ଆଜି ବିରାଟଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ନାଁରେ ଥିବା କିଛି ବିରଳ ରେକର୍ଡ ଯାହାକୁ ଭାଙ୍ଗିବା ଏତେଟା ସହଜ ନୁହେଁ

ଭାରତୀୟ କ୍ରିକେଟ ଟିମର ବର୍ତ୍ତମାନ ସମୟର କ୍ୟାପଟେନ ବିରାଟ କୋହଲିଙ୍କର ଆଜି ଜନ୍ମଦିନ । ଅଧିକାଂଶ ସମୟରେ ଆନ୍ଗ୍ରୀ ୟଙ୍ଗ ମ୍ୟାନର ଲୁକ ଦେଉଥିବା ଏହି ଯୁବ ଖେଳାଳୀ ଜଣଙ୍କର ଖେଳିବା ଶୈଳୀ କିନ୍ତୁ ଖୁବ ନିଆରା । ମୈଦାନକୁ ବ୍ୟାଟ ଧରି ଓଲ୍ହାଇବା ମାତ୍ରେ ଯେମିତି ରନ ବର୍ଷା ଆରମ୍ଭ ହୋଇପଡେ । ଖୁବ କମ ସମୟ ମଧ୍ୟରେ ନିଜ ଖଟରେ ଅନେକ ରେକର୍ଡ ଯୋଡ଼ିଛନ୍ତି ସେ । ଯାହାକୁ ହୁଏତ ଭାଙ୍ଗିବା ଏତେଟା ସହଜ ନୁହେଁ ।  କ୍ୟାପଟେନ ବିରାଟ ହେଉଛନ୍ତି ଏକ ମାତ୍ର ବ୍ୟାଟ୍ସମ୍ୟାନ ଯିଏ ଲଗାତାର ଭାବରେ ଚାରିଟି ସିରିଜରେ ଚାରି ଚାରିଟି ଦ୍ବି ଶତକ ହାସଲ କରିଛନ୍ତି । ୨୦୧୬ ରୁ ଆରମ୍ଭ କରି ୨୦୧୭ ପର୍ଯ୍ଯ୍ୟନ୍ତ ସମୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୪ ଟି ଟେଷ୍ଟ ସିରିଜରେ ବିରାଟ ଏହି ବିରଳ ରେକର୍ଡ ନିଜ ନାଁରେ କରିଛନ୍ତି ।

virat

ତାଙ୍କ ପୂର୍ବରୁ ଡନ ବ୍ରାଡ଼ମ୍ୟାନ (୧୯୩୦- ୧୯୩୨) ଓ ରାହୁଲ ଦ୍ରାଭିଡ (୨୦୦୩-୦୪) ଏହି ରେକର୍ଡ ତିନିଟି ସିରିଜରେ କରିଥିଲେ । ଆଉ ମଧ୍ୟ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବରେ ସବୁଠୁ ଅଧିକ ଥର ଦ୍ବୀଶତକ କରିବା ରେକର୍ଡ ବି ବିରାଟଙ୍କ ନାଁରେ ଅଛି । ଏଯାବତ କୋହଲି ୭ ଥର ଦ୍ବୀଶତକ ହାସଲ କରିଛନ୍ତି । ଅବଶ୍ୟ ଏକଦିବସୀୟ ମ୍ୟାଚରେ ସେ କୌଣସି ଦ୍ବୀଶତକ ହାସଲ କରିନାହାନ୍ତି । ଟେଷ୍ଟ ମ୍ୟାଚରେ ସବୁଠୁ ଅଧିକ ଦ୍ୱିଶତକ ମାରିବା ରେକର୍ଡ (୧୨ଥର) ଜନ ବ୍ରାଡ଼ମ୍ୟାନଙ୍କ ନାଁରେ ଅଛି । ବିରାଟ ହେଉଛନ୍ତି ବିଶ୍ୱର ଏକ ମାତ୍ର କ୍ୟାପଟେନ ଯିଏ ଗୋଟିଏ ବର୍ଷ ଭିତରେ ଏକଦିବସୀୟ ମ୍ୟାଚରେ ୬ ଟି ଶତକ ହାସିଲ କରିଛନ୍ତି ।

୨୦୧୭ ରେ ଏହି ରେକର୍ଡ କରିଥିଲେ “କିଙ୍ଗ କୋହଲି” । ଖାଲି ସେତିକି ନୁହେଁ ୱନଡ଼େ ମ୍ୟାଚରେ କମ ସମୟ ମଧ୍ୟରେ ୮୦୦୦, ୯୦୦୦ , ୧୦୦୦୦, ୧୧୦୦୦ ରନ କରିଥିବା ବିରାଟ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ । ୧୭୫ ଟି ମ୍ୟାଚ ଖେଳି ସର୍ବନିମ୍ନ ସମୟ ଭିତରେ ୮୦୦୦ ରନ କରିଛନ୍ତି କୋହଲି । ଏହା ସହ ୧୯୪ ଟି ମ୍ୟାଚ ଖେଳି ୯୦୦୦ ରନ ରେକର୍ଡ କରିଛନ୍ତି । ଏହା ସହ ୨୦୫ ଟି ମ୍ୟାଚ ଖେଳି ୧୦୦୦୦ ରନ ଓ ୨୨୨ ମ୍ୟାଚ ଖେଳି ୧୧୦୦୦ ରନ କରିଛନ୍ତି ବିରାଟ । ଆଗକୁ ଏମିତି ଆହୁରି ଅନେକ ବିରଳ ରେକର୍ଡ କରନ୍ତୁ ତାଙ୍କ ଜନ୍ମଦିନରେ ଆମ ତରଫରୁ ଏତିକି ଶୁଭ କାମନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.