ଭାଙ୍ଗିଗଲା ପାକିସ୍ତାନର ସ୍ୱପ୍ନ, ଚାମ୍ପିଅନ ଭଳି ଖେଳି ଟି-୨୦ ବିଶ୍ୱକପ ୨୦୨୨ ଚାମ୍ପିଅନ ହେଲା ଇଂଲଣ୍ଡ

ଟି-୨୦ ବିଶ୍ୱକପ ବାଜିମାରିନେଲା ଇଂଲଣ୍ଡ। ଭାଙ୍ଗିଗଲା ପାକିସ୍ତାନର ସ୍ୱପ୍ନ । ପାକିସ୍ତାନର ଟି-୨୦ ବିଶ୍ୱକପ ଆଶା ମଉଳିଗଲା । ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇଲା ଇଂଲଣ୍ଡ।  ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା ଇଂଲଣ୍ଡ। ପାକିସ୍ତାନ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ଵିକେଟ ହରାଇ ଇଂଲଣ୍ଡକୁ ୧୩୮ ରନର ଟାର୍ଗେଟ ଦେଇଥିଲା। ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱକପ ଚାମ୍ପିଅନ ହୋଇଛି । ୨୦୧୦ରେ ଇଂଲଣ୍ଡ ଜିତିଥିଲା ବିଶ୍ୱକପ। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ବୋଲର ଏବଂ ବେନ ଷ୍ଟୋକ୍ସଙ୍କ ଚମତ୍କାର ପ୍ରଦର୍ଶନ ଦମରେ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଛି ଇଂଲଣ୍ଡ।

ଇଂଲଣ୍ଡ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବେନ ଷ୍ଟୋକ୍ସଙ୍କ ଅପରାଜିତ  ୫୨ ରନ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଅଧିନାୟକ ଜୋସ୍ ବଟଲର ୨୬ ରନ କରିଥିଲେ।

ପାକିସ୍ତାନ ଅଧିନାୟକ ବାବର ଆଜମ ୩୨ ରନ୍‌ କରିଥିବା ବେଳେ ମାସୁକ ୩୮ ରନ, ରିଜଓ୍ଵାନ ୧୫ ରନ, ଶଦାବ ଖାନ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଏମାନଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ଦୁଇଅଙ୍କ ମଧ୍ୟ ଛୁଇଁପାରିନଥିଲେ । ଇଂଲଣ୍ଡ ପକ୍ଷରୁ ସାମ କୁରେନ ୩ଟିଓ୍ଵିକେଟ ନେଇଥିଲେ। ଆଦିଲ ରାସିଦ, ଜୋରଡାନ ୨ଟି ଓ୍ଵିକେଟ ନେଇଥିଲେ ।ଷ୍ଟୋକ୍ସ ୧ଟି ଓ୍ଵିକେଟ ନେଇଥିଲେ।

 

Leave A Reply

Your email address will not be published.