ଫିଫା ବିଶ୍ୱକପରେ ମ୍ୟାଚ୍ ଜିତିବା ପରେ ନିଆରା ଢଙ୍ଗରେ ସେଲିବ୍ରେସନ୍ କଲେ ଖେଳାଳି, ନିଜ ସାର୍ଟ ଖୋଲି ଗର୍ଲଫ୍ରେଣ୍ଡକୁ କିସ୍ କଲେ

କେନ୍ୟୁଜ୍ : କାତାରରେ ଆରମ୍ଭ ହୋଇଯାଇଛି ଫିଫା ବିଶ୍ୱକପ ୨୦୨୨ । ସମସ୍ତେ ଜାଣନ୍ତି ଏହି ଫୁଟ୍ ବଲ ମ୍ୟାଚ୍କୁ ଦେଖିବା ଲୋକଙ୍କ ଭିତରେ ଯେତିକି ଉତ୍କଣ୍ଠା ଥାଏ, ଖେଳରେ ଘଟୁଥିବା ଅଜବ ଘଟଣାମାନ ଲୋକଙ୍କୁ ଆହୁରି ଆଚମ୍ବିତ କରିଥାଏ । ଗତକାଲି ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହୋଇଥିବା ଇଂଲଣ୍ଡ-ଇରାନ ମ୍ୟାଚ୍ରେ ଇଂଲଣ୍ଡ ୬-୨ ରେ ମୁକାବିଲାକୁ ଜିତି ନେଇଛି । ଏହି ମ୍ୟାଚ୍ରେ ବିଜୟର ଶ୍ରେୟ ଇଂଲିଶ୍ ଟିମ୍ର ବୁକାୟ ସାକାଙ୍କୁ ଦିଆଯାଉଛି, ଯିଏ ଏହି ମ୍ୟାଚ୍ରେ ଦୁଇଟି ଗୋଲ ଦେଇଛନ୍ତି ।
ହ୍ୟାରୀ କେନ୍ଙ୍କ ନେତୃତ୍ୱରେ ଟିମ୍ ଇଂଲଣ୍ଡ ପ୍ରଥମ ଗୋଲ ୩୫ ମିନିଟ୍ରେ ଦେଇଥିଲା । ଏହି ଗୋଲ ଜ୍ୟୁଡ୍ ୱେଲିଂହମ୍ ଦେଇଥିଲେ ଏବଂ ମ୍ୟାଚ୍ର ଶେଷ ଗୋଲ ଜ୍ୟାକ୍ ଗ୍ରୀଲିସ୍ ୯୦ ମିନିଟ୍ରେ ଦେଇଥିଲେ । ଇଂଲିଶ୍ ଟିମ୍ ଜିତିବା ପରେ ଜ୍ୟାକ୍ ଗ୍ରୀଲିସ୍ ଏକ ନିଆରା ଢଙ୍ଗରେ ସେଲିବ୍ରେସନ କରିଥିଲେ । ପଡ଼ିଆ ମଧ୍ୟରେ ସେ ନିଜର ସାର୍ଟ ଖୋଲି ଦେଇଥିଲେ ଏବଂ ତାଙ୍କର ଗର୍ଲଫ୍ରେଣ୍ଡକୁ କିସ୍ କରିଥିଲେ । ସୂଚନା ମୁତାବକ, ଏଥର ଷ୍ଟାଡିୟମ କର୍ତ୍ତୃପକ୍ଷ ସୁରକ୍ଷାକୁ ଆଖିରେ ରଖି ମହିଳା ଏବଂ ପୁରୁଷଙ୍କ ପାଇଁ ଆଣ୍ଠୁ ତଳକୁ ଡ୍ରେସ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଷ୍ଟାଡିୟମରେ ପୋଷାକ ଖୋଲିବା ପାଇଁ ମଧ୍ୟ ମନା କରାଯାଇଛି ।
୪୩ ମିନିଟ୍ରେ ବୁକାୟ ସାକା ଏକ ଗୋଲ ଦେଇ ଇଂଲଣ୍ଡ ଟିମକୁ ୨-୦ ରେ ଆଗେଇ ନେଇଥିଲ । ଏହି ଗୋଲ ଦେବାରେ ହ୍ୟାରୀ ମଗୁଇରେ ମଧ୍ୟ ବୁକାୟଙ୍କ ପାଖକୁ ଏକ ସୁନ୍ଦର ପାସ୍ ଦେଇଥିଲେ । ଯାହା ବୁକାୟଙ୍କୁ ଗୋଲ ଦେବାରେ ସହଯୋଗ କରିଥିଲା । ଇଂଲଣ୍ଡ ପାଇଁ ୪୬ ମିନିଟ୍ରେ ରହିମ୍ ଷ୍ଟର୍ଲିଙ୍ଗ୍ ଅଧିନାୟକ ହ୍ୟାରୀ କେନ୍ଙ୍କ ପାଖକୁ ପାସ୍ ଦେଇ ଗୋଲ କରାଇଥିଲେ । ଏହା ଥିଲା ଇଂଲଣ୍ଡ ପାଇଁ ତୃତୀୟ ଗୋଲ। ଦ୍ୱିତୀୟ ପର୍ଯ୍ୟାୟ ଖେଳ ବେଳକୁ ଇଂଲଣ୍ଡ ଇରାନ ଠାରୁ ୩ ଟି ଗୋଲରେ ଆଗରେ ଥିଲା । ମ୍ୟାଚ୍ର ୬୨ ମିନିଟ୍ରେ ବୁକାୟ ସାକା ଗୋଲ ଦେଇଥିବା ବେଳେ ୭୧ ମିନିଟ୍ରେ ମାର୍କସ୍ ରାଶଫର୍ଡ଼ ଏବଂ ଜ୍ୟାକ୍ ଗ୍ରୀଲିସ୍ ୮୯ ମିନିଟ୍ରେ ଶେଷ ଗୋଲ ଦେଇଥିଲେ ।
ଏହି ମ୍ୟାଚ୍ ଶେଷ ସୁଧା ଇରାନ ମଧ୍ ୨ ଟି ଗୋଲ ଦେଇଛି । ଏହି ଦୁଇଟା ଯାକ ଗୋଲ ମେହଦି ତରେମି ହିଁ ଦେଇଛନ୍ତି । ପ୍ରଥମେ ୬୫ ମିନିଟ୍ରେ ଏବଂ ଦ୍ୱିତୀୟଟି ୯୦+୧୩ ମିନିଟ୍ରେ ଦେଇଥିଲେ । ଇରାନର ଶେଷ ଗୋଲ ମେହଦି ତରେମି ପେନାଲ୍ଟି ଜରିଆରେ କରିଥିଲେ, ମେହଦି ତରେମିଙ୍କର ଏହି ୨ଟି ଗୋଲ ଦ୍ୱାରା ଇରାନ କୁ ବିଜେତା କରାଇ ପାରିନଥିଲେ । ଶେଷରେ ଇଂଲଣ୍ଡ ଟିମ୍ ୬-୨ରେ ମ୍ୟାଚ୍କୁ ଜିତି ନେଇଥିଲା ।