FIFA ବିଶ୍ୱକପ ୨୦୨୨: ୯୨ ବର୍ଷ ଇତିହାସରେ ପ୍ରଥମ ଥର ୬ଟି ଏସୀୟ ଟିମ୍‌ ଖେଳିବ ବିଶ୍ୱକପ୍‌, ୮ଟି ଗ୍ରୁପରେ ରହିଛନ୍ତି ୪ଟି ଟିମ୍‌

ଫୁଟବଲ ମହାସଂଗ୍ରାମ ଅର୍ଥାତ୍‌ ଫିଫା ବିଶ୍ୱକପ ୨୦୨୨ ଆସନ୍ତାକାଲିରୁ କତାରରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପର ୨୨ତମ ସଂସ୍କରଣ ୨୦ ନଭେମ୍ବରରୁ ଆରମ୍ଭ ହୋଇ ୧୮ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥିରେ ୩୨ଟି ଟିମ୍‌ ଭାଗ ନେବେ । ଫିଫା ବିଶ୍ୱକପରେ ଏଥର ୮ଟି ଗ୍ରୁପରେ ୪ଟି ଟିମ୍‌କୁ ରଖାଯାଇଛି।  ଯାହା ପରେ ୮ଟି ଗ୍ରୁପର ଟପ୍‌ ୨ଟି ଟିମ୍‌ ଆଗାମୀ ରାଉଣ୍ଡ ପାଇଁ କ୍ୱାଲିଫାଏ ହେବେ। ଏହା ପରେ କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍‌ ହେବ। ଏହି ଫୁଟବଲ ବିଶ୍ୱକପରେ ସର୍ବମୋଟ ୬୪ଟି ମ୍ୟାଚ୍‌ ଖେଳାଯିବ।

ପ୍ରଥମ ଥର ପାଇଁ ଆରବ ଦେଶରେ ଫୁଟବଲ ବିଶ୍ୱକପ୍‌ ମ୍ୟାଚ ହେବ। ୩୨ଟି ଦଳକୁ ନେଇ ୫ଟି ସହରର ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଗ୍ରୁପ୍ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୧ରୁ ଗ୍ରୁପ୍ ପର୍ଯ୍ୟାୟ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖରେ ଶେଷ ହେବ । ଡିସେମ୍ବର ୩ ତାରିଖରୁ ରାଉଣ୍ଡ ୧୬ ଆରମ୍ଭ ହେବ । ଡିସେ ମ୍ବର ୭ ଓ ୮ ତାରିଖ ଦୁଇ ଦିନ ବିଶ୍ରାମ ଦିବସ । ଏହାପରେ ଡିସେମ୍ବର ୯ ଓ ୧୦ ତାରିଖରେ କ୍ୱାର୍ଟର ଫାଇନାଲ ଏବଂ ୧୧ ଓ ୧୨ ତାରିଖ ବିଶ୍ରାମ ପରେ ୧୩ ଓ ୧୪ ତାରିଖରେ ସେମି ଫାଇନାଲ୍ ଖେଳାଯିବ । ୧୯୩୦ରୁ ଆରମ୍ଭ ହୋଇଥିବା ଫୁଟବଲ ବିଶ୍ୱକପରେ ଏପର୍ଯ୍ୟନ୍ତ ୨୫୦୦ରୁ ଅଧିକ ଗୋଲ୍‌ ହୋଇସାରିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ କାତର ସହିତ ଇକ୍ୱାଡୋର ମଧ୍ୟରେ ରହିଛି। ଆଉ ଦ୍ୱିତୀୟ ମ୍ୟାଚରେ ସାମ୍ନାସାମ୍ନି ହେବେ ଇଂଲଣ୍ଡ ଏବଂ ଇରାନ ।

