ଟିମ୍ ଇଣ୍ଡିଆ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ପରଲୋକ
(କେନ୍ୟୁଜ) : ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ କିପର ତଥା କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ପରଲୋକ । ପାର୍ଥୀବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ୨୦୧୯ରୁ ବ୍ରେନ୍ ହାମ୍ରେଜ ସହ ସଂଘର୍ଷ କରୁଥିଲେ । ତେବେ ବାପାଙ୍କ ଦେହାନ୍ତ ପରେ ଏନେଇ ପାର୍ଥୀବ ପଟେଲ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡୁଛି ଯେ, ଆଜି ମୋ ବାପାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ।”
୨୦୧୯ରେ ପାର୍ଥୀବ ସୋସିଆଲ ମିଡିଆରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ । ପାର୍ଥୀବ ଟ୍ୱିଟ୍ କରି କହିଥିଲେ ଯେ, ‘ତାଙ୍କ ବାପା ବ୍ରେନ ହାମରେଜ୍ରେ ପୀଡିତ।’ ପାର୍ଥୀବ ସେହି ସମୟରେ ଆଇପିଏଲ୍ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପାଇଁ ଖେଳୁଥିଲେ । ଆଇପିଏଲ୍-୨୦୧୯ରେ ପାର୍ଥୀବ ପଟେଲ ଆର୍ସିବି ପାଇଁ ଅଧିକ ରନ୍ ସଂଗ୍ରହ କରିଥିବା କ୍ରିକେଟର ତାଲିକାର ତୃତୀୟ ସ୍ଥାନରେ ରହିଥିଲେ ।
It is with the deepest grief and sadness, we inform the passing away of my father Mr. Ajaybhai Bipinchandra patel. He left for his heavenly abode on 26th September 2021.We request you to keep him in your thoughts and prayers. May his soul rest in peace🙏 ॐ नम: शिवाय🙏🙏 pic.twitter.com/tAsivVBJIt
— parthiv patel (@parthiv9) September 26, 2021