ଟି-୨୦ମ୍ୟାଚରେ ଭାରତର ଦମଦାର ବିଜୟ : ହିରୋ ବନିଲେ ରୋହିତ ଶର୍ମା

england-v-indiaନୂଆଦିଲ୍ଲୀ : ପୁଣିଥରେ ଏକ ବିଜୟ ହାସଲ କରିଛି ଭାରତ। ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇ ସିରିଜ କବଜା କରିଛନ୍ତି ବିରାଟ ଆଣ୍ଡ କୋ। ଏହି ବିଜୟ ସହ ୩ ଟିକିଆ ସିରିଜକୁ ୨-୧ ରେ ଜିତିଛି। ଇଂଲଣ୍ଡର ୧୯୯ ରନ ଟାର୍ଗେଟକୁ ପିଛା କରୁଥିବା ମେନ ଇନ୍ ବ୍ଲୁ ୮ଟି ବଲ୍ ବାକି ଥାଇ ଟାର୍ଗେଟ ହାସଲ କରିଥିଲା। ମ୍ୟାଚର ହିରୋ ଥିଲେ ରୋହିତ ଶର୍ମା। ଦମଦାର ଖେଳ ପ୍ରଦର୍ଶନ ସହ ୫୬ଟି ବଲରେ ଶତକ ହାସଲ କରି ଅପରାଜିତ ଥିଲେ। ଏଥିମଧ୍ୟରେ ଥିଲା ୫ଟି ଛକ୍କା ଓ ୧୧ଟି ଚୌକ୍କା ।

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି ୪୩ ଓ ହାର୍ଦ୍ଦିକ ୩୩ ରନ୍ କରିଥିଲେ । ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ୯ ଓ୍ଵିକେଟ ହରାଇ ୧୯୮ ରନ କରିଥିଲା । ଦଳ ପକ୍ଷରୁ ଜାଶନ ରୟ ୬୭ ରନ କରିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୪ ୱିକେଟ୍ ନିଇଥିଲେ। ଏହି ବିଜୟ ସହ ଭାରତୀୟ ଦଳ କ୍ରମାଗତ ଷଷ୍ଠ ଟି-୨୦ ଆନ୍ତର୍ଜାତିକ ସିରିଜ୍ ଜିତିଛି। ଶେଷ ଥର ପାଇଁ ଭାରତ ୨୦୧୭ ଜୁଲାଇରେ ଟି-୨୦ ସିରିଜ୍ ଜିତିଥିଲା ।

You might also like