ଫିଫା ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ କୌଣସି ମଧ୍ୟପୂର୍ବ ଦେଶରେ ଏହି ଖେଳାଯାଉଛି । ଏହାର ଉଦଘାଟନ ଉତ୍ସବ ୬୦ ହଜାରରୁ ଅଧିକ କ୍ଷମତା ଥିବା ଅଲ ବାୟତ ଷ୍ଟାଡିୟମରେ ହେବ । ଭାରତୀୟ ସମୟାନୁସାରେ ଆସନ୍ତାକାଲି ସନ୍ଧ୍ୟା ୭.୩୦ ମିନିଟରେ ଉଦ୍‌ଘାଟନ ହେବ। ଫିଫା ବିଶ୍ୱକପ ସିଧାପ୍ରସାରଣ ମ୍ୟାଚକୁ Sports 18, Jio cinemas ଆପଣ ଦେଖିପାରିବେ । ଜେନିଫର ଲୋପେଜ, ଶକିରା ପରେ ଏବେ ନୋରା ଫିଫା ବିଶ୍ୱକପ୍‌ରେ ପରଫର୍ମ କରିବାକୁ ଯାଉଛନ୍ତି। ନୋରା ବିଶ୍ୱ ମଞ୍ଚରେ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ପ୍ରତିନିଧିତ୍ୱ କରିବାରେ ଏକମାତ୍ର ଅଭିନେତ୍ରୀ । ନୋରା ଫତେହୀ ମ୍ୟୁଜିକ ଭିଡିଓ ଶୋରେ ସାମିଲ ହୋଇ ଫିଫା ଫୁଟବଲ ବିଶ୍ୱକପରେ ପରଫର୍ମ କରିବେ। ନୋରା ଫତେହୀ ଫିଫା ଉଦ୍‌ଘାଟନ ଏବଂ ଉଦଯାପନୀ ସମାରୋହରେ ପରଫର୍ମ କରିବେ। ନୋରା ଉଦ୍‌ଯାପନୀ ଶୋରେ ହିନ୍ଦୀ ଗୀତରେ ଡ୍ୟାନ୍ସ କରିବେ।

ତେବେ ୯୨ ବର୍ଷ ଇତିହାସରେ ପ୍ରଥମ ଥର ୬ଟି ଏସିଆ ଟିମ୍‌ ବିଶ୍ୱକପ୍‌ ମ୍ୟାଚ ଖେଳିବ । କୋରିଆ, ଜାପାନ, ସାଉଦି ଆରବ, କତାର, ଅଷ୍ଟ୍ରେଲିଆ, ଇରାନ ବିଶ୍ୱକପ ଖେଳିବ । ଏହା ମଧ୍ୟରେ କୌଣସି ଏସିଆ ଦେଶର ପ୍ରଦର୍ଶନ ଭଲ ନଥିଲା। କେବଳ ୧୩ଟି ଦେଶ ବିଶ୍ୱକପ ଖେଳିଛନ୍ତି। ଏମାନଙ୍କ ମଧ୍ୟରେ କୋରିଆ ୨୦୦୨ରେ ସେମିଫାଇନାଲରେ ପହଞ୍ଚିଥିଲା। ଉତ୍ତର କୋରିଆ ୧୯୬୬ରେ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା । ବିଶ୍ୱକପରେ ଏସୀୟ ଦେଶର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ୨୦୦୨, ୨୦୧୦ରେ ବିଶ୍ୱକପରେ ଏସୀୟ ଟିମ୍‌ ସେମିଫାଇନାଲ ଏବଂ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇଥିଲା ।

 

ଫିଫା ବିଶ୍ୱକପ୍‌ ୨୦୨୨:

ଗ୍ରୁପ A : କତାର, ଇକ୍ୱେଡର, ସିନେଗାଲ, ନେଦରଲ୍ୟାଣ୍ଡସ

ଗ୍ରୁପ B : ଇଂଲଣ୍ଡ, ଇରାନ, ଆମେରିକା, େଓ୍ଵଲସ

ଗ୍ରୁପ C : ଆର୍ଜେଣ୍ଟିନା, ସାଉଦି ଆରବ, ମେସ୍କିକୋ, ପୋଲାଣ୍ଡ

ଗ୍ରୁପ D : ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ

ଗ୍ରୁପ E : ସ୍ପେନ, କୋଷ୍ଟାରିକା, ଜର୍ମାନୀ, ଜାପାନ

ଗ୍ରୁପ F : ବେଲଜିୟମ, କାନାଡା, ମରକ୍କୋ, କ୍ରୋଏସିଆ

ଗ୍ରୁପ G : ବ୍ରାଜିଲ, ସର୍ବିୟା, ସ୍ୱିଜରଲ୍ୟାଣ୍ଡ, କେମରୁନ୍‌

ଗ୍ରୁପ H : ପର୍ତ୍ତୁଗାଲ, ଘାନା, ଉରୁଗୁଏ, କୋରିଆ ରିପବ୍ଲିକ୍‌

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.