକ ଚହର ଏବଂ ତାଙ୍କ ପ୍ରେମିକାଙ୍କୁ ସମ୍ମାନ ଜଣାଇଥିଲେ ।

ଦୀପକଙ୍କ ଚହରଙ୍କ ଏହି ପ୍ରପୋଜକୁ ୧୫୦ ଦେଶର ଲୋକେ ଦେଖିଥିଲେ। ଯାହା ପଛରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ତଥା ଲଭଗୁରୁ ମହେନ୍ଦ୍ର ସିଂ ଧୋନୀଙ୍କ ବଡ ହାତ ରହିଛି ବୋଲି କୁହାଯାଉଛି। ଦୀପକ ଆଇପିଏଲ ଫ୍ଲେଅଫ ମ୍ଯାଚ ସମୟରେ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ପ୍ଲାନ କରିଥିଲେ। ତେଣୁ ଏହି କଥା ଧୋନୀଙ୍କୁ ଜଣାଇଥିଲେ। ଆଉ ଧୋନୀ ଦୀପକଙ୍କୁ ଟାଇମିଂ ବଦଳାଇବା ପାଇଁ କହିଥିଲେ। ଟ୍ବିଟରରେ ଦୀପକ ବିସିସିଆଇ, ଆଇପିଏଲ ଏବଂ ଜୟଶାହଙ୍କୁ ଧନ୍ଯବାଦ ଜଣାଇଥିଲେ।

ସୂଚନାଯୋଗ୍ଯ, ଦୀପକ ଚହର ପୁରା ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ପ୍ରପୋଜ କରିଥିଲେ। ମ୍ୟାଚ ପରେ ପରେ ହଠାତ୍‌ ଷ୍ଟାଣ୍ଡକୁ ଯାଇଥିଲେ ଦୀପକ ଚହର । ଏହା ଦେଖି କେହି କିଛି ବୁଝିପାରିନଥିଲେ । ସେତେବେଳେ କ୍ୟାମେରା ତାଙ୍କ ଉପରେ ଫୋକସ୍‌ କରିଥିଲା । ଷ୍ଟାଣ୍ଡରେ ଉପସ୍ଥିତ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ରିଙ୍ଗ୍‌ ମଧ୍ୟ ପିନ୍ଧାଇଥିଲେ । ଆଉ ଯୁବତୀ ଜଣକ ମଧ୍ୟ ଚହରଙ୍କ ପ୍ରପୋଜକୁ ଗ୍ରହଣ କରିନେଇଥିଲେ।

ସୋସିଆଲ ମିଡିଆର ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଦୁଇ ଯୋଡିଙ୍କୁ ବେଶ ପସନ୍ଦ କରୁଛନ୍ତି । ଚହର ପ୍ରପୋଜ କରିଥିବା ଯୁବତୀଙ୍କ ନାମ ଜୟା ଭରଦ୍ବାଜ। ବିଗବସ୍ ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ବାଜଙ୍କ ଭଉଣୀ ଜୟା ଭରଦ୍ବାଜ। ସୂଚନା ମୁତାବକ, ଦୁହେଁ ପରସ୍ପରକୁ ଅନେକ ଦିନରୁ ଡେଟ୍ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.