ଫିଫା ବିଶ୍ୱକପ: ପେନାଲ୍ଟି ଶୁଟ୍ ଆଉଟ୍ରେ ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ

କେନ୍ୟୁଜ୍ ବ୍ୟୁରୋ: ଫିଫା ବିଶ୍ୱକପ ୨୦୨୨ରେ କ୍ରୋଏସିଆ ଦମ୍ଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରି ନେଇଛି । ସୋମବାର ଦିନ ଅଲ-ଜନୌବ ଷ୍ଟାଡିୟମରେ ଖେଳା ଯାଇଛି ଜାପାନ ଏବଂ କ୍ରୋଏସିଆ ମ୍ୟାଚ୍ । ଏହି ମ୍ୟାଚ୍ରେ କ୍ରୋଏସିଆ ପେନାଲ୍ଟି ସୁଟ୍୍ଆଉଟ୍ରେ ଜାପାନକୁ ୩-୧ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛି । ଏହି ମ୍ୟାଚ୍ରେ କ୍ରୋଏସିଆର ଡୋମିନିକ୍ ଲିବାକୋବିକ୍ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଦୁଇ ପକ୍ଷ ୧-୧ ଗୋଲରେ ସୀମିତ ଥିଲେ । ପରେ ମ୍ୟାଚ୍ର ଫଳାଫଳ ପାଇଁ ପେନାଲ୍ଟି ସୁଟ୍୍୍୍ଆଉଟ୍ ହୋଇଥିଲା ।
ପେନାଲ୍ଟି ସୁଟ୍୍ଆଉଟ୍ରେ ଜାପାନ ୩ଟିରେ ବିଫଳ ହୋଇଥିଲା ବେଳେ, କେବଳ ଜାପାନର ଟି. ଅସାନୋ ଗୋଟିଏ ମାତ୍ର ଗୋଲ୍ ଦେବାରେ ସଫଳ ହୋଇଥିଲେ । ଅନ୍ୟ ପଟରେ କ୍ରୋଏସିଆ ତରଫରୁ ଏନ୍. ବ୍ଲାସିଚ୍, ବ୍ରୋଜୋବିଚ୍ ଏବଂ ଏମ୍. ପଶାଲିଚ୍ ପେନାଲ୍ଟି ସୁଟ୍୍ଆଉଟ୍ରେ ଗୋଲ୍ ଦେବାରେ ସଫଳ ହୋଇଥିଲା ବେଳେ, କ୍ରୋଏସିଆର ମାର୍କୋ ଲିବାଜା ଗୋଲ୍ କରିବାରେ ବିଫଳ ହୋଇଥିଲା । କ୍ରୋଏସିଆ ଜାପାନକୁ ହରାଇବା ପରେ କ୍ୱାର୍ଟର ଫାଇନାଲରେ ବ୍ରାଜିଲକୁ ଭେଟିବ । ବାଜିଲ ମଧ୍ୟ ସାଉଥ କୋରିଆକୁ ହରାଇ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇ ସାରିଛି ।
କେମିତି ଥିଲା ଜାପାନ-କ୍ରୋଏସିଆ ମ୍ୟାଚ୍ :
ପ୍ରଥମାର୍ଦ୍ଧରେ ଜାପାନ ବହୁତ ସୁନ୍ଦର ପ୍ରଦର୍ଶନ କରି ଗୋଟିଏ ଗୋଲ୍ ଦେଇ ଥିଲା । ଏହି ଗୋଲ୍ ୪୩ତମ ମିନିଟ୍ରେ ଜାପାନ ଖାତାରେ ପଡ଼ିଥିଲା । ଏହି ଗୋଲଟି ଜାପାନର ଡେଜେନ୍ ମଏଡା ମାୟା ୟଶିଦାଙ୍କର ପାସ୍କୁ ସୁନ୍ଦର ଗୋଲ କରିଥିଲେ । ପ୍ରଥମାର୍ଦ୍ଧରେ ଜାପାନ ଏବଂ କ୍ରୋଏସିଆ ୩ଟି ଲେଖାଏଁ ଶଟ୍ ଗୋଲ୍ ଆଟେମ୍ପ୍ଟ ନେଇଥିଲେ, କିନ୍ତୁ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେବାରେ ସକ୍ଷମ ହୋଇଥିଲେ ।
କ୍ରୋଏସିଆ ଦ୍ୱିତୀୟାର୍ଦ୍ଧରେ ପୁଣି ଲୟକୁ ଫେରିଥିଲା ଏବଂ ମ୍ୟାଚ୍କୁ ୧-୧ରେ ବରାବର କରିଥିଲା । ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଆଉ କୌଣସି ଗୋଲ୍ ଦେଇ ପାରି ନଥିଲେ ଉଭୟ ଦଳ । ସେଥିପାଇଁ ମ୍ୟାଚ୍ ଅତିରିକ୍ତ ସମୟକୁ ନିଆଗଲା । ଅତିରିକ୍ତ ସମୟରେ ମଧ୍ୟ କୌଣସି ଟିମ୍ ଗୋଲ୍ ଦେଇ ପାରି ନଥିଲେ । ସେଥିପାଇଁ ମ୍ୟାଚ୍ ପେନାଲ୍ଟି ସୁଟ୍୍ଆଉଟ୍କୁ ଯାଇଥିଲା ।
ଏହି ପରାଜୟ ସହ ଜାପାନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି । ତେବେ ଚମତ୍କାର ଖେଳ ଦେଖାଇ ବଡ଼ ବଡ଼ ଟିମ୍କୁ ହରାଇବା ସହ ଦର୍ଶକଙ୍କ ମନ ମଧ୍ୟ ଜିଣି ପାରିଛି ।