ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ : DLS ମେଥଡରେ ୨ ରନରେ ବିଜୟୀ ହେଲା ଇଣ୍ଡିଆ

ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୨ ରନରେ ବିଜୟ ହାସଲ କରିଛି । ପ୍ରଥମ ବ୍ୟାଟିଂ କରି ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୯ ରନ୍ ସଂଗ୍ରହ କରିଥିଲା ।ଜବାବରେ ଭାରତ ୬ ଓଭର ୫ ବଲରେ ୨ ୱିକେଟ ହରାଇ ୪୭ ରନ କରିଥିଲା ।

ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ ଜିତିଲା ଭାରତ । DLS ମେଥଡରେ ଭାରତ ୨ ରନରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ବ୍ୟାରୀ ମ୍ୟାକକାର୍ଥାଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା । ଜବାବରେ ଭାରତ ୬ ଓଭର ୫ ବଲରେ ୨ ୱିକେଟ ହରାଇ ୪୭ ରନ କରିଥିଲା । ପରେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା । ଫଳରେ ୧୪୦ ରନର ଟାର୍ଗେଟକୁ ଡକୱର୍ଥ ଲୁଇସ୍ ନିୟମରେ ଜିତିଛି ଟିମ ଇଣ୍ଡିଆ ।

ଭାରତ ପକ୍ଷରୁ ଅଧିନାୟକ ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୨୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଋତୁରାଜ ଗାଏକୱା ୧୯ ରନରେ ଅପରାଜିତ ରହିଥିଲେ । ଆୟର୍ଲାଣ୍ଡ ପକ୍ଷରୁ କ୍ରେଗ ୟଙ୍କ ୨ଟି ୱିକେଟ ଅକ୍ତିଆର କରିଥିଲେ ।୪୭ ରନରେ ଭାରତ ଖେଳୁଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଡିଏଲଏସ ନିୟମ ଲାଗୁ କରାଯାଇଥିଲା । ବର୍ଷା ବାଧାପ୍ରାପ୍ତ ଖେଳ ସୁଦ୍ଧା ଭାରତ ୨ ରନରେ ଆଗରେ ରହିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.