ଆଜି ଘରୋଇ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ଦ୍ୱିତୀୟ ଟି- ୨୦ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୫୦ ରନରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚକୁ ଜିତି ସିରିଜ ବିଜୟ କରିବାକୁ ଟିମ୍ ଲକ୍ଷ୍ୟ ରଖିଛି। ଅନ୍ୟ ପଟରେ ଜୋସ ବଟଲରଙ୍କ ଇଂଲଣ୍ଡ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା ପ୍ରସ୍ତୁତ କରୁଛି ।
ପ୍ରଥମ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ର ବିଜୟ ପାଇଁ ସମସ୍ତ ଚେଷ୍ଟା କରିଥିଲେ। ତା’ ସହିତ ଦୀପକ ହୁଡ଼ା ଓ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା। ପ୍ରଥମ ମ୍ୟାଚରୁ ବିଶ୍ରାମ ନେଇଥିବା ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟାସ ଆୟର, ରବିନ୍ଦ୍ର ଜାଡେଜା ଓ ଜଶପ୍ରୀତ ବୁମରା ଦଳକୁ ଫେରିଛନ୍ତି । ଅକ୍ଷର ପଟେଲ, ଦିନେଶ କାର୍ତ୍ତିକ, ଅର୍ଶଦୀପ ସିଂହ ଦଳରୁ ବାଦ ପଡିଛନ୍ତି।
ଏଜବାଷ୍ଟନରେ ଶେଷ ୮ଟି ମ୍ୟାଚରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ଏହି ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା ।
🚨 Milestone Alert 🚨
First captain to win 1⃣3⃣ successive T20Is – Congratulations, @ImRo45. 👏 👏#TeamIndia | #ENGvIND pic.twitter.com/izEGfIfFTn
— BCCI (@BCCI) July 7, 2022
ଟିମ୍ ଇଣ୍ଡିଆ : ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ଦୀପକ ହୁଡ଼ା/ଶ୍ରେୟାସ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ୟୁଝବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା ।
ଇଂଲଣ୍ଡ : ଜୋସ ବଟଲର(ଅଧିନାୟକ), ଜାସନ ରୟ, ଦାୱିଦ ମଲାନ, ମୋଇନ ଅଲି, ଲାଏମ ଲିଭିଂଷ୍ଟୋନ, ହ୍ୟାରୀ ବ୍ରୁକ, ସାମ କୁରାନ, କ୍ରିସ ଜୋର୍ଡାନ, ଡେଭିଡ୍ ୱିଲି, ରିଚାର୍ଡ ଗ୍ଲିସନ, ମାଟ ପାର୍କିନସନ ।
NEWS 🚨 – #TeamIndia’s squad for T20I & ODI series against England announced.
More details 👇 #ENGvIND https://t.co/ii121ge0jY
— BCCI (@BCCI) June 30, 2022