ଟି ୨୦ ବିଶ୍ୱକପ : ଜିତିବା ଭୁଲି ଯାଇଛି କୋହଲିଙ୍କ ଟିମ୍‌, ଲଗାତାର ଦ୍ୱିତୀୟ ପରାଜୟ

ଦୁବାଇ : ଟି ୨୦ ବିଶ୍ୱକପରେ ଆଜି ଭାରତକୁ ୮ ଓ୍ଵିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ । ୧୧୧ ରନର ଛୋଟିଆ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ଵିକେଟ୍ ହରାଇ ୧୪.୩ ଓଭରରେ ହାସଲ କରି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୧୧୦ ରନ୍‌ କରିଥିଲା । ସମସ୍ତ ପ୍ରମୁଖ ବ୍ୟାଟସମ୍ୟାନ୍‌ ନ୍ୟୁଜିଲାଣ୍ଡ ବୋଲିଂ ଆଗରେ ଫେଲ୍‌ ମାରିଥିଲେ । ପୂର୍ବରୁ ପାକିସ୍ତାନ ଠାରୁ ଶୋଚନୀୟ ଭାବେ ହାରିଥିବା ଭାରତ ପାଇଁ ଏବେ ଗ୍ରୁପ୍‌ରେ ଆଗକୁ ଯିବା ସହଜ ହେବ ନାହିଁ । ଯେମିତି ବ୍ୟାଟିଂ ଓ ବୋଲିଂ ଉଭୟ ଭୁଲି ଯାଇଛି କୋହଲି ଟିମ । ଯେଉଁ ପିଚରେ ଆଇପିଏଲ ଖେଳିଲେ ଏବେ ସେହି ପିଚରେ ଟି ୨୦ ବିଶ୍ୱକପରେ ଫେଲ ମାରୁଛନ୍ତି ।

ଆଜିର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ୫ ଓ୍ଵିକେଟ୍‌ରେ ନାମ୍ବିଆକୁ ହରାଇଥିଲା । ଆଫଗାନିସ୍ତାନର ଏହି ବିଜୟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ । ଆସନ୍ତା ୩ ତାରିଖ ଦିନ ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନକୁ ଭେଟିବ ।

 

score

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.