ଭାରତୀୟ ହକି ତାରକା ମନଦୀପ ସିଂହଙ୍କୁ କରୋନା, ପ୍ରକାଶ ପାଉନି କୌଣସି ବି ଲକ୍ଷଣ

ଭାରତୀୟ ହକି ଟିମ୍‌ର ଫରଓ୍ଵାର୍ଡ ମନଦୀପ ସିଂହଙ୍କୁ କରୋନା। ଏହି ଘାତକ ରୋଗରେ ସଂକ୍ରମିତ ହୋଇଥିବା ଷଷ୍ଠତମ ଖେଳାଳି ହେଉଛନ୍ତି ମନଦୀପ। ସୋମବାର ଦିନ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ଏହି ସୂଚନା ଦେଇଛନ୍ତି। ଜଳନ୍ଧରର ୨୫ ବର୍ଷୀୟ ମନଦୀପଙ୍କ ଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ। ବେଙ୍ଗାଲୁରୁରେ ପାଞ୍ଚ ଜଣ ଅନ୍ୟ ଖେଳାଳିଙ୍କ ସହ ଡାକ୍ତର ମନଦୀପଙ୍କ ଚିକିତ୍ସା କରୁଛନ୍ତି।

Indian hockey player Mandeep Singh tests positive for COVID-19

ସାଇ ତରଫରୁ କୁହାଯାଇଛି ଯେ ଭାରତୀୟ ପୁରୁଷ ହକି ଟିମ୍‌ର ସଦସ୍ୟ ମନଦୀପ ସିଂହଙ୍କର ବେଙ୍ଗାଲୁରୁରେ ସାଇର ନ୍ୟାସନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସର ଜାତୀୟ ଶିବିରରେ ପ୍ରଥମ ୨୦ ଖେଳାଳିଙ୍କ ସହ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କିନ୍ତୁ ତାଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ।

Manpreet Singh to lead Indian men's hockey team in Belgium

ସୂଚନାଯୋଗ୍ୟ ଯେ ଭାରତୀୟ କ୍ୟାପ୍‌ଟେନ୍‌ ମନପ୍ରୀତ ସିଂହ ଓ ଅନ୍ୟ ୪ ଖେଳାଳି ମାସେ ବ୍ରେକ୍‌ ପରେ ସାଇ କେନ୍ଦ୍ର ଫେରିଥିବା ବେଳେ ତାଙ୍କୁ ମଧ୍ୟ କରୋନା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